ETV Bharat / international

ସୂର୍ଯ୍ୟର ସବୁଠାରୁ ନିକଟତମ ଫଟୋ ଉତ୍ତୋଳନ କଲା ସୋଲାର ଅର୍ବିଟର

author img

By

Published : Jul 17, 2020, 6:38 AM IST

ନାସା ଓ ୟୁରୋପିଆନ ସ୍ପେଶ ଏଜେନ୍ସି (ଏସା) ଦ୍ବାରା ମିଳିତ ଭାବେ ପରିଚଳିତ ସୋଲାର ଅର୍ବିଟର ମିଶନରେ ମିଳିଛି ଏକ ସଫଳତା । ଏହି ମିଶନରେ ପ୍ରୋବ ଦ୍ବାରା ଉତ୍ତୋଳିତ ହୋଇଛି ପ୍ରଥମ ଫଟୋ । ଫଟୋଟି ସୂର୍ଯ୍ୟର ଏପର୍ଯ୍ୟନ୍ତର ସବୁଠାରୁ ନିକଟତର ଫଟୋ ବୋଲି କୁହାଯାଉଛି ।

solar orbitor mission, nasa and esa, latest space news, latest sun news, latest finding on sun, pictures of sun, closest picture of sun, ସୋଲାର ଅର୍ବିଟର ମିଶନ, ନାସା ଓ ଏସା, ଲାଟେଷ୍ଟ ମହାକାଶ ଖବର, ସୂର୍ଯ୍ୟ ଲାଟେଷ୍ଟ ଖବର, ସୂର୍ଯ୍ୟ ଲାଟେଷ୍ଟ ସନ୍ଧାନ, ସୂର୍ଯ୍ୟର ଫଟୋ
ସୂର୍ଯ୍ୟର ସବୁଠାରୁ ନିକଟତମ ଫଟୋ ଉତ୍ତୋଳନ କଲା ସୋଲାର ଅର୍ବିଟର

ୱାଶିଂଟନ: ମହାକାଶକୁ ନେଇ ଯେତେ ବି ଗବେଷଣା, ଆଲୋଚନା ଓ ପର୍ଯ୍ୟାଲୋଚନା ହେଉ ନା କାହିଁକି, ଅନେକ ଏପରି ରହସ୍ୟ ରହିଛି ଯାହା କେବଳ ପ୍ରକୃତିକୁ ହିଁ ଜଣା । ତଥାପି ମଣିଷ ନିଜ ବୁଦ୍ଧି ଓ କୌଶଳର ବ୍ୟବହାର କରି ପ୍ରତିଟି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ସର୍ବଦା ଚେଷ୍ଟିତ । ଏମିତିରେ ନାସା ଓ ୟୁରୋପିଆନ ସ୍ପେଶ ଏଜେନ୍ସି (ଏସା) ଦ୍ବାରା ମିଳିତ ଭାବେ ପରିଚଳିତ ସୋଲାର ଅର୍ବିଟର ମିଶନରେ ମିଳିଛି ଏକ ସଫଳତା । ଏହି ମିଶନରେ ପ୍ରୋବ ଦ୍ବାରା ଉତ୍ତୋଳିତ ହୋଇଛି ପ୍ରଥମ ଫଟୋ ।

ଏହି ଫଟୋଟି ସୂର୍ଯ୍ୟର ଏପର୍ଯ୍ୟନ୍ତର ସବୁଠାରୁ ନିକଟତର ଫଟୋ ବୋଲି କୁହାଯାଉଛି । ଯାହାକୁ ଏବେ ସର୍ବସାଧାରଣରେ ଦେଖାଯାଇଛି । ଚଳିତବର୍ଷ ଫେବୃଆରୀ 9ରେ ଲଞ୍ଚ ହୋଇଥିବା ଏହି ସ୍ପେଶକ୍ରାଫ୍ଟଟି ଜୁନ ମାସ ମଧ୍ୟଭାଗରେ ସୂର୍ଯ୍ୟର ଅତି ନିକଟତର ହୋଇଥିଲା । ଏହି ସମୟରେ ସୂର୍ଯ୍ୟର କିଛି ଫଟୋ ଉତ୍ତୋଳନ କରିବାକୁ ସକ୍ଷମ ହୋଇଥିବା ସ୍ପେଶକ୍ରାଫ୍ଟ । ଏହି ଫଟୋଗୁଡିକୁ ହସ୍ତଗତ କରିବା ପରେ ଏହା ସୁର୍ଯ୍ୟର ସବୁଠାରୁ ନିକଟତର ଫଟୋ ବୋଲି ସ୍ପଷ୍ଟ କରିଛନ୍ତି ନାସାର ପ୍ରକଳ୍ପ ନିର୍ଦ୍ଦେଶକ ହୋଲି ଗିଲବର୍ଟ ।

ଏହି ଫଟୋ ନା ଯେ କେବଳ ଦେଖିବାକୁ ସୁନ୍ଦର ଓ ମହାକାଶ ବିଜ୍ଞାନରେ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ବରଂ ଏହି ଫଟୋ ଦ୍ବାରା ସୂର୍ଯ୍ୟ ପୃଷ୍ଠର ଗଠନ ଓ ଏହାର ବାୟୁମଣ୍ଡଳ ବିଷୟରେ ବୈଜ୍ଞାନିକମାନେ ଜ୍ଞାନ ଆହରଣ କରିପାରିବେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏନଇ ଏସାର ପ୍ରକଳ୍ପ ନିର୍ଦ୍ଦେଶକ ଡାନିଏଲ ମୁଲାରଙ୍କ କହିବା ଅନୁଯାୟୀ ଏହି ମିଶନରେ ଏପରି ରେଜଲ୍ଟ ମିଳିବା କଳ୍ପନା ବାହାରେ ରହିଥିଲା । ତଥାପି ମିଳିଥିବା ଫଟୋ ସୋଲାର ଅର୍ବିଟରର ସଫଳତାର ଏକ ଚିହ୍ନ ।

ସୂଚନା ଅନୁଯାୟୀ ସମ୍ପୃକ୍ତ ସ୍ପେଶକ୍ରାଫ୍ଟ ଜୁନ 15ରେ ସୂର୍ଯ୍ୟର ସବୁଛାରୁ ନିକଟତର ହୋଇଥିବା ବେଳେ ଏହା 6ଟି ଫଟୋ ଉତ୍ତୋଳନ କରିଥିଲା । ପ୍ରତିଟି ଫଟୋ ସୂର୍ଯ୍ୟକୁ ଭିନ୍ନ ଦୃଷ୍ଟିକୋଣରୁ ସଂଜ୍ଞା ଦେବାକୁ ଯଥେଷ୍ଟ । ସାଧାରଣତଃ ପ୍ରଥମ ଫଟୋଟି ସମ୍ପୃକ୍ତ ସ୍ପେଶକ୍ରାଫ୍ଟଟି ସଠିକ ଭାବେ କାର୍ଯ୍ୟ କରୁଥିବା ଦର୍ଶାଇଥିବା ବେଳେ ଏହି ଫଟୋରୁ ନୂଆ ଉପଲବ୍ଧି ମିଳିବା ନେଇ ବୈଜ୍ଞାନିକମାନେ ଆଶା କରିନଥିବା ପ୍ରକାଶ କରିଥିଲେ । ଯେଉଁଥିରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି କି ସୂର୍ଯ୍ୟପୃଷ୍ଠରେ ପ୍ରତିକ୍ଷଣ କିଛି ନା କିଛି ବିସ୍ଫୋରଣ ବା ନାନୋଫ୍ଲେୟାର ହୋଇଥାଏ । ଏହା ଆକାରରେ ଛୋଟ ହେଲେ ସୁଦ୍ଧା ସୂର୍ଯ୍ୟପୃଷ୍ଠକୁ ଗରମ ରଖିବା ପାଇଁ ଯଥେଷ୍ଟ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.