ୱାଶିଂଟନ: ରବର୍ଟ ସି ଓ ବ୍ରାଇନ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି । ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟରରେ ପ୍ରକାଶ କରିଛନ୍ତି ।
ଟ୍ରମ୍ପ ଟ୍ବିଟରରେ ଲେଖିଛନ୍ତି, ରବର୍ଟ ସି ଓ ବ୍ରାଇନଙ୍କୁ ନୂତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ପ୍ରସନ୍ନତାର ସହ ଘୋଷଣା କରୁଛି । ସେ ବର୍ତ୍ତମାନ ଗୃହ ବିଭାଗର ବନ୍ଧକ ମାମଲାଗୁଡିକ ପାଇଁ ବିଶେଷ ଦୂତ ଭାବରେ କାର୍ଯ୍ୟ କରୁଛନ୍ତି ।