ETV Bharat / international

ଶାନ୍ତି ବଜାୟୀ ରଖିବାକୁ ନିଜକୁ ଆଇନଶୃଙ୍ଖଳା ପ୍ରମୁଖ ଘୋଷଣା କଲେ ଟ୍ରମ୍ପ - National Guard

ଦେଶରେ ଶାନ୍ତି ଫେରାଇବାକୁ ନିଜ 'ଆଇନ ଶୃଙ୍ଖଳା ବ୍ୟବସ୍ଥାର ସଭାପତି' ବୋଲି ଘୋଷଣା କରିଛନ୍ତି ଟ୍ରମ୍ପ । ରାଜ୍ୟପାଳମାନେ ବିରୋଧ ପ୍ରଦର୍ଶନ ବନ୍ଦ କରିବା ପାଇଁ ଯଦି ନ୍ୟାସନାଲ ଗାର୍ଡ ବ୍ୟବହାର ନକରନ୍ତି ତେବେ ଶାନ୍ତି ବଜାୟ ରଖିବା ପାଇଁ ସେ ହଜାର ହଜାର ସୈନ୍ୟ ନିୟୋଜିତ କରିବେ ଟ୍ରମ୍ପ ଚେତାଇ ଦେଇଛନ୍ତି । ଅଧିକ ପଢନ୍ତୁ...

ଶାନ୍ତି ବଜାୟୀ ରଖିବାକୁ ନିଜକୁ ଆଇନଶୃଙ୍ଖଳା ପ୍ରମୁଖ ଘୋଷଣା କଲେ ଟ୍ରମ୍ପ

author img

By

Published : Jun 2, 2020, 10:22 AM IST

ୱାଶିଂଟନ: କୃଷ୍ଣକାୟ ପ୍ରସଙ୍ଗରେ ଆମେରିକାରେ ତୀବ୍ର ପ୍ରତିବାଦ ଜାରି ରହିଛି। ହିଂସାତ୍ମକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବିଦ୍ରୋହ ଆଇନ କାର୍ଯ୍ୟକାରୀ କରିବାକୁ ଧମକ ଦେଇଛନ୍ତି । ଏହାସହ ଟ୍ରମ୍ପ ନିଜକୁ ଆଇନ ଶୃଙ୍ଖଳାର ପ୍ରମୁଖ ଭାବେ ଘୋଷଣା କରିଛନ୍ତି।

ହ୍ବାଇଟ ହାଉସର ରୋଜ ଗାର୍ଡନରେ ରାଷ୍ଟ୍ରପତି ଟ୍ରମ୍ପ ସମ୍ବୋଧିତ କରି କହିଛନ୍ତି, କୌଣସି ରାଜ୍ୟ କିମ୍ବା ସହର ନିଜର ଶାନ୍ତି ରକ୍ଷା କରିବାକୁ ପଦକ୍ଷେପ ନ ନିଅନ୍ତି, ତେବେ ଯୁକ୍ତ ରାଷ୍ଟ୍ର ଆମେରିକା ସେନା ମୁତୟନ କରି ଏହି ସମସ୍ୟାର ସମାଧାନ କରିବ ବୋଲି ଟ୍ରମ୍ପ କହିଛନ୍ତି । ଡିସିରେ ଥିବା କିଛି ନ୍ୟାସନାଲ ଗାର୍ଡ ସଶସ୍ତ୍ର ହେବେ ଏବଂ ସହରରେ ସାମରିକ ପୋଲିସଙ୍କୁ ଗାର୍ଡର ସଦସ୍ୟ ଭାବେ ନିୟୋଜିତ ହେବ ।

ସୂଚନାଯୋଗ୍ୟ, ମେ 25ରେ ମିନେପୋଲିସ ସହରରେ ପୋଲିସ ହେପାଜତରେ କୃଷ୍ଣକାୟ ଜର୍ଜ ଫ୍ଲଏଡ ମୃତ୍ୟୁ ହୋଇଥିଲା। ଜର୍ଜ ମାତ୍ର 20 ଡଲାରର ନକଲି ନୋଟ୍ ଚଳାଇବା ଅଭିଯୋଗରେ ଧରାପଡିଥିଲେ । ଏଥିପାଇଁ ଜଣେ ଗୋରା ପୋଲିସ କର୍ମଚାରୀଙ୍କୁ ତାଙ୍କୁ ଆଣ୍ଠୁରେ ମାରି ଚାପି ଧରିଥିଲେ । ଏଥିରେ ଜର୍ଜ ଅଣନିଶ୍ବାସୀ ହୋଇପଡିଥିବାବେଳେ ଛାଡି ଦେବାକୁ ଅନୁରୋଧ କରିଥିଲେ । ହେଲେ ତାଙ୍କ ବେକକୁ ଗୋଡରେକିଛି ଧରି ରଖିବା ଦ୍ବାରା ଜର୍ଜଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସମ୍ପର୍କରେ ଏକ ଭାଇରାଲ ଭିଡିଓରୁ ଜଣାପଡିଥିଲା ।

ବିରୋଧ ଏବଂ ହିଂସା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଟ୍ୱିଟ୍ କରି କହିଛନ୍ତି ଯେ, ହିଂସା ବିରୋଧରେ ଲିବରାଲ୍ ଗଭର୍ନର୍ସ ଏବଂ ମେୟରମାନେ କଠୋର ହେବା ଆବଶ୍ୟକ। ଯଦି ଏହା ନହୁଏ, ତେବେ କେନ୍ଦ୍ର ସରକାର ଏଥିରେ ପଦକ୍ଷେପ ନେବେ । ଯେଉଁଥିରେ ଆମର ସେନା ଅସୀମିତ ଶକ୍ତି ପାଇବ ଏବଂ ସେମାନେ ଅନେକ ଗିରଫ କରିପାରିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.