ETV Bharat / international

ବିଦେଶରୁ ଛୁଟିଲା 74 ତମ ସ୍ବାଧୀନତା ଦିବସର ଅଭିନନ୍ଦନ - 74 ତମ ସ୍ବାଧୀନତା ଦିବସ

ଆଜି ଦେଶ ପାଳୁଛି 74 ତମ ସ୍ବାଧୀନତା ଦିବସ । ଏହି ଅବସରରେ ବିଦେଶରୁ ଛୁଟିଛି ଦେଶବାସୀଙ୍କୁ ଶୁଭେଚ୍ଛାର ସୁଅ। ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପେଓ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି।

ବିଦେଶରୁ ଛୁଟିଲା 74 ତମ ସ୍ବାଧୀନତା ଦିବସର ଅଭିନନ୍ଦନ

author img

By

Published : Aug 15, 2020, 9:08 AM IST

Updated : Aug 15, 2020, 9:16 AM IST

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି 74 ତମ ସ୍ବାଧୀନତା ଦିବସ। ଏହି ଅବସରରେ ବିଦେଶରୁ ଛୁଟିଛି ଦେଶବାସୀଙ୍କୁ ଶୁଭେଚ୍ଛାର ସୁଅ। ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପେଓ ଭାରତକୁ ସ୍ୱାଧୀନତା ଦିବସ ଶୁଭେଚ୍ଛା ଜଣାଇଛନ୍ତି। ଏବଂ କହିଛନ୍ତି ଯେ ଉଭୟ ଦେଶ ବନ୍ଧୁତା ଏବଂ ଗଣତାନ୍ତ୍ରିକ ପରମ୍ପରାର ଘନିଷ୍ଠ ବନ୍ଧନ ବାଣ୍ଟିଛନ୍ତି।

ପମ୍ପେଓ ଏକ ବିବୃତ୍ତିରେ କହିଛନ୍ତି ଯେ, ଆମେରିକା ସରକାର ଏବଂ ଆମେରିକୀୟ ଲୋକଙ୍କ ତରଫରୁ ମୁଁ ଆପଣଙ୍କ ସ୍ୱାଧୀନତା ଦିବସରେ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସତୁରି ବର୍ଷ ପୂର୍ବେ ଭାରତ ସ୍ବାଧୀନତା ହାସଲ କରିବା ପରଠାରୁ ଆମେରିକା ଏବଂ ଭାରତ ବନ୍ଧୁତ୍ୱ ଏବଂ ଗଣତାନ୍ତ୍ରିକ ପରମ୍ପରାର ଘନିଷ୍ଠ ବନ୍ଧନ ବାଣ୍ଟିଛନ୍ତି।

ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆମେରିକାର ବୈଦେଶିକ ସଚିବ କହିଛନ୍ତି, "ବର୍ଷ ବର୍ଷ ଧରି ଆମର ସମ୍ପର୍କ ଏକ ବିସ୍ତୃତ ଗ୍ଲୋବାଲ୍ ଷ୍ଟ୍ରାଟେଜିକ୍ ଭାଗିଦାରୀରେ ପରିଣତ ହୋଇଛି। ଏକବିଂଶ ଶତାବ୍ଦୀରେ ବିଶ୍ବର ନିରାପତ୍ତା ତଥା ସମୃଦ୍ଧତା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅଧିକ ନିକଟତର ସହଯୋଗ ରହିଛି।

ଆମେରିକା ଏବଂ ଭାରତ ପ୍ରତିରକ୍ଷା, ଆତଙ୍କବାଦ ବିରୋଧୀ, ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶକ୍ତି, ପରିବେଶ, ସ୍ୱାସ୍ଥ୍ୟସେବା, କୃଷି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ମହାକାଶ, ମହାସାଗର ଏବଂ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଏକତ୍ର କାର୍ଯ୍ୟ କରନ୍ତୁ। " ସେ ଏହା ମଧ୍ୟ କହିଛନ୍ତି ଯେ ଉଭୟ ଦେଶ ପରସ୍ପରକୁ ମହାନ ବହୁମୁଖୀ ଗଣତାନ୍ତ୍ରିକ ରାଷ୍ଟ୍ର, ବିଶ୍ୱ ଶକ୍ତି ଏବଂ ଭଲ ବନ୍ଧୁ ଭାବରେ ଦେଖନ୍ତି।

ସେହିପରି ଭାରତର ପ୍ରକୃତ ବନ୍ଧୁ ରାଷ୍ଟ୍ର ଇସ୍ରାଏଲ ଦେଶର 74 ତମ ସ୍ବାଧୀନତା ଦିବସରେ ଶୁଭେଚ୍ଛା ଜଣାଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଭାରତ ପାଖରେ ବହୁତ କିଛି ଅଛି ଗର୍ବ କରିବାକୁ।

ଦେଶର ସ୍ୱାଧୀନତା ଦିବସ ଅବସରରେ ତାଙ୍କ ଭାରତୀୟ ପ୍ରତିପକ୍ଷ ତଥା ଜଣେ "ବହୁତ ଭଲ ବନ୍ଧୁ" ନରେନ୍ଦ୍ର ମୋଦି ଏବଂ ଭାରତର ଲୋକଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ ମୋର ଅତି ଭଲ ବନ୍ଧୁ। ''Wishing my very good friend@PMOIndia@narendramodi and all the people of #IncredibleIndia a joyful #IndiaIndependenceDay You have so much to be proud of."

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଏକ ଫଟୋକୁ ପୋଷ୍ଟ କରି ହିନ୍ଦୀ ଭାଷାରେ ନେତାନ୍ୟାହୁ ଲେଖିଛନ୍ତି, "ସ୍ବତନ୍ତ୍ରତା ଦିବସର ହାର୍ଦ୍ଦିକ ଶୁଭକାମନା"।

Last Updated : Aug 15, 2020, 9:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.