ETV Bharat / international

ଆମେରିକାରେ 24 ଘଣ୍ଟାରେ 1258 ମୃତ, ସଂଖ୍ୟା 51 ହଜାରକୁ ବୃଦ୍ଧି - ଆମେରିକାରେ କୋରୋନା ସଂକ୍ରମଣ

ଆମେରିକାରେ କୋରୋନା ସଂକ୍ରମଣ ହେତୁ ବର୍ତ୍ତମାନ ପର୍ଯ୍ୟନ୍ତ 9 ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା 50 ହଜାର ଅତିକ୍ରମ କରିଛି । ଅଧିକ ପଢନ୍ତୁ...

e United States records 1
ୟୁଏସରେ ଗତ 24 ଘଣ୍ଟାରେ 1258 ମୃତ
author img

By

Published : Apr 25, 2020, 9:54 AM IST

ଓ୍ବାଶିଂଟନ: ଗତ କିଛି ଦିନ ମଧ୍ୟରେ ବିଶ୍ବର ସମସ୍ତ ଦେଶରେ ବିଶେଷ କରି ୟୁରୋପ ଏବଂ ଆମେରିକାରେ କୋରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । କିନ୍ତୁ ଏହି ମହାମାରୀ ବନ୍ଦ ହେବା ଭଳି ମନେ ହେଉନାହିଁ । ଆମେରିକାରେ କୋରୋନା ସଂକ୍ରମଣ ହେତୁ ବର୍ତ୍ତମାନ ପର୍ଯ୍ୟନ୍ତ 9 ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା 50 ହଜାର ଅତିକ୍ରମ କରିଛି ।

ଗତ 24 ଘଣ୍ଟା ମଧ୍ୟରେ 1258 ଜଣ ପ୍ରାଣ ହରାଇଛନ୍ତି । ତେବେ ଏହା 3 ସପ୍ତାହ ମଧ୍ୟରେ ସବୁଠୁ କମ ମୃତ୍ୟୁ ସଂଖ୍ୟା । ଏହାସହ ସମୂଦାୟ ମୃତ୍ୟୁ ସଂଖ୍ୟା 51 ହଜାର 17କୁ ଛୁଇଁଥିବା ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ପ୍ରତ୍ୟେକ ଦେଶରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ମୃତ୍ୟୁସଂଖ୍ୟା 190000 ଅତିକ୍ରମ କରିଛି, ଯେଉଁଥିରେ ଦୁଇ ତୃତୀୟାଂଶ ଲୋକ କେବଳ ୟୁରୋପରେ ମୃତ୍ୟୁ ବରଣ କରିଛନ୍ତି । ୟୁରୋପରେ 1 ଲକ୍ଷ 16 ହଦାର 221 ଲୋକ ପ୍ରାଣ ହରାଇଥିବାବେଳେ ଆମେରିକାରେ ମୃତ୍ୟୁ ସଂଖ୍ୟା 50 ହଜାର ଅତିକ୍ରମ କରିଛି । ସେହିପରି ଇଟାଲୀରେ ସର୍ବାଧିକ 25 ହଜାର 549 ମୃତ୍ୟୁ ହୋଇଥିବାବେଳେ ଇଟାଲୀ ପରେ ସ୍ପେନରେ 22 ହଜାର 157 ମୃତ୍ୟୁ ଘଟିଛି । ଆମେରିକା, ଇଟାଲୀ, ସ୍ପେନରେ ସର୍ବାଧିକ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.