ETV Bharat / international

ଆଫଗାନିସ୍ତାନ ସଙ୍କଟ, ବାଇଡେନଙ୍କୁ ଦାୟୀ କଲେ ଟ୍ରମ୍ପ

author img

By

Published : Aug 16, 2021, 8:58 AM IST

ଆଫଗାନିସ୍ତାନ ସରକାର ପତନ ହେବା ପରେ ଜୋ ବାଇଡେନଙ୍କ ଉପରେ ବର୍ଷିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଫଗାନିସ୍ତାନରେ ଘଟିଥିବା ଏହି ଘଟଣାକୁ ଅନୁମତି ଦେଇଛନ୍ତି ବାଇଡେନ । ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଇସ୍ତଫା ଦେବାର ସମୟ ଆସିଛି ବୋଲି କହିଛନ୍ତି ଟ୍ରମ୍ପ । ଅଧିକ ପଢନ୍ତୁ...

ଆଫଗାନିସ୍ତାନ ସଙ୍କଟ, ଜୋ ବିଡେନଙ୍କ ଦାୟୀ କଲେ ଟ୍ରମ୍ପ

ୱାଶିଂଟନ: ବନ୍ଧୁକ ମୁନରେ କ୍ଷମତା ଅକ୍ତିଆର କରିଛି ତାଲିବାନ । ଆଫଗାନିସ୍ତାନର ବଡବଡ ସହର କବଜା କରିବା ପରେ ଏବେ ରାଜଧାନୀ କାବୁଲ ଦଖଲ କରିଛି ତାଲିବାନ ଆତଙ୍କୀ । ଆଫଗାନିସ୍ତାନ ସରକାର ପତନ ହେବା ପରେ ଜୋ ଆଇଡେନଙ୍କ ଉପରେ ବର୍ଷିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଫଗାନିସ୍ତାନରେ ଘଟିଥିବା ଏହି ଘଟଣାକୁ ଅନୁମତି ଦେଇଛନ୍ତି ବାଇଡେନ । ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଇସ୍ତଫା ଦେବାର ସମୟ ଆସିଛି ବୋଲି କହିଛନ୍ତି ଟ୍ରମ୍ପ ।

ଟ୍ରମ୍ପ ଆହୁରି କହିଛନ୍ତି ଯେ ଏହା ଏକ ବଡ ଡିଲ ହେବା ଉଚିତ ନୁହେଁ । ବାଇଡେନ ପ୍ରଥମ ସ୍ଥାନରେ ଆଇନତଃ ଭାବରେ ନିର୍ବାଚିତ ହୋଇନାହାନ୍ତି । ଆଫଗାନିସ୍ତାନ ସରକାର ପତନ ହେବା ପରେ ରବିବାର ରାଷ୍ଟ୍ରପତି ଅସରଫ ଘାନି ଦେଶ ଛାଡି ତାଲିବାନ ରାଜଧାନୀରେ ପ୍ରବେଶ କରିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ଟ୍ରମ୍ପ ।

ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିୟନ୍ତ୍ରଣ କରିବା ସହିତ ରାଷ୍ଟ୍ରପତି ଭବନକୁ ନିୟନ୍ତ୍ରଣ କରି ନେଇଛନ୍ତି । ଖୁବ୍ ଶୀଘ୍ର ଆଫଗାନିସ୍ତାନର ଇସଲାମିକ୍ ଏମିରେଟ୍ ପୁନ-ପ୍ରତିଷ୍ଠା ପାଇଁ ଘୋଷଣା କରିବ। ।

ଆଫଗାନିସ୍ତାନରେ ଗଭୀର ସଙ୍କଟକୁ ରାଷ୍ଟ୍ରପତି ଜୋ ବାଇଡେନ କିପରି ସମାଧାନ କରିବେ ସେ ନେଇ ହ୍ବାଇଟ ହାଉସର ପରାମର୍ଶଦାତା ଆଲୋଚନା କରୁଛନ୍ତି । ତଥାପି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରୁନାହିଁ । ରବିବାର ଅପରାହ୍ନରେ ହ୍ବାଇଟ ହାଉସ ବାହାରେ ଶତାଧିକ ଲୋକ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.