ETV Bharat / international

ଆଡଭାନ୍ସ ୱାଇଫାଇ ସିଷ୍ଟମ ସହ କ୍ବାଲକମ୍ମର ନୂଆ ସ୍ମାର୍ଟଫୋନ - କ୍ବାଲକୋମ୍ମର ନୂଆ ସ୍ମାର୍ଟଫୋନରେ ଆଡଭାନ୍ସ ୱାଇଫାଇ ସିଷ୍ଟମ

ଗୋଟିଏ କ୍ବାଲକମ୍ମ ଫାଷ୍ଟ କନେକ୍ଟ 6700 ଏବଂ ଅନ୍ୟଟି ଫାଷ୍ଟ କନେକ୍ଟ 6900 ରହିଛି । 3.6 ଜିବିପିଏସ ସ୍ପିଡ ସହ ଫାଷ୍ଟ କନେକ୍ଟ 6900 ଇଣ୍ଡଷ୍ଟ୍ରିର ବେଷ୍ଟ ୱାଇଫାଇ ସ୍ପିଡ ଦେଉଛି । ଅଧିକ ପଢନ୍ତୁ...

ଆଡଭାନ୍ସ ୱାଇଫାଇ ସିଷ୍ଟମ ସହ କ୍ବାଲକୋମ୍ମର ନୂଆ ସ୍ମାର୍ଟଫୋନ
ଆଡଭାନ୍ସ ୱାଇଫାଇ ସିଷ୍ଟମ ସହ କ୍ବାଲକମ୍ମର ନୂଆ ସ୍ମାର୍ଟଫୋନ
author img

By

Published : May 29, 2020, 11:42 PM IST

ୱାଶିଂଟନ: ଅତ୍ୟାଧୁନିକ କନେକ୍ଟିଭିଟି ଫିଚର ସହ ନୂଆ ସ୍ମାର୍ଟଫୋନ ବାହାର କରିଛି କ୍ବାଲକମ୍ମ । ଏଥିରେ ୱାଇଫାଇର ସବୁଠାରୁ ଅତ୍ୟାଧୁନିକ ଭର୍ସନ 6ଇ ଏବଂ ବ୍ଲୁଟୁଥର 5.2 ଭର୍ସନ ଇନଷ୍ଟଲ ହୋଇଛି । ଏହାସହ ବ୍ଲୁଟୁଥରେ ଅଡିଓ ଟେକ୍ନୋଲୋଜି ବ୍ୟବସ୍ଥା ମଧ୍ୟ ରହିଛି ।

ଏହାର 2ଟି ଭର୍ସନ ବାହାରିଛି । ଗୋଟିଏ କ୍ବାଲକମ୍ମ ଫାଷ୍ଟ କନେକ୍ଟ 6700 ଏବଂ ଅନ୍ୟଟି ଫାଷ୍ଟ କନେକ୍ଟ 6900 ରହିଛି । 3.6 ଜିବିପିଏସ ସ୍ପିଡ ସହ ଫାଷ୍ଟ କନେକ୍ଟ 6900 ଇଣ୍ଡଷ୍ଟ୍ରିର ବେଷ୍ଟ ୱାଇଫାଇ ସ୍ପିଡ ଦେଉଛି । ସେହିପରି 6700ର ସ୍ପିଡ 3 ଜିବିପିଏସ ରହିଛି । କମ୍ପାନୀର ଏହି ନୂଆ ସ୍ମାର୍ଟଫୋନରେ ୱାଇଫାଇ ସବୁଠାରୁ ସ୍ପିଡ ଓ ଶ୍ରେଷ୍ଠ ରହିଛି ।

ଏହି ଦୁଇଟି ମୋବାଇଲ ନିଜ ବ୍ଲୁଟୁଥ୍ କନେକ୍ସନ ଓ ୱାଇଫାଇ ପାଇଁ ଲୋକପ୍ରିୟ ହେବେ ବୋଲି କ୍ବାଲକମ୍ମ କମ୍ପାନୀ ଆଶା ରଖିଛି । ବର୍ତ୍ତମାନ ସମୟରେ ସମସ୍ତେ ଘରେ ଥିବାବେଳେ ନେଟ୍ ସ୍ପିଡ ଗୁରୁତ୍ବପୂର୍ଣ୍ଣ ହୋଇଛି । ଏପରି ସମୟରେ ଏହି ଦୁଇଟି ସ୍ମାର୍ଟଫୋନ ଯେକୌଣସି ନେଟୱାର୍କର ସ୍ପିଡ ଧରିପାରିବେ ଏବଂ ଏମାନଙ୍କ ଅତ୍ୟାଧୁନିକ ବ୍ୟବସ୍ଥା ଖୁବ୍ ଶୀଘ୍ର କାମ କରିବ ବୋଲି କମ୍ପାନୀ ସୂଚନା ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.