ETV Bharat / international

ଫାଇଜର କୋରୋନା ଟିକା ନେବାର 2 ଦିନ ପରେ ନର୍ସ ମୃତ୍ୟୁ

author img

By

Published : Jan 5, 2021, 12:35 PM IST

ସମଗ୍ର ବିଶ୍ବ କୋରୋନା ଟିକା ଆଶ୍ବସ୍ତି ଆଣିଥିବା କୁହାଯାଉଥିବାବେଳେ, ଏବେ ଏହାକୁ ନେଇ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଫାଇଜର ଟିକା ନେବାର 2 ଦିନ ପରେ ଜଣେ ନର୍ସଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ଫାଇଜର କୋରୋନା ଟିକା ନେବାର 2 ଦିନ ପରେ ନର୍ସ ମୃତ୍ୟୁ
ଫାଇଜର କୋରୋନା ଟିକା ନେବାର 2 ଦିନ ପରେ ନର୍ସ ମୃତ୍ୟୁ

ଲିସବନ: ସମଗ୍ର ବିଶ୍ବରେ କୋରୋନା ଟିକାକରଣ ଜୋରଦାର ଆରମ୍ଭ ହୋଇଯାଇଛି । କୋରୋନା ବିରୁଦ୍ଧ ଭ୍ୟାକ୍ସିନ ଲଢେଇକୁ ନେଇ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଆମେରିକାର ଦ୍ବାରା ପ୍ରସ୍ତୁତ ଫାଇଜର କୋରୋନା ଟିକା ନେବାର ଦୁଇ ଦିନ ପରେ ପର୍ତ୍ତୁଗୀଜର ଜଣେ ମହିଳା ନର୍ସଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ 41 ବର୍ଷୀୟ ସୋନିଆ ଅସୋୱେଦ । ସେ ପୋର୍ଟୋରେ ଥିବା ପର୍ତ୍ତୁଗୀଜ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅଙ୍କୋଲୋଜିରେ ପେଡିଆଟ୍ରିକ୍ସରେ କାର୍ଯ୍ୟ କରୁଥିଲେ ।

ସୋନିଆ କୋରୋନା ଟିକାକରଣ ନେବାର 48 ଘଣ୍ଟା ପରେ ତାଙ୍କ ସ୍ବାସ୍ଥ୍ୟ ବିଗିଡିଯାଇଥିଲା । ନବବର୍ଷ ଦିନ ହିଁ ତାଙ୍କର ମୃତ୍ୟୁ ହୋଇଛି । ତୁରନ୍ତ ମହିଳାଙ୍କ ମୃତଦେହର ବ୍ୟବଚ୍ଛେଦକରାଯିବ। ସୋନିଆଙ୍କ ଦୁଇଟି ଶିଶୁ ରହିଛନ୍ତି ।

ଏହି ଖବରଟି ଡେଲି ମେଲ ଦ୍ବାରା ପ୍ରକାଶିତ ହୋଇଛି । କୋରୋନା ଟିକା ନେବା ପରେ ମହିଳାଙ୍କ ଠାରେ କୌଣସି ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇନଥିଲା । ସେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ରହିଥିଲା । ତାଙ୍କର କୌଣସି ସ୍ବାସ୍ଥ୍ୟଜନିତ ସମସ୍ୟା ନଥିଲା । ଏପରିକି ସୋନିଆଙ୍କ ଠାରେ କୋରୋନାର କୌଣସି ଲକ୍ଷଣ ମଧ୍ୟ ନଥିଲା ସୋନିଆଙ୍କ ବାପା ଏକ ଖବରକାଗଜକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି । ସୋନିଆ କେବେ ମଧ୍ୟ ଆଲକଲ ନିଅନ୍ତି ନାହିଁ ବୋଲି ତାଙ୍କ ବାପା କହିଛନ୍ତି ।

ସେପଟେ, ସୋନିଆଙ୍କ ମୃତ୍ୟୁକୁ ନେଇ ପର୍ତ୍ତୁଗୀଜ ସ୍ବାସ୍ଥ୍ଯମନ୍ତ୍ରୀ ତଦନ୍ତ ଆରମ୍ଭ କରିଛି । ପର୍ତ୍ତୁଗୀଜରେ 538 ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ଫାଇଜର-ବାୟୋଏନଟେକ ଟିକାକରଣ କରାଯାଇଥିଲେ । ଯେଉଁଥିରୁ ସୋନିଆ ଜଣେ ଥିଲେ ।

ପର୍ତ୍ତୁଗୀଜରେ କୋରୋନା ଦ୍ବାରା 427,000 ଲୋକେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 7118 ଜଣ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.