ETV Bharat / international

ୟୁକ୍ରେନ ଯୁଦ୍ଧ ପାଇଁ ଚୀନକୁ ସାମରିକ ସହାୟତା ମାଗିଛି ଋଷ !

ଗମ୍ଭୀର ହେବାରେ ଲାଗିଛି ୟୁକ୍ରେନର ସ୍ଥିତି । ଥମୁନି ଋଷ ୟୁକ୍ରେନ କୁଟନୀତିବାକ ଯୁଦ୍ଧ। ଯୁଦ୍ଧ ପାଇଁ ଋଷ ଏବେ ଚୀନ୍‌କୁ ସାମରିକ ଏବଂ ଅର୍ଥନୈତିକ ସହାୟତା ମାଗିଛି । ଏଭଳି ମନ୍ତବ୍ୟ ଦେଇଛନ୍ତି ଆମେରିକାର ଅଧିକାରୀ । ଅଧିକ ପଢ଼ନ୍ତୁ

Russia has called on China to provide military For the Ukrainian war

author img

By

Published : Mar 14, 2022, 7:41 AM IST

ଓ୍ବାଶିଂଟନ: ଦିନକୁ ଦିନ ବଢ଼ିଚାଲିଛି ଯୁଦ୍ଧର ତାତି। ଗମ୍ଭୀର ହେବାରେ ଲାଗିଛି ୟୁକ୍ରେନର ସ୍ଥିତି। ଥମୁନି ଋଷ ୟୁକ୍ରେନ କୁଟନୀତିବାକ ଯୁଦ୍ଧ। କଥା ଏତିକିରେ ସରିନି। ୟୁକ୍ରେନ ଯୁଦ୍ଧ ପାଇଁ ଋଷ ଏବେ ଚୀନ୍‌କୁ ସାମରିକ ଏବଂ ଅର୍ଥନୈତିକ ସହାୟତା ମାଗିଛି । ଏଭଳି ମନ୍ତବ୍ୟ ଦେଇଛନ୍ତି ଆମେରିକାର ଅଧିକାରୀମାନେ । ଆମେରିକାର ଅଧିକାରୀଙ୍କ ଅନୁଯାୟୀ ଗତ ମାସରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ୟାପକ ଆକ୍ରମଣର ଯୋଜନା ଆରମ୍ଭ କରିଥିଲେ ।

ପରେ ୟୁକ୍ରେନରେ ଯୁଦ୍ଧ ପାଇଁ ଚୀନକୁ ସାମରିକ ଉପକରଣ ଏବଂ ସହାୟତା ପ୍ରଦାନ କରିବାକୁ କହିଛି ଋଷ । ଜଣେ ଅଧିକାରୀଙ୍କ ଅନୁଯାୟୀ ଋଷ ଚୀନ୍‌କୁ ଅତିରିକ୍ତ ଅର୍ଥନୈତିକ ସହାୟତା ମାଗିଛି । ଏହାର ଅର୍ଥ ବ୍ୟବସ୍ଥାକୁ ଆମେରିକା ଏବଂ ୟୁରୋପୀୟ ଓ ଏସୀୟ ଦେଶ ଗୁଡିକ ଦ୍ବାରା ଲଗାଯାଇଥିବା ବ୍ୟାପକ ପ୍ରତିବନ୍ଧକରୁ ମୁକାବିଲା କରିବାରେ ସାହାଯ୍ୟ କରିବେ। ଚୀନ୍‌ ରାଷ୍ଟ୍ରପତି ସି.ଜିନପିଙ୍ଗ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଏନେଇ ଏକ ସହଭାଗିତାକୁ ମଜବୁତ କରିଛନ୍ତି ।

ସୂଚନାନୁସାରେ ଋଷ ୟୁକ୍ରେନରେ ନିଜର ସାମରିକ ଅଭିଯାନକୁ ବୃଦ୍ଧି କରିବା ସହ ସହରକୁ ଧ୍ବଂସ କରି ଶହଶହ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି। ଋଷର ସହାୟତା ଅନୁରୋଧରେ ଚୀନ କଣ ଭୂମିକା ଗ୍ରହଣ କରିବ ସେ ନେଇ ନଜର ରଖିଛି ଆମୋରିକା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.