ETV Bharat / international

ଆମେରିକାରେ ଟର୍ଣ୍ଣାଡୋ ଆତଙ୍କ, 10 ମୃତ - Tornado effect

ଆମେରିକାରେ ଟର୍ଣ୍ଣାଡୋ ଯୋଗୁଁ ଜନଜୀବନ ଠପ୍‌ ହୋଇଛି । 10 ଜଣ ଲୋକଙ୍କ ମୃତ୍ୟୁ ହେବା ସହ 16ରୁ ଅଧିକ ଆହତ ହୋଇଛନ୍ତି।

ଡିଜାଇନ ଫଟୋ(ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏନଡବ୍ଲୁଏସ)
author img

By

Published : Mar 4, 2019, 10:47 AM IST

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ଆତଙ୍କ ମଚାଇଛି ଟର୍ଣ୍ଣାଡୋ । ଏଥିଯୋଗୁଁ ପ୍ରାୟ 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାସହ 16ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।

ଆଲବାମାରେ ଥିବା ଜାତୀୟ ପାଣିପାଗ ସେବା କେନ୍ଦ୍ର ପକ୍ଷରୁ ଏନେଇ ରବିବାର ଅପରାହ୍ନ 2ଟା 30ରେ ଆମେରିକାବାସୀଙ୍କୁ ସତର୍କ ସୂଚନା ଦିଆଯାଇଥିଲା । ବଡ ଓ ଭୟାନକ ଟର୍ଣ୍ଣାଡୋ ଆସିବାର ସମ୍ଭାବନା ଥିବାରୁ ଏଥିପ୍ରତି ସତର୍କ ରହିବା ପାଇଁ ଏହା ଚେତାବନୀ ଦେଇଥିଲା । ଏହାପରେ ଅପରାହ୍ନରେ ଆସିଥିଲା ବିଧ୍ବଂସକାରୀ ଟର୍ଣ୍ଣାଡୋ । ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିଲା ।

ଚାରିଆଡେ ପ୍ରବଳ ବରଫପାତ ହେବା ସହିତ ଜୋରରେ ପବନ ବୋହିଥିଲା । ଫଳରେ ବିଭିନ୍ନ ସ୍ଥାନରେ ଯାନବାହାନ ପରସ୍ପର ମଧ୍ୟରେ ଧକ୍କା ଖାଇଥିଲେ । ବଡ ବଡ ବସ ଓ ଟ୍ରକ ରାସ୍ତା କଡକୁ ଓଲଟି ପଡିଥିଲା । ଏପରିକି କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ଉପୁଡି ପଡିବା ସହ ସର୍ଟସର୍କିଟ ହୋଇଥିଲା । ଏହି ଟର୍ଣ୍ଣାଡୋ ଯୋଗୁଁ ପ୍ରବଳ ତୁଷାରପାତ ହୋଇଥିବାର ଖବର ମିଳିଛି । ଫଳରେ ରାସ୍ତା ଉପରେ ଶହ ଶହ ଗାଡି ଜମା ରହିଥିଲା ।

ଏହି ଟର୍ଣ୍ଣାଡୋ ଦକ୍ଷିଣ ଆମେରିକାରେ ଅଧିକ କ୍ଷୟକ୍ଷତି କରିଥିଲା । ଜର୍ଜିଆ ଓ ଆଲବାମା ସହରରେ ଏହାର ବିଶେଷ ପ୍ରଭାବ ରହିଥିଲା । ଏଥିପାଇଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟି 10 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାସହ 16ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ ରାତି 9ଟା ପରେ ଏହି ଭୟାନକ ଟର୍ଣ୍ଣାଡୋ ଛାଡି ଯାଇଥିଲା । କିନ୍ତୁ ଏହାର ପ୍ରଭାବରେ ଜନଜୀବନ ଠପ୍‌ ହୋଇଯାଇଛି ।

undefined
  • AFP: Tornadoes kill more than 10 people in US, according to reports

    — ANI (@ANI) March 4, 2019 " class="align-text-top noRightClick twitterSection" data=" ">

ଏହା ଛାଡିବା ପରେ ମଧ୍ୟ ଅଟକିଥିବା ଗାଡିମୋଟର ଯାତାୟାତ କରିପାରିନଥିଲେ । କାରଣ ପ୍ରବଳ ତୁଷାରପାତରେ ସମସ୍ତ ଗାଡି ଘୋଡାଇ ହୋଇଥିଲେ । ଏପରିକି ଅନେକ ଘର ଓ ରାସ୍ତା ମଧ୍ୟ ଏଥିରେ ଢାଙ୍କି ହୋଇଥିଲା । ଏଥିପାଇଁ ପୋଲିସ ଗାଡି ମଧ୍ୟ ରାସ୍ତାରେ ଅଟକି ରହିଥିଲା । ଫଳରେ ଲୋକଙ୍କୁ ସେବା ଯୋଗାଇବାରେ ବିଳମ୍ବ ହୋଇଥିଲା । ଜୋର ପବନରେ ଲୋକଙ୍କ ଘରର ଛାତ ଉଡିଯିବା ସହ ପାଚେରୀ ଭାଙ୍ଗିଯାଇଥିଲା ।

ଟର୍ଣ୍ଣାଡୋ ଛାଡିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଫେଇ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତା ଉପରୁ ବରଫ ସଫା କରାଯିବା ସହ ଅଟକିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଅନେକ ଜାଗାରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିବାବେଳେ ଏହା ସଜଡାଯାଉଛି । ଫେବୃୟାରୀ 23ରେ ଜାରି ହୋଇଥିବା ଷ୍ଟେଟ ଏମର୍ଜେନ୍ସିକୁ ଅଧିକ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାସହ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ସୋମବାର ଠାରୁ ସାଧାରଣ ତଥା ଶୁଖିଲା ପାଗ ରହିବ । କିନ୍ତୁ ତାପମାତ୍ରା କମ ରହିବ ଫଳରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେବ ।

Intro:Body:

ବିଜେଡି ଆଡକୁ ମୁହାଁଇବା ନେଇ ମମତା କୁଣ୍ଡୁଙ୍କ  ଇସାରା

ବାଲେଶ୍ବର: ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଆଶାୟୀ ପ୍ରାର୍ଥୀ କେଉଁ ଦଳକୁ ଯାଇ ଭାଗ୍ୟ ଭବିଷ୍ୟତ ଗଢିବା ସହ ଲଢେଇ କରିବ ସେ ନେଇ ଧିରେଧିରେ ପରଦା ଉଠିବାରେ ଲାଗୁଛି । ଏହି ପରିପ୍ରେକ୍ଷୀରେ ଆପ୍‌ର ପୂର୍ବତନ ବାଲେଶ୍ବର ଲୋକସଭା ପ୍ରାର୍ଥୀ ମମତା କୁଣ୍ଡୁ ନିଜ ମତାମତ ଦେଇଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେଉଁ ପାର୍ଟି ଓଡିଶାରେ ସରକାର ବନେଇବ ସେହି ପାର୍ଟିରେ ସାମିଲ ରହିବେ । 

ଏହା ସହ ସେ ଆହୁରି କହିଛନ୍ତି ଯେ ଜଣେ ସମାଜସେବୀ ଦୃଷ୍ଟିକୋଣରୁ ଦେଖିଲେ ଲୋକଙ୍କ ସେବା କରିବା ପାଇଁ କ୍ଷମତାର ଆବଶ୍ୟକତା ରହିଛି । ତେଣୁ ଲୋକଙ୍କ ସେବା କରିବା ସେ ଏମିତି ଏକ ଦଳକୁ ବାଛିବେ ଯେଉଁ ଦଳ ଓଡିଶାରେ ସରକାର ଗଠନ କରିବାର ପୂର୍ଣ୍ଣ କ୍ଷମତା ରଖିଥିବ ।  

ନିର୍ବାଚନର କିଛିଦିନ ପୂର୍ବରୁ ମମତା ଏମିତି ଏକ ସାମ୍ବାଦିକ ସମ୍ମିଳନୀର ସ୍ପଷ୍ଟ ଉଦ୍ଦେଶ୍ୟ ସମ୍ପର୍କରେ କିଛି କହି ନାହାଁନ୍ତି । ମାତ୍ର ବିଜେଡିର ଯୋଗଦେବେ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି । 

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.