ୱାଶିଂଟନ: ଆମେରିକାରେ ତେଜିବାରେ ଲାଗିଥିବା ଜାତିଆଣ ବିରେଧୀ ଆନ୍ଦୋଲନ ପାଇଁ ଦେଶବାସୀଙ୍କ ମନରେ ଏବେ ବି କୁହୁଳୁଛି ନିଆଁ । ଏହାକୁ ନଜରରେ ରଖି ପ୍ରିନ୍ସଟନ ୟୁନିଭର୍ସିଟି ନିଜ ପବ୍ଲିକ ପଲିସି ସ୍କୁଲ ଓ ଏକ ଘରୋଇ କଲେଜରୁ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ୱୁଡରୋ ୱିଲସନଙ୍କ ନାମ ହଟାଇଛି । ୱୁଡରୋ ବର୍ଣ୍ଣ ବୈଶମ୍ୟତାକୁ ନେଇ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ନାମକୁ ଉଭୟ ଅନୁଷ୍ଠାନରୁ ହଟାଇବା ପାଇଁ ୟୁନିଭର୍ସିଟିର ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି ।
ଶୁ୍କ୍ରବାର ଏହି ପ୍ରସ୍ତାବ ନେଇ ୟୁନିଭର୍ସିଟି ବୋର୍ଡ ଟ୍ରଷ୍ଟିଙ୍କ ମଧ୍ୟରେ ମତଦାନ ପ୍ରକ୍ରିୟା ହୋଇଥିଲା । ଏଥରେ ବହୁମତରେ ଆମୋଦିତ ହୋଇ ପୂର୍ବତନ ରାଷ୍ଟ୍ରପତିଙ୍କ ନାମ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ପବ୍ଲିକ ସ୍କୁଲର ନୂଆ ନାମ ପ୍ରିନ୍ସଟନ ସ୍କୁଲ ଅଫ ପବ୍ଲିକ ଆଣ୍ଡ ଇଣ୍ଟରନ୍ୟାସନାଲ ଆଫେୟର ରହିବା ବେଳେ ଘରୋଇ କଲେଜଟି ପ୍ରଥମ କଲେଜ ବା ପ୍ରିନ୍ସଟନ ଘରୋଇ କଲେଜ ଭାବେ ନାମିତ ହେବ ।
ଏହାପୂର୍ବରୁ 2016 ମସିହାରେ ମଧ୍ୟ ୱୁଡରୋଙ୍କ ନାମ ହଟାଇବା ପାଇଁ କିଛି ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଦାବି କରିଥିଲେ । ସେ ସମୟରେ ଏନେଇ ବିଚାର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏକଥା ଦବି ଯାଇଥିଲା । କିନ୍ତୁ ବର୍ତ୍ତମାନ ଦେଶରେ ନିଆଁ ପରି ବ୍ୟାପିବାରେ ଲାଗିଥିବା ଜାତିଆଣ ବିରୋଧି ନିଆଁ କେଉଁଠି ନା କେଉଁଠି ୱୁଡରୋଙ୍କ ମନ୍ତବ୍ୟକୁ ମଧ୍ୟ ବିରୋଧ କରିବାକୁ ପଛାଇବ ନାହିଁ । ଏମିତି ଛାତ୍ରଛାତ୍ରୀଙ୍କ ସମାନତାର ଶିକ୍ଷା ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ୟୁନିଭର୍ସିଟି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।
ତେବେ ୟୁନିଭର୍ସିଟିରେ ୱୁଡରୋ ୱିଲସନ ପୁରସ୍କାର ବିତରଣ ଉପରେ ରୋକ ଲାଗି ନଥିବା ମଧ୍ୟ ସ୍ପଷ୍ଟ ହୋଇଛି ।
@IANS