ETV Bharat / international

କୋରୋନା ଆକ୍ରାନ୍ତଙ୍କୁ ନ୍ୟୁୟର୍କ ଟାଇମ୍ସର ଶ୍ରଦ୍ଧାଞ୍ଜଳୀ

ସାରା ବିଶ୍ବରେ କୋରୋନା ଆକ୍ରାନ୍ତ ତାଲିକାରେ ଓ ମୃତ୍ୟୁ ତାଲିକାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି ଆମେରିକା । ଦେଶରେ କୋରୋନାରେ ମୃତ୍ୟୁ ସଂଖ୍ୟା ପ୍ରାୟ 1ଲକ୍ଷ ଛୁଇଁବାକୁ ବସିଥିବା ବେଳେ ଏହି ଆକ୍ରାନ୍ତଙ୍କୁ ସଲାମ ଜଣାଇଛି ନ୍ୟୁୟର୍କ ଟାଇମ୍ସ ଖବରକାଗଜ ।

tribute to corona warriors on new york times, the new york times, american corrona warriors paid tribute, corona in america, ନ୍ୟୁୟର୍କ ଟାଇମ୍ସରେ କୋରୋନା ମୃତକଙ୍କ ଶ୍ରଦ୍ଧାଞ୍ଜଳୀ, ଆମେରିକାରେ କୋରୋନା ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ, ନ୍ୟୁୟର୍କ ଟାଇମ୍ସ, ଆମେରିକାରେ କୋରୋନା
କୋରୋନା ଆକ୍ରାନ୍ତଙ୍କୁ ନ୍ୟୁୟର୍କ ଟାଇମ୍ସର ଶ୍ରଦ୍ଧାଞ୍ଜଳୀ
author img

By

Published : May 25, 2020, 6:43 AM IST

ନ୍ୟୁୟର୍କ: ସାରା ବିଶ୍ବରେ କୋରୋନା ଆକ୍ରାନ୍ତ ତାଲିକାରେ ଓ ମୃତ୍ୟୁ ତାଲିକାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି ଆମେରିକା । ଦେଶରେ କୋରୋନାରେ ମୃତ୍ୟୁ ସଂଖ୍ୟା ପ୍ରାୟ 1ଲକ୍ଷ ଛୁଇଁବାକୁ ବସିଥିବା ବେଳେ ଏହି ଆକ୍ରାନ୍ତଙ୍କୁ ସଲାମ ଜଣାଇଛି ନ୍ୟୁୟର୍କ ଟାଇମ୍ସ ଖବରକାଗଜ । ରବିବାର ଏହି ଖବର କାଗଜର ପ୍ରଥମ ପୃଷ୍ଠାରେ ପ୍ରାୟ 1000 ଜଣ ଆକ୍ରାନ୍ତଙ୍କୁ ସ୍ଥାନ ଦିଆଯାଇଥିବା ଦେଖିବାକୁ ମିଳିଛି ।

ଏହି ତାଲିକାଟି ଅତି ସରଳ ଭାବେ ଦର୍ଶାଯାଇଛି । ଏଥିରେ ଆକ୍ରାନ୍ତଙ୍କ ନାମ ଓ ତାଙ୍କର କିଛି ବ୍ୟକ୍ତିଗତ ତଥ୍ୟ ଦିଆଯାଇଥିଲା । କୋରୋନା ଯୁଦ୍ଧରେ ପ୍ରାଣ ହରାଇଥିବା ଏହି ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ନ୍ୟୁୟର୍କ ଟାଇମ୍ସ ଏପରି କରିଥିବା ପ୍ରକାଶ କରିଛି । ଏହାର ଶୀର୍ଷକ ରହିଥିଲା ‘ୟୁଏସରେ ମୃତ୍ୟୁ ସଂଖ୍ୟା 1 ଲକ୍ଷର ନିକଟତର, ଦେଶ ପାଇଁ ଅପରିମେୟ କ୍ଷତି’ । ଏହା ତଳେ ସାଧା ଅକ୍ଷରରେ ଲେଖା ରହିଥିଲା ‘ଏହା କେବଳ ସାଧାରଣ ନାମ ନୁହେଁ, ଏମାନେ ଆମ ଭିତରୁ ଜଣେ’ ।

ଜନ୍ସ ହପକିନ୍ସ ୟୁନିଭର୍ସିଟିର ତଥ୍ୟ ମୁତାବକ ଦେଶରେ କୋରୋନା ଦ୍ବାରା ନ୍ୟୁୟର୍କ ରାଜ୍ୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ରାଜ୍ୟରେ 3,85,000 ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 23,195ରେ ପହଞ୍ଚିଛି । ଏଥିରୁ କେବଳ ନ୍ୟୁୟର୍କ ସିଟିରେ 1,97,000 ଆକ୍ରାନ୍ତ ହୋଇଥିବା ବେଳେ 16,149 ଜଣଙ୍କର ମୃତ୍ୟୁ ହୋଇସାରିଛି ।

@IANS

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.