ନ୍ୟୁୟର୍କ: ଟିକଟକ୍ ବ୍ୟାନ ନେଇ ସାରା ବିଶ୍ବରେ ଚର୍ଚ୍ଚା ଚାଲିଛି । ୟୁଜର୍ସଙ୍କ ଡାଟା ସୁରକ୍ଷିତ ରହୁନଥିବା ନେଇ କମ୍ପାନୀ ଉପରେ ଅଭିଯୋଗ ଆସିଛି । ଏଥିପାଇଁ ପ୍ରଥମେ ଭାରତ, ପରେ ଅନ୍ୟ ଦେଶମାନେ ଏହି ଆପ୍ ଉପରେ ବ୍ୟାନ ଲଗାଇଛନ୍ତି । ଆମେରିକା ଷ୍ଟେଟ୍ ଅଫ୍ ସେକ୍ରେଟାରୀ ମାଇକ ପୋମ୍ପେଓ ମଧ୍ୟ ଟ୍ରମ୍ପ ସରକାର ଟିକଟକ୍ ବ୍ୟାନ ନେଇ ଚିନ୍ତା କରୁଥିବା ବିଷୟରେ କିଛି ଦିନ ତଳେ କହିଥିଲେ ।
ତେବେ ଏହି ପ୍ରସଙ୍ଗରେ ପାଦେ ଆଗେଇ ଯାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପଙ୍କ ପରାମର୍ଶଦାତା ଲାରୀ କୂଡଲୋ । ହ୍ବାଇଟ୍ ହାଉସରେ ରିପୋର୍ଟରଙ୍କୁ ସେ କହିଛନ୍ତି ଯେ ଟିକଟକ୍ ଯେଉଁ ଚୀନ୍ କମ୍ପାନୀ ଅଧୀନରେ କାମ କରୁଛି ତାହା ଛାଡିବାର ଯୋଜନା କରିଛି । ଆଗାମୀ ଦିନରେ ଏହା ଏକ ସ୍ବାଧୀନ ଆମେରିକୀୟ କମ୍ପାନୀ ଭାବେ କାର୍ଯ୍ୟ କରିପାରେ ବୋଲି ସେ ଭାବୁଛନ୍ତି । ବାଇଟଡ୍ୟାନ୍ସ ଅଧୀନରେ ଥିବା ଟିକଟକ୍ ନିଜ ପ୍ୟାରେଣ୍ଟ କମ୍ପାନୀର କାର୍ଯ୍ୟକୁ ନେଇ ଅସନ୍ତୋଷ ରହିଛି । ତେଣୁ ବର୍ତ୍ତମାନ ସ୍ଥିତିରେ ଟିକଟକ୍ ବ୍ୟାନ ନକରି ଏହାକୁ ଅନ୍ୟ ଉପାୟରେ ବ୍ୟବହାର କରିବାକୁ କୂଡଲୋ କହିଛନ୍ତି ।
ଜାତୀୟ ଅର୍ଥନୈତିକ ପରିଷଦର ନିର୍ଦ୍ଦେଶକ ଥିବା ଲାରୀ କହିଛନ୍ତି ଯେ ଆମେରିକାରେ ଟିକଟକର ସେବାକୁ ନୂଆ ଭାବେ ବ୍ୟବହାର କରାଯାଇପାରିବ । ଏହା ଆଗାମୀ ଦିନରେ ଏକ ଶତ ପ୍ରତିଶତ ଆମେରିକୀୟ କମ୍ପାନୀ ହୋଇପାରିବ । ଏହା ଉପରେ ମଧ୍ୟ କମ୍ପାନୀ ଏବେ ବିଚାର କରୁଥିବା ସେ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରସ୍ତାବ ଦେବା ପରେ ମଧ୍ୟ ଏପର୍ଯ୍ୟନ୍ତ ଆମେରିକା ଏହା ଉପରେ ବ୍ୟାନ ନେଇ କୌଣସି ନିର୍ଦ୍ଦଷ୍ଟ ନିଷ୍ପତ୍ତି ନେଇନାହିଁ ।
ତେବେ ଯଦି ଏହା ଚୀନ୍ କମ୍ପାନୀ ଛାଡି ଆମେରିକୀୟ କମ୍ପାନୀରେ ପରିଣତ ହୁଏ ତେବେ ଭାରତ ମଧ୍ୟ ଏହା ଉପରୁ ବ୍ୟାନ ହଟାଇବା ଉପରେ ବିଚାର କରିପାରେ ବୋଲି ଆଶା କରାଯାଉଛି । ପ୍ରକାଶ ଥାଉ କି ଲଦାଖର ଗଲୱାନ ବିବାଦ ପରେ ଭାରତୀୟଙ୍କ ତଥ୍ୟ ସୁରକ୍ଷିତ ନଥିବା ଅଭିଯୋଗ କରି ଟିକଟକ୍ ସମେତ 58ଟି ଆପ୍ ଉପରେ ମୋଦି ସରକାର ନିଷେଧାଦେଶ ଜାରି କରିଥିଲେ । ଚୀନ୍ ପରେ ଭାରତ ଟିକଟକର ସବୁଠାରୁ ବଡ ମାର୍କେଟ ଥିଲା । ଏଠାରେ ଆପର 200 ମିଲିୟନ ୟୁଜର୍ସ ରହିଥିଲେ ଏବଂ 300 ମିଲିୟନରୁ ଅଧିକ ଡାଉନଲୋଡ୍ ହୋଇଥିଲା । ଏହାପରେ ଆମେରିକା ତୃତୀୟ ସ୍ଥାନରେ ଥିବା ଯେଉଁଠାରେ 30 ମିଲିୟନ ୟୁଜର୍ସ ରହିଥିଲେ ।
ଟିକଟକ୍ ସାଜିପାରେ ଆମେରିକୀୟ କମ୍ପାନୀ, କହିଲେ ଟ୍ରମ୍ପଙ୍କ ପରାମର୍ଶଦାତା - ରାଷ୍ଟ୍ରପତି ଟ୍ରମ୍ପଙ୍କ ପରାମର୍ଶଦାତା ଲାରୀ କୂଡଲୋ
ରାଷ୍ଟ୍ରପତି ଟ୍ରମ୍ପଙ୍କ ପରାମର୍ଶଦାତା ଲାରୀ କୂଡଲୋ ହ୍ବାଇଟ୍ ହାଉସରେ ରିପୋର୍ଟରଙ୍କୁ ସେ କହିଛନ୍ତି ଯେ ଟିକଟକ୍ ଯେଉଁ ଚୀନ୍ କମ୍ପାନୀ ଅଧୀନରେ କାମ କରୁଛି ତାହା ଛାଡିବାର ଯୋଜନା କରିଛି । ଆଗାମୀ ଦିନରେ ଏହା ଏକ ସ୍ବାଧୀନ ଆମେରିକୀୟ କମ୍ପାନୀ ଭାବେ କାର୍ଯ୍ୟ କରିପାରେ ବୋଲି ସେ ଭାବୁଛନ୍ତି । ଅଧିକ ପଢନ୍ତୁ..