ETV Bharat / international

Aircraft Crashes in Dominican: ଡୋମିନିକାରେ ଘରୋଇ ବିମାନ ଦୁର୍ଘଟଣା, ୯ ମୃତ

ଡୋମିନିକାରେ ଏକ ଘରୋଇ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ମୋଟ 9 ଜଣ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ

author img

By

Published : Dec 16, 2021, 12:08 PM IST

ଡୋମିନିକାରେ ଘରୋଇ ବିମାନ ଦୁର୍ଘଟଣା, ୯ ମୃତ
ଡୋମିନିକାରେ ଘରୋଇ ବିମାନ ଦୁର୍ଘଟଣା, ୯ ମୃତ

ସାଣ୍ଟୋ ଡୋମିଙ୍ଗୋ: ଡୋମିନିକାରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜଧାନୀ ସାଣ୍ଟୋ ଡୋମିଙ୍ଗୋ ଠାରେ ଏହି ଦୁଃଖଦ ଘଟଣା ଘଟିଛି । ଏଥିରେ ମୋଟ ୯ ଜଣ ପ୍ରାଣ ହରାଇଛନ୍ତି । ଜରୁରୀକାଳୀନ ଅବତରଣ ସମୟରେ ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡିଛି । ମାତ୍ର ଏହି ଜରୁରୀ ଅବତରଣର କାରଣ ସମ୍ପର୍କରେ ଏ ଯାଏଁ ଜଣାପଡିନଥିବା ଉକ୍ତ ବିମାନର ପରିଚାଳନା କରୁଥିବା ହେଲିଡୋସା ବିମାନ ଚଳାଚଳ ଗ୍ରୁପ(Helidosa Aviation Group) ସୂଚନା ଦେଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଉକ୍ତ ଘରୋଇ ବିମାନଟି ଲା ଇସବେଲା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର(La Isabela International Airport )ରୁ ଫ୍ଲୋରିଡା ଅଭିମୁଖେ ଉଡାଣ ଭରିଥିଲା । ମାତ୍ର ଟେକ୍-ଅଫର ୧୫ ମିନିଟ୍ ମଧ୍ୟରେ ଜରୁରୀକାଳନୀ ଅବତରଣ କରିବା ସମୟରେ ଏହା ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ୨ ଜଣ କ୍ରୁ ସଦସ୍ୟ ଏବଂ ୭ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ଘଟିଛି ।

ଏହି ଦୁଃଖଦ ଦୁର୍ଘଟଣାରେ ହେଲିଡୋସା ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି । ଏଥିସହ ଦୁର୍ଘଟଣାର କାରଣ ଜାଣିବା ପାଇଁ ଛାନଭିନ୍ କରାଯାଉଥିବା ମଧ୍ୟ ଜଣାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.