ETV Bharat / international

Tornadoes Strike: ଆମେରିକାରେ ଘୂର୍ଣ୍ଣିଝଡ ତାଣ୍ଡବ, ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି

ଯୁକ୍ତରାଷ୍ଟ୍ର ଆମେରିକାର ୫ଟି ରାଜ୍ୟରେ ଘୂର୍ଣ୍ଣିଝଡ(Tornadoes)ର ତାଣ୍ଡବ । ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି । ଅଧିକ ପଢନ୍ତୁ

author img

By

Published : Dec 12, 2021, 8:37 AM IST

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ, ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି

ଓ୍ବାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ (tornadoes) । ଆମେରିକାର ୫ଟି ରାଜ୍ୟରେ ଭୟଙ୍କର ଘୂର୍ଣ୍ଣି ଝଡ ପ୍ରଭାବରେ ୭୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ କେଣ୍ଟକି ରାଜ୍ୟର ରାଜ୍ୟପାଳ ଆଣ୍ଡି ବେଶେର କହିଛନ୍ତି ଯେ, ଘୂର୍ଣ୍ଣିଝଡ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କେଣ୍ଟକିରେ କେବଳ ୫୦ଜଣ ପ୍ରାଣ ହରାଇଛନ୍ତି । ଏଠାରେ ଥିବା ଏକ ମହମବତୀ କାରଖାନା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଉକ୍ତ କାରଖାନାରେ ସେହି ସମୟରେ ପ୍ରାୟ ୧୧୦ ଜଣଥିଲେ । ତେବେ ଅନେକ ଜଣ ଆହତ ହୋଇଥିବା ବେଳେ ଏହି ମୃତ୍ୟୁ ସଂଖ୍ୟା ୧୦୦କୁ ମଧ୍ୟ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ସେହିପରି ଇଲିନୋଇସର ଆମାଜନ ଏବଂ ଆରକାନାସର ଏକ ନର୍ସିଂହୋମରେ ମଧ୍ୟ ଘୂର୍ଣ୍ଣି ଝଡର ପ୍ରଭାବ ଦେଖିବାକୁ ମିଳିଥିଲା । ଏନେଇ ଏହି ରାଜ୍ୟରେ ସେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିବା କହିଛନ୍ତି କେଣ୍ଟକି ରାଜ୍ୟପାଳ ।

ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଟ୍ୱିଟ୍ କରି କହିଛନ୍ତି ଯେ, ଏ ବିଷୟରେ ତାଙ୍କୁ ଅବଗତ କରାଯାଇଛି ଏନେଇ ଏବେ ଉଦ୍ଧାରକାର୍ଯ୍ୟ ଜାରି ଜାରି ରହିଛି । କ୍ଷତି ସହିଥିବା ରାଜ୍ୟ ଗୁଡିକରେ କ୍ଷୟକ୍ଷତିର ଆକଳ ହେଲେ ପ୍ରଭାବିତ ରାଜ୍ୟଗୁଡିକ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବାଇଡେନ ।

ତେବେ ଘୂର୍ଣ୍ଣିଝଡ ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏହା ଆମେରିକାରେ ହେଉଛି ସବୁଠାରୁ ଭୟଙ୍କର ଘୂର୍ଣ୍ଣିଝଡ । ଯାହାର ତୀବ୍ରତା ଘଣ୍ଟା ପ୍ରତି ପ୍ରାୟ 200 ମାଇଲ ପ୍ରତି ଥିବାବେଳେ ଏହା ପ୍ରଭାବରେ ଅନେକ ଘର ଭାଙ୍ଗି ପଡିଛି । ଏହା ଇତିହାସର ଦୀର୍ଘତମ ଘୂର୍ଣ୍ଣିବଳୟ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏହାର ପ୍ରଭାବରେ ଚାରୋଟି ରାଜ୍ୟରେ ଲୋକେ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଅନ୍ଧକାରରେ ରହିଛନ୍ତି । ଶୁକ୍ରବାର ଦିନ ଜାତୀୟ ପାଣିପାଗ ବିଭାଗ ଘୂର୍ଣ୍ଣି ଝଡର ତେଚାବନୀ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.