ETV Bharat / international

ଦେଶର ଗରିବୀ ହଟାଇବାକୁ ନଷ୍ଟ ହେଉଛି ଆମାଜନ ରେନଫରେଷ୍ଟ - ବ୍ରାଜିଲରେ ଆମାଜନ ରେନଫରେଷ୍ଟ ନଷ୍ଟ

ଦେଶର ଗରିବୀ ହଟାଇବା ପାଇଁ ବଳି ପଡିଛନ୍ତି ଲକ୍ଷ ଲକ୍ଷ ଗଛ । ଏ ହେଉଛି ବ୍ରାଜିଲସ୍ଥିତ ଆମାଜନ ରେନଫରେଷ୍ଟର କଥା । ଯେଉଁଠି ଗତବର୍ଷ ତୁଳନାରେ ଚଳିତବର୍ଷ ନଷ୍ଟ ହେବାରେ ଲାଗିଛି ଅଧିକ ଗଛ । ଆଉ ଏହା ପଛରେ ଦାୟୀ ସାଜିଛି ବ୍ରାଜିଲର ରାଷ୍ଟ୍ରପତି ଜାଏର ବୋଲସୋନାରୋ । ଅଧିକ ପଢ଼ନ୍ତୁ...

deforestation, deforestation in brazil, amazon rainforest of brazil in danger, amazon rainforest, ଜଙ୍ଗଲ ନଷ୍ଟ, ବ୍ରାଜିଲରେ ଜଙ୍ଗଲ ନଷ୍ଟ, ବ୍ରାଜିଲରେ ଆମାଜନ ରେନଫରେଷ୍ଟ ନଷ୍ଟ, ଆମାଜନ ରେନଫରେଷ୍ଟ
ଦେଶର ଗରିବୀ ହଟାଇବାକୁ ନଷ୍ଟ ହେଉଛି ଆମାଜନ ରେନଫରେଷ୍ଟ
author img

By

Published : May 10, 2020, 12:27 AM IST

ବ୍ରାଜିଲିଆ: ଦେଶର ଗରିବୀ ହଟାଇବା ପାଇଁ ବଳି ପଡିଛନ୍ତି ଲକ୍ଷ ଲକ୍ଷ ଗଛ । ଏ ହେଉଛି ବ୍ରାଜିଲସ୍ଥିତ ଆମାଜନ ରେନଫରେଷ୍ଟର କଥା । ଯେଉଁଠି ଗତବର୍ଷ ତୁଳନାରେ ଚଳିତବର୍ଷ ନଷ୍ଟ ହେବାରେ ଲାଗିଛି ଅଧିକ ଗଛ । ଆଉ ଏହା ପଛରେ ଦାୟୀ ସାଜିଛି ବ୍ରାଜିଲର ରାଷ୍ଟ୍ରପତି ଜାଏର ବୋଲସୋନାରୋ । ଦେଶରେ ଗରିବୀ ଦୂର କରିବା ପାଇଁ ସେ କାଠ ମାଫିଆ ଓ ଖଣି ମାଫିଆଙ୍କୁ ଜଙ୍ଗଲ ନଷ୍ଟ କରିବାର ଦେଇଛନ୍ତି ଖୋଲା ଅନୁମତି ।

ଫଳ ସ୍ବରୂପ ଆମାଜନ ରେନଫରେଷ୍ଟରେ ଗତବର୍ଷ ଏପ୍ରିଲ ସୁଦ୍ଧା 248 ବର୍ଗ କିଲୋମିଟର ଜଙ୍ଗନ ନଷ୍ଟ ହୋଇଥିବା ବେଳେ ଚଳିତବର୍ଷ ଏପ୍ରିଲ ସୁଦ୍ଧା ନଷ୍ଟ ହୋଇଛି 405 ବର୍ଗ କିଲୋମିଟରର ଜଙ୍ଗଲ । ଲକଡାଉନ ସମୟରେ ସାଧାରଣ ଜନତାଙ୍କ ବିରୋଧ ମିଳୁନଥିବାରୁ ଜଙ୍ଗଲ ନଷ୍ଟ କରିବାରେ ସଫଳ ହେଉଛନ୍ତି ଏହି ବେଆଇନ କାଠ ଓ ଖଣି ମାଫିଆ । ସମ୍ପୃକ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ରାଷ୍ଟ୍ରପତି କହିଛନ୍ତି କି ଦେଶରେ ଅନେକ ଖଣିଜ ପଦାର୍ଥ ଓ କାଠ ଗଚ୍ଛିତ ରହିଛି । ଯାହାକୁ ବିକ୍ରି କରି ଦେଶ ନିଜ ଅର୍ଥନୀତି ସୁଧାରି ପାରିବ ।

ଏନେଇ ଦେଶରେ ଥିବା ହରିତ ଜଙ୍ଗଲ ଯାହା ବିଶ୍ବର ବାୟୁମଣ୍ଡଳକୁ ବିଶେଷ ପ୍ରଭାବିତ କରିଥାଏ ତାହାକୁ ନଷ୍ଟ କରିବାର ଅନୁମତି ଦେଇଛନ୍ତି ରାଷ୍ଟ୍ରପତି । ତାଙ୍କର ଏହି ରଣନୀତିକୁ ବିଭିନ୍ନ ମାହୋଲରେ ନିନ୍ଦା କରାଯିବା ସତ୍ତ୍ବେ ସେ ଏସବୁକୁ ବେଖାତିର କରି ଜଙ୍ଗଲ ନଷ୍ଟକୁ ପ୍ରଶୟ ଦେଇ ଆସିଛନ୍ତି । ଫଳସ୍ବରୂପ ତାଙ୍କ କାର୍ଯ୍ୟକାଳ ମଧ୍ୟରେ 55 ପ୍ରତିଶତ ଅଧିକ ଜଙ୍ଗଲ ନଷ୍ଟ ହୋଇଥିବା ରେକର୍ଡ କରାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.