ETV Bharat / international

ଆମେରିକାରେ କୃଷ୍ଣକାୟଙ୍କ ସମର୍ଥନରେ ଆନ୍ଦୋଳନ, 16ଟି ମୂର୍ତ୍ତି ଭାଙ୍ଗିଛନ୍ତି ବିକ୍ଷୋଭକାରୀ

ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ସମର୍ଥନରେ ସାରା ଆମେରିକା ଏକ ହୋଇଛି । ତେବେ ସରକାରଙ୍କ ବିରୋଧରେ ଆନ୍ଦୋଳନ ଏବେ ହିଂସାତ୍ମକ ରୂପ ନେଇଛି । ଯେଉଁଥିପାଇଁ ପୋଲିସକୁ ଲାଠିଚାର୍ଜ, ଟିୟର ଗ୍ୟାସ୍ ଭଳି ପନ୍ଥା ଆପଣାଇବାକୁ ପଡୁଛି । ଅଧିକ ପଢନ୍ତୁ...

ଆମେରିକାରେ କୃଷ୍ଣକାୟଙ୍କ ସମର୍ଥନରେ ଆନ୍ଦୋଳନ, 16ଟି ମୂର୍ତ୍ତି ଭାଙ୍ଗିଛନ୍ତି ବିକ୍ଷୋଭକାରୀ
ଆମେରିକାରେ କୃଷ୍ଣକାୟଙ୍କ ସମର୍ଥନରେ ଆନ୍ଦୋଳନ, 16ଟି ମୂର୍ତ୍ତି ଭାଙ୍ଗିଛନ୍ତି ବିକ୍ଷୋଭକାରୀ
author img

By

Published : Jun 14, 2020, 4:29 AM IST

ୱାଶିଂଟନ: ଆମେରିକାରେ କୃଷ୍ଣକାୟଙ୍କ ସମର୍ଥନରେ ବିକ୍ଷୋଭ ଜୋରଦାର ହୋଇଛି । ଆମେରିକା ସହ ୟୁରୋପର ଅନ୍ୟ ରାଷ୍ଟ୍ରମାନଙ୍କରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଛି । ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ସମର୍ଥନରେ ସାରା ଆମେରିକା ଏକ ହୋଇଛି । ତେବେ ସରକାରଙ୍କ ବିରୋଧରେ ଆନ୍ଦୋଳନ ଏବେ ହିଂସାତ୍ମକ ରୂପ ନେଇଛି । ଯେଉଁଥିପାଇଁ ପୋଲିସକୁ ଲାଠିଚାର୍ଜ, ଟିୟର ଗ୍ୟାସ୍ ଭଳି ପନ୍ଥା ଆପଣାଇବାକୁ ପଡୁଛି ।

ତେବେ ବିକ୍ଷୋଭକାରୀ ଅନେକ ସ୍ଥାନରେ କିଛି ମହାନ ପୁରୁଷ, ରାଜନେତା, ଆବିଷ୍କାରଙ୍କର ମୂର୍ତ୍ତି ଉପରେ ନିଜର ରାଗ ସୁଝାଇଛନ୍ତି । ଆମେରିକାର ବିଭିନ୍ନ ଜାଗାରେ ଥିବା ଅନେକ ମୂର୍ତ୍ତି ଭାଙ୍ଗିବା ସହ ମୂର୍ତ୍ତିଙ୍କ ମୁଣ୍ଡ ଶରୀରରୁ ଅଲଗା କରିଛନ୍ତି । ଯେଉଁ ଲୋକମାନେ ପୂର୍ବରୁ କ୍ରୀତଦାସ ପ୍ରଥାର ସମର୍ଥନ କରିଥିଲେ ଅବା ଜାତିଆଣ ବିବାଦ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ ସେମାନଙ୍କୁ ଟାର୍ଗେଟ କରିଛନ୍ତି ବିକ୍ଷୋଭକାରୀ । ବିଭିନ୍ନ ସହରରେ ମୂର୍ତ୍ତି ଓ ସ୍ମାରକ୍ ନଷ୍ଟ କରିଛନ୍ତି ଆନ୍ଦୋଳନକାରୀ । ମେ 30ରୁ ଏହି ପ୍ରଥା ଆରମ୍ଭ ହୋଇଥିଲେ । ପ୍ରଥମେ ଟେନ୍ନେସେରେ ଥିବା ଜଣେ ରାଜନେତା ଏଡୱାର୍ଡ କାରମାକଙ୍କର ମୂର୍ତ୍ତିକୁ ବିକ୍ଷୋଭକାରୀ ଭାଙ୍ଗି ଦେଇଥିଲେ ।

ଏହାପରେ ଅଲବାମାରେ ମେ 31ରେ ପୂର୍ବତନ ନୌସେନା କ୍ୟାପ୍ଟେନ ଚାର୍ଲସ ଲିନଙ୍କର 8 ଫୁଟ୍ ଉଚ୍ଚ ମୂର୍ତ୍ତିକୁ ବିକ୍ଷୋଭକାରୀ ଭାଙ୍ଗି ଦେଇଥିଲେ । ଜୁନ୍ 2ରେ ଭିର୍ଜିନିଆରେ ଜଣେ ସୈନକଙ୍କର 131 ବର୍ଷ ପୁରୁଣା ପ୍ରତିମା ଭଙ୍ଗା ଯାଇଥିଲା । ଏହାସହ ଜୁନ୍ 6ରେ ସେଠାରେ ଜେନେରାଲ ୱିଲିୟିମ୍ସ କାର୍ଟରଙ୍କ ମୂର୍ତ୍ତିର ମୁଣ୍ଡ କଟାଯାଇଥିଲା । ଏହାପରେ ପେନ୍ନସିଲଭାନିଆରେ ଫିଲାଡେଲଫିଆର ପୂର୍ବତନ ମେୟର ଏବଂ ପୋଲିସ କମିଶନର ଫ୍ରାଙ୍କ ରିଜୋଙ୍କ ବ୍ରୋଞ୍ଜ ଷ୍ଟାଚ୍ୟୁକୁ ଦଉଡିରେ ବାନ୍ଧି ତଳେ ପକାଇବା ସହ ଭାଙ୍ଗିଥିଲେ ଆନ୍ଦୋଳନକାରୀ ।

ସେହିପରି ଜୁନ୍ 8ରେ କେଣ୍ଟୁକୀରେ ଜନ୍ ବି କାଷ୍ଟଲେମ୍ୟାନଙ୍କ ମୂର୍ତ୍ତି, ଜୁନ୍ 9 ଫ୍ଲୋରିଡାରେ ଏବଂ ଇଣ୍ଡିଆନାପୋଲିସରେ 35 ଫୁଟ୍ ଉଚ୍ଚା ସ୍ମାରକ୍ ଏବଂ ଜୁନ୍ 10 ବୋଷ୍ଟନରେ ଖ୍ରୀଷ୍ଟଫର କଲମ୍ବସଙ୍କ ମୂର୍ତ୍ତି ଭାଙ୍ଗିଛନ୍ତି ବିକ୍ଷୋଭକାରୀ । ଜୁନ୍ 10ରେ ସେଣ୍ଟ ପୋଲରେ ମଧ୍ୟ କଲମ୍ବସଙ୍କ 10 ଫୁଟ୍ ଉଚ୍ଚତାର ମୂର୍ତ୍ତିକୁ ମଧ୍ୟ ତଳେ ପକାଇଥିଲେ ଲୋକେ । ଏହାପରେ ଭିର୍ଜିନାରେ କନଫେଡେରାସି ରାଷ୍ଟ୍ରପତି ଜେଫେରସନ୍ ଡେଭିସଙ୍କ ମୂର୍ତ୍ତିକୁ ଟାର୍ଗେଟ କରିଥିଲେ ଆନ୍ଦୋଳନକାରୀ । ଆମେରିକା ସହ ୟୁରୋପରେ ମଧ୍ୟ ଲୋକଙ୍କ ମଧ୍ୟରେ ଏହି ମୂର୍ତ୍ତି ଭଙ୍ଗା ଘଟଣା ଜାରି ରହିଥିଲା ।

ଜୁନ୍ 7ରେ ଏହି ପ୍ରଥା ପ୍ରଥମେ ବ୍ରିଷ୍ଟଲ ସହରର ଏଡୱାର୍ଡ କୋଲଷ୍ଟୋନାଣ୍ଡଙ୍କ ମୂର୍ତ୍ତିରୁ ଆରମ୍ଭ ହୋଇଥିଲା । 17ଶହ ଶତାବ୍ଦୀର କ୍ରୀତଦାସ ଚାଲାଣ କରୁଥିବା ଏଡୱାର୍ଡଙ୍କ ମୂର୍ତ୍ତିକୁ ଭାଙ୍ଗିଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ଏହାପରେ ଜୁନ୍ 9ରେ ପୂର୍ବ ଲଣ୍ଡନର ଡକଲାଣ୍ଡ ଅଞ୍ଚଳରେ ପୂର୍ବ କାଳରେ କ୍ରୀତଦାସ କ୍ରୟ କରୁଥିବା ସ୍କଟଲାଣ୍ଡର ବଣିକ ରବର୍ଟ ମିଲିଗାନ୍ ମୂର୍ତ୍ତି ମାତ୍ର କିଛି କ୍ଷଣ ମଧ୍ୟରେ ମାଟିରେ ମିଶିଥିଲା । ଏଡିନବର୍ଗରେ ସ୍କଟଲାଣ୍ଡ ଦାର୍ଶନିକ ଡେଭିଡ୍ ହ୍ୟୁମେଙ୍କ ପ୍ରତିମୂର୍ତ୍ତି ମଧ୍ୟ ଆକ୍ରମଣକାରୀଙ୍କ ଶିକାର ହୋଇଥିଲା ।

ସେଠାରେ ହେନେରୀ ଦୁଣ୍ଡାସଙ୍କ ମୂର୍ତ୍ତିକୁ ମଧ୍ୟ ଭଙ୍ଗାଯାଇଥିଲା । ସେ 18ଶହ ଶତାବ୍ଦୀରେ କ୍ରୀତଦାସ ପ୍ରଥା ଦୂର କରିବାକୁ ଆସିଥିବା ନିୟମକୁ ବିଳମ୍ବ କରିବାରେ ପ୍ରମୁଖ ଭୂମିକା ନେଇଥିଲେ । ଏପରିକି ତାଙ୍କ ନାମରେ ଥିବା ରାସ୍ତାକୁ ପୁଣି ଥରେ ନାମକରଣ କରିବାକୁ ଅନଲାଇନରେ ଏକ ପିଟିସନ ଦ୍ବାରା ଦାବି ଆରମ୍ଭ ହୋଇଛି । ସେହିପରି ବେଲଜିୟମରେ ମଧ୍ୟ ଆଣ୍ଟୱେର୍ପରେ କିଙ୍ଗ ଲିଓପୋଲଡ ଦ୍ବିତୀୟଙ୍କ ମୂର୍ତ୍ତିକୁ ବିକ୍ଷୋଭକାରୀ ଭାଙ୍ଗିବା ପରେ ସରକାରୀ ଅଧିକାରୀ ଏହାକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.