ETV Bharat / international

ପଶ୍ଚିମ ହାଇତି ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1,297କୁ ବୃଦ୍ଧି - ଭୂମିକମ୍ପ

ପଶ୍ଚିମ ହାଇତିରେ ବଡ ଧରଣର ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1297କୁ ବୃଦ୍ଧି ହୋଇଛି । ଏହାସହ ୨୮୦୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ପଶ୍ଚିମ ହାଇତି ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1,297କୁ ବୃଦ୍ଧି

author img

By

Published : Aug 16, 2021, 6:57 AM IST

ହାଇତି: ପଶ୍ଚିମ ହାଇତିରେ ବଡ ଧରଣର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 1297କୁ ବୃଦ୍ଧି ହୋଇଛି । ଏହାସହ ୨୮୦୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ସିଭିଲ ପୋଟ୍ରକ୍ସନ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଭୂକମ୍ପରେ ଦେଶର ପଶ୍ଚିମାଞ୍ଚଳରେ ୫୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ୨୮୬୮ଟି ଘର ନଷ୍ଟ ହୋଇଥିବା ବେଳେ ୫୪୧୦ ଘର କ୍ଷତିଗ୍ରସ୍ତ ହୋଇଛି । ଏହାସହ ଏକ ମେଡିକାଲ ଓ ଏକାଧିକ ହୋଟେଲ ମଧ୍ୟ ଭାଙ୍ଗିଯାଇଛି ।

ସୂଚନା ଅନୁସାରେ, ଶନିବାର ସକାଳେ ପଶ୍ଚିମ ହାଇତିରେ 7.2 ତିବ୍ରତାର ଭୂକମ୍ପ ହୋଇଥିଲା । ସ୍ଥାନୀୟ ବିପର୍ଯ୍ୟୟ ମୁକାବିଲା ସଂସ୍ଥା ଦ୍ବାର ଆକଳନ ଅନୁସାରେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଜନବହୁଳ ରାଜଧାନୀ କେନ୍ଦ୍ରୀୟ ପୋର୍ଟ-ଅ-ପ୍ରିନ୍ସରୁ ପ୍ରାୟ 100 ମାଇଲ ଅର୍ଥାତ 160 କିଲୋମିଟର ଦୂରରେ ବୋଲି କୁହାଯାଉଛି ।

ଜାନୁଆରୀ 2010ରେ 7.0 ତୀବ୍ରତାର ଭୂକମ୍ପ ଅନୂଭୁତ ହୋଇଥିବା ବେଳେ ବର୍ତ୍ତମାନ ପ୍ରାୟ ୧୦ବର୍ଷ ବ୍ୟବଧାନ ପରେ 7.2 ତ୍ରୀବତାର ଭୂକମ୍ପ ଅନୁଭୁତ ହୋଇଛି । 2010ରେ ହୋଇଥିବା ଭୂକମ୍ପରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.