ୱାଶିଂଟନ: ସ୍ପେସ ଏକ୍ସ ଓ ନାସାର ପକ୍ଷରୁ ମିଳିତ ମହାକାଶ ମିଶନ ସଫଳ ହୋଇଛି । ରବିବାର ଅପରାହ୍ନରେ କମାଣ୍ଡର ବବ୍ ବେନକେନ ଓ ପାଇଲଟ ଡଗ ହର୍ଲି ମହାକାଶରୁ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି । ଶନିବାର ସନ୍ଧ୍ୟାରେ ସ୍ପେଶ ଷ୍ଟେସନରୁ ସ୍ପେସ ମହାକାଶଚାରୀ ପୃଥିବୀକୁ ଯାତ୍ରା ଆରମ୍ଭ କରିଥିଲେ। ମହାକାଶଚାରୀମାନେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ 2 ମାସ ରହିଥିଲେ ।
ଏହି ଦୁଇ ମହାକାଶଚାରୀ ଫ୍ଲୋରିଡା ଉପକୂଳ ସମୁଦ୍ରରେ ପାରାଚ୍ୟୁଟ ଦ୍ବାରା ଓହ୍ଲାଇଥିଲେ । 45 ବର୍ଷ ମଧ୍ୟରେ ପ୍ରଥମ ଥର ଆମେରିକାର ମହାକାଶଚାରୀମାନଙ୍କୁ ସମୁଦ୍ରରେ ଅବତରଣ କରିଥିଲେ । ମହାକାଶଚାରୀମାନେ ଓହ୍ଲାଇବା ପରେ ସେଠାରୁ ସେମାନଙ୍କୁ ବୋଟ ମାଧ୍ୟମରେ ଉଦ୍ଧାର କରାଯାଇଥିଲା ।
ମହାକାଶଚାରୀଙ୍କ ସଫଳ ଯାତ୍ରାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିନନ୍ଦନ ଜଣାଇଛନ୍ତି । ଆସନ୍ତା ସେପ୍ଚେମ୍ବର ମାସରେ ନାସା ପକ୍ଷରୁ ଜଣେ ଜାପାନ ମହାକାଶଚାରୀ ସମେତ 4 ଜଣ ମହାକାଶଚାରୀ ଏହି ସ୍ପେଶ ସେଣ୍ଟରକୁ ପଠାଯିବ ବୋଲି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ମେ’ରେ ନାସା ଓ ଘରୋଇ ସ୍ପେସ ଏଜେନ୍ସି ଏକ୍ସ ‘ହ୍ୟୁମାନ ସ୍ପେଶ ମିଶନ‘ଲଞ୍ଚ କରିଥିଲେ । ନାସାର fabled launch pad 39Aରୁ ଦୁଇ ମହାକାଶଚାରୀଙ୍କୁ ନେଇ ମହାକାଶ ଯାତ୍ରା କରିଥିଲା ସ୍ପେସ ଏକ୍ସ ଫାଲକନ 9 ରକେଟ ।
@ANI