ETV Bharat / international

ଆମେରିକୀୟ ଗଲ୍ଫରଙ୍କ ସାମାଜିକ ଦୂରତ୍ବ ପାଇଁ ରୋବୋଟ କ୍ୟାଡି ‘ଟେମ୍ପୋ ୱାକ’

author img

By

Published : Jun 23, 2020, 11:53 PM IST

ରୋବୋଟ କ୍ୟାଡି ବା ଟେମ୍ପୋ ୱାକର ବ୍ୟବହାର କରି ଗଲ୍ପ କୋର୍ଟରେ ସାମାଜିକ ଦୂରତା ବଜାୟ ରଖାଯାଇପାରେ । 1896ରେ ଅଗସ୍ତା, ଜର୍ଜିଆର ‘କ୍ଲବ କାର’ କମ୍ପାନୀ ଦ୍ବାରା ପ୍ରସ୍ତୁତ ଏହି କ୍ୟାଡି ଏବେ ଖୁବ ଲୋକପ୍ରିୟ ପାଲଟିଛି ।

robot caddies, tempo walk, robot caddi for golfers, robot caddie tempo walk, tempo walk for golfers, latest technology news, ଗଲ୍ଫରଙ୍କ ପାଇଁ ରୋବୋଟ କ୍ୟାଡି, ରୋବୋଟ କ୍ୟାଡି ଟେମ୍ପୋ ୱାକ, ଟେମ୍ପୋ ୱାକ, ଗଲ୍ଫରଙ୍କ ପାଇଁ ଟେମ୍ପୋ ୱାକ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ରୋବୋଟ କ୍ୟାଡି
ଆମେରିକୀୟ ଗଲ୍ଫରଙ୍କ ସାମାଜିକ ଦୂରତ୍ବ ପାଇଁ ରୋବୋଟ କ୍ୟାଡି ‘ଟେମ୍ପୋ ୱାକ’

ନ୍ୟୁଜର୍ସି: ସ୍ଥାନୀୟ ୟୁନିଅନ ସ୍ଥିତ ଉପାନ୍ତ ଗଲ୍ଫ କ୍ଲବ କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ କିଣିଛି 4ଟି ନୂଆ ରୋବୋଟ କ୍ୟାଡି । ଏହି ରୋବୋଟ କ୍ୟାଡି ବା ଟେମ୍ପୋ ୱାକର ବ୍ୟବହାର କରି ଗଲ୍ପ କୋର୍ଟରେ ସାମାଜିକ ଦୂରତା ବଜାୟ ରଖାଯାଇପାରେ । ଏପ୍ରିଲ ମାସରେ କ୍ଲବ ଏହି ରୋବୋଟକୁ କିଣିଥିବା ବେଳେ ବର୍ତ୍ତମାନ ଏହା ଦୈନନ୍ଦିନ ଖେଳ ଅଭ୍ୟାସ ପ୍ରକ୍ରିୟାର ଜରୁରୀ ଅଙ୍ଗ ପାଲଟିଛି । 1896ରେ ଅଗସ୍ତା, ଜର୍ଜିଆର ‘କ୍ଲବ କାର’ କମ୍ପାନୀ ଦ୍ବାରା ପ୍ରସ୍ତୁତ ଏହି କ୍ୟାଡି ଏବେ ଖୁବ ଲୋକପ୍ରିୟ ପାଲଟିଛି ।

କ’ଣ ରହିଛି ଏହି ଟେମ୍ପୋ କାରର ଫିଚର:

  • ଏହି ସ୍ବୟଂଚାଳିତ ମେସିନକୁ ଏକ ରିମୋଟ ଦ୍ବାରା ପରିଚାଳିତ କରାଯାଏ । ଏହି ରିମୋଟ ଗଲ୍ଫରଙ୍କ ବେଲ୍ଟରେ ଲଗାଯାଇଥିବା ବେଳେ ଟେମ୍ପୋ ୱାକ ଗଲ୍ଫରଙ୍କୁ 4ରୁ 10 ଫୁଟ ପଛରେ ଥାଇ ଅନୁସରଣ କରିଥାଏ ।
  • ଏଥିରେ ଲିଥିୟମ ବ୍ୟାଟେରୀର ବ୍ୟବହାର କରାଯାଇଛି । ଏହା 2ଟି ରାଉଣ୍ଡରେ 18ଟି ହୋଲ ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିବ । ଏନେଇ ସୂଚନା ଦେଇଛନ୍ତି ଉପାନ୍ତ ଗଲ୍ଫ କ୍ଲବର ନିର୍ଦ୍ଦେଶକ ଓ ପ୍ରଥମ ଆସିଷ୍ଟାଷ୍ଟ ପୌଲ ଲିଜିଉନ ।
  • ପୌଲଙ୍କ କହିବା ଅନୁଯାୟୀ ପ୍ରତି ରୋବୋଟ ପିଛା କ୍ଲବ 4,000 ଡଲାର ଖର୍ଚ୍ଚ କରିଛି ।

ପୌଲ ଏହା ମଧ୍ୟ କହିଛନ୍ତି କି ଯଦି କୌଣସି ଗଲ୍ଫର ଏକା ଚାଲିବାକୁ ପସନ୍ଦ କରନ୍ତି ତେବେ ଏହି ରୋବୋଟ ରିମୋଟ ସହ ସେମାନଙ୍କୁ ଅନୁସରଣ କରିଥାଏ । ଯାହା ଗଲ୍ଫରଙ୍କୁ ଖୁବ ପସନ୍ଦ ।

  • ପୂର୍ବରୁ ଏକ ଗାଡିରେ ସମସ୍ତ ସାମଗ୍ରୀ ବୋହି ଗଲ୍ଫରମାନେ କୋର୍ଟକୁ ଯାଉଥିବା ବେଳେ ଏବେ ଏହାର ବିକଳ୍ପ ସାଜିଛି ଟେମ୍ପୋ ୱାକ ।
  • ଏହି ଟେମ୍ପୋ ୱାକରେ ଫୋନ ଚାର୍ଜର, ପାନୀୟ କୁଲର ଓ ଗ୍ରାଉଣ୍ଡ ସଜାଡିବାକୁ ଆବଶ୍ୟକ ସାମଗ୍ରୀ ରଖିବା ପାଇଁ ମଧ୍ୟ ସ୍ବତନ୍ତ୍ର ସ୍ଥାନ ରହିଥାଏ ।

ଏହି କ୍ଲବରେ ଦୈନିକ ଟେମ୍ପୋ ୱାକ ବ୍ୟବହାର କରୁଥିବା ଜଣେ ବ୍ୟକ୍ତି ହେଉଛନ୍ତି ଆଟର୍ଣ୍ଣି ରିଚାର୍ଡ କୁହର୍ତ୍ତ(61) । ଏହି ବୟସରେ ସେ ଚାଲିବା ପସନ୍ଦ କରୁଥିବା କ୍ୟାଡି ତାଙ୍କୁ ଏଥିରେ ସାହାଯ୍ୟ କରୁଛି । ଏହା ବ୍ୟତୀତ ମନୁଷ୍ୟଚାଳିତ ଗାଡିର ବ୍ୟବହାର ତାଙ୍କୁ ଏତେ ଉପାଦେ ହେଉନଥିବାରୁ ରୋବୋଟ କ୍ୟାଡି ତାଙ୍କର ପ୍ରଥମ ପସନ୍ଦ ପାଲଟିଛି । ଏଥିସହ ଏହି ଟେମ୍ପୋ ୱାକ ଯୋଗୁଁ ଖେଳରେ ଅଧିକ ଧ୍ୟାନ ଦେଇ ପାରୁଥିବାରୁ ତାଙ୍କୁ ଏକ ପେଶାଗତ ଖେଳାଳୀ ଭଳି ଅନୁଭବ ମିଳୁଥିବା ସେ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.