ETV Bharat / international

ବିଳମ୍ବିତ ରାତିରେ ସିନସିନଟିର ଏକାଧିକ ସ୍ଥାନରେ ଗୁଳିକାଣ୍ଡ; 4 ମୃତ, 18 ଆହତ - ଗୁଳିକାଣ୍ଡ

ରବିବାର ସିନସିନାଟିର ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଥିବା ଜଣା ପଡିଛି । ଘଟଣାରେ 18 ଜଣ ଆହତ ହୋଇଥିବା ବେଳେ 4 ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି ।

cincinnati, cincinnati shooting, cincinnati latest news, ସିନସିନାଟିରେ ଗୁଳିକାଣ୍ଡ, ଗୁଳିକାଣ୍ଡ, ସିନସିନାଟି ଲାଟେଷ୍ଟ ନ୍ୟୁଜ୍‌
ସିନସିନାଟିର ଏକାଧିକ ସ୍ଥାନରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ; 4 ମୃତ, 18 ଆହତ
author img

By

Published : Aug 17, 2020, 10:13 AM IST

ସିନସିନାଟି: ଶୂନଶାନ ରାତିରେ ଥରି ଉଠିଛି ସିନସିନାଟିର ଗଳି କନ୍ଦି । ରବିବାର ସହରର ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଥିବା ଜଣା ପଡିଛି । ଘଟଣାରେ 18 ଜଣ ଆହତ ହୋଇଥିବା ବେଳେ 4 ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଏନେଇ ପୋଲିସର କହିବା ଅନୁଯାୟୀ ରାତି ପ୍ରାୟ 12.30 ସମୟରେ ଖବର ପାଇ ନିକଟସ୍ଥ ଆଭୋଣ୍ଡେଲରେ ପହଞ୍ଚିଥିଲା ପୋଲିସ । ସେଠାରେ 21 ବର୍ଷୀୟ ଆଣ୍ଡୋନିଓ ବ୍ଲେରଙ୍କୁ ପ୍ରଥମେ ଆହତ ଦେଖି ପୋଲିସ ତାଙ୍କୁ ୟୁନିଭର୍ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଯୁବକ ଜଣଙ୍କ ଆଖି ବୁଜିଥିଲେ ।

cincinnati, cincinnati shooting, cincinnati latest news, ସିନସିନାଟିରେ ଗୁଳିକାଣ୍ଡ, ଗୁଳିକାଣ୍ଡ, ସିନସିନାଟି ଲାଟେଷ୍ଟ ନ୍ୟୁଜ୍‌
ସିନସିନାଟିର ଏକାଧିକ ସ୍ଥାନରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ; 4 ମୃତ, 18 ଆହତ

ଏଥିରୁ ଗୁଳିକାଣ୍ଡ ବିଷୟରେ ଜାଣି ପୋଲିସ ବ୍ୟାପକ ସର୍ଚ୍ଚ ଅପରେସନ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସେପଟେ ରାତି ପ୍ରାୟ 2ଟା 15 ମିନିଟ ସମୟରେ ଓଭର-ଦି-ରାଇନରେ ମଧ୍ୟ ଗୁଳିକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ସେଠାରେ ଗୁଳିକାଣ୍ଡରୁ ପ୍ରାୟ 10 ଜଣ ଆହତ ହୋଇଥିବା ଦେଖାଯାଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସିନସିନାଟି ୟୁନିଭର୍ସିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ପରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକମାନେ ଥିଲେ 34 ବର୍ଷୀୟ ରବର୍ଟ ରୋଗର୍ସ ଓ 30 ବର୍ଷୀୟ ଜ୍ୟାକିଜ ଗ୍ରାଣ୍ଟ ।

ଏନେଇ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସହରର ବିଭିନ୍ନ ସ୍ଥାନରେ ପ୍ରାୟ ଏକ ଘଣ୍ଟାରୁ ଦେଢ ଘଣ୍ଟା ଧରି ଏହି ନାରକୀୟ କାଣ୍ଡ ହୋଇଥିଲା । କିନ୍ତୁ ଉଭୟ ସ୍ଥାନରେ ହୋଇଥିବା ଗୁଳିକାଣ୍ଡ ମଧ୍ୟରେ କୌଣସି ସମ୍ପର୍କ ନଥିବା ପୋଲିସ ପକ୍ଷରୁ ଜଣା ପଡିଛି । ଏନେଇ ସିନସିନାଟି ପୋଲିସ ଏପରି ଘଟଣାକୁ ବରଦାସ୍ତ କରାଯିବ ନାହିଁ ପ୍ରକାଶ କରିଛି । ଏପରି ଘଟଣା ବିରୋଧରେ ବର୍ତ୍ତମାନ ସାଧାରଣ ଜନତାଙ୍କ ସ୍ବର ଉତ୍ତୋଳନ କରିବାର ଆବଶ୍ୟକତା ରହିଥିବା ପୋଲିସ ଆହ୍ବାନ ଦେଇଛି ।

ନିକଟ ଅତୀତରେ ସହରରେ ବାରମ୍ବାର ଗୁଳିକାଣ୍ଡ ଘଟଣା ଘଟୁଥିବାରୁ ଏବେ ସାଧାରଣ ଲୋକଙ୍କ ଗର୍ଜନ ହିଁ ଏପରି କାଣ୍ଡରେ ବିରାମ ଲଗାଇପାରିବ ବୋଲି ପୋଲିସ ମତ ଦେଇଛି । ସେପଟେ ଏହି ଗୁଳିକାଣ୍ଡ କାରଣରୁ ସହରରେ ପୂର୍ବ ଅପେକ୍ଷା ଅଧିକ ପୋଲିସ ଅଧିକାରୀଙ୍କ ନିୟୋଜିତ କରିବାକୁ ପଡୁଛି । ଏଥିପାଇଁ ଆହୁରି ଅନେକ ଜରୁରୀ କ୍ଷେତ୍ରରୁ ପୋଲିସଙ୍କୁ ହଟାଯାଇ ସହରରେ ଶାନ୍ତି ବଜାୟ ରଖିବା ପାଇଁ ମୁତୟନ କରାଯାଉଛି । ସେପଟେ ଏନେଇ ସିନସିନାଟି ମେୟର ଜନ କ୍ରାନଲିଙ୍କ କହିବା ଅନୁଯାୟୀ ଏହି ଗୁଳିକାଣ୍ଡ ଦ୍ବାରା ସହରରେ ସାମାଜିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଯଦି ଏପରି ଘଟଣା ଆଗକୁ ଜାରି ରୁହେ ତେବେ ଏହାର ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।

ତେଣୁ ଏପରି ଘଟଣାକୁ ନଜରରେ ରଖି ବର୍ତ୍ତମାନ ସମୟରେ କୌଣସି ସାମୂହିକ କାର୍ଯ୍ୟକଳାପରେ ସାମିଲ ନହୋଇ ନିରୀହ ଆକ୍ରାନ୍ତ ପାଲଟିବାରୁ ନିଜକୁ ରକ୍ଷା କରିବା ପାଇଁ କ୍ରାନଲି ପରାମର୍ଶ ଦେଇଛନ୍ତି । ଅପରପାର୍ଶ୍ବରେ ଏହି ଗୁଳିକାଣ୍ଡରେ ପ୍ରଭାବିତ ସାଧାରଣ ଜନତାଙ୍କୁ ନ୍ୟାୟ ଦିଆଯିବା ନେଇ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.