ETV Bharat / international

ଆମେରିକାରେ ରବିବାର ସୁଦ୍ଧା 50,44,864 କୋରୋନା ସଂକ୍ରମଣ ରିପୋର୍ଟ

author img

By

Published : Aug 10, 2020, 11:44 AM IST

ଚୀନ ପରେ ଆମେରିକାରେ ବ୍ୟାପିଥିବା କୋରୋନା ଭାଇରସ ଦୀର୍ଘଦିନ ସତ୍ତ୍ବେ ତାର କାୟା ବିସ୍ତାର କରି ଚାଲିଛି । ଦୈନିକ ଆସୁଛି 50 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ଆମେରିକାରେ ରବିବାର ସୁଦ୍ଧା 50,44,864 କୋରୋନା ସଂକ୍ରମଣ ସଂଖ୍ୟା ରିପୋର୍ଟ

ଓ୍ବାଶିଂଟନ: କୋରୋନା ସଂକ୍ରମଣ ମାମଲାରେ ବିଶ୍ବର ସବୁଠୁ ଅଧିକ ପ୍ରଭାବିତ ଦେଶ ଆମେରିକା ରହିଛି । ତେବେ ଦେଶରେ କୋରୋନା ସଂକ୍ରମଣ ବ୍ୟାପିବାରେ 7 ମାସରୁ ଉର୍ଦ୍ଧ୍ବ ହୋଇଥିବାବେଳେ ଏପର୍ଯ୍ୟନ୍ତ କୋରୋନା ସଂକ୍ରମଣ ସଂଖ୍ୟା ଥମିବାରେ ନା ଧରୁନି। ବର୍ତ୍ତମାନ ସୁଦ୍ଧା 50 ଲକ୍ଷ ପାର କରିଛି ସଂକ୍ରମଣ ସଂଖ୍ୟା ।

ଗତ 24 ଘଣ୍ଟାରେ 47 ହଜାର 849ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 534 ଜଣଙ୍କର ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 50 ଲକ୍ଷ 44 ହଜାର 864ରେ ପହଞ୍ଚିଛି । ଏଥିରେ 1 ଲକ୍ଷ 62 ହଜାର 938 ଜଣଙ୍କର ମୃତ୍ୟୁ ଘଟିଛି ।

ଯେଉଁଥିରେ 26 ଲକ୍ଷ 64 ସଂକ୍ରମିତ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 23 ଲକ୍ଷ 69 ହଜାରରୁ ଉର୍ଦ୍ଧ୍ବ ମାମଲା ସକ୍ରିୟ ରହିଛି । ଆଉ ଦେଶରେ ସବୁଠୁ ଅଧିକ ପ୍ରଭାବିତ ସହର ନ୍ୟୁୟର୍କ ରହିଛି । ଯେଉଁଠି 32 ହଜାର 774 ଜଣଙ୍କର କୋରୋନା କାରଣରୁ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.