ETV Bharat / international

କୋରୋନା ଯୁଦ୍ଧରେ ଆଉ ଏକ ଅସ୍ତ୍ର Paxlovid ବଟିକା, US ଦେଲା ମଞ୍ଜୁରୀ - କୋରୋନା ବଟିକା ପାକ୍ସଲୋଭିଡ ଖବର

କୋରୋନା ଲଢେଇ ପାଇଁ ଆସିଲା ଆଉ ଏକ ଅସ୍ତ୍ର । ଆକ୍ରାନ୍ତଙ୍କ ପାଇଁ ଆସିଲା କୋରୋନା ବଟିକା । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (Food and Drug Administration) କୋରୋନାର ଏହି ମହୋଷଧୀ ପାକ୍ସଲୋଭିଡ (Paxlovid)କୁ ମଞ୍ଜୁର କରିଛି । ଅଧିକ ପଢନ୍ତୁ

କୋରୋନା ଯୁଦ୍ଧରେ ଆଉ ଏକ ଅସ୍ତ୍ର Paxlovid ବଟିକା, ଘରେ ହୋଇପାରିବେ ଚିକିତ୍ସିତ

author img

By

Published : Dec 23, 2021, 11:02 AM IST

ୱାଶିଂଟନ: କୋରୋନା ଲଢେଇ ପାଇଁ ଆସିଲା ଆଉ ଏକ ଅସ୍ତ୍ର । ଆକ୍ରାନ୍ତଙ୍କ ପାଇଁ ଆସିଲା କୋରୋନା ବଟିକା । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (Food and Drug Administration) କୋରୋନାର ଏହି ମହୋଷଧୀ ପାକ୍ସଲୋଭିଡ (Paxlovid)କୁ ମଞ୍ଜୁର କରିଛି । ଫାଇଜର କମ୍ପାନୀ ଦ୍ବାରା ପ୍ରସ୍ତୁତ ଏହି ବଟିକା ୧୨ବର୍ଷରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତଙ୍କୁ ଦିଆଯିବ । ବୁଧବାର ଏଫଡିଏ ବୈଜ୍ଞାନିକ ପେଟ୍ରିଜିଆ କେଭାଜୋନି କହିଛନ୍ତି ଡାକ୍ତରଙ୍କ ପରାମର୍ଶ ଦ୍ବାରା ହିଁ ଏହି ବଟିକା ଦିଆଯିବ । କୋରୋନା ଯୁଦ୍ଧରେ ପ୍ରଭାବଶାଳୀ ହେବ । ଆମେରିକା ଏହାର 10 ମିଲିୟନ୍ ଡୋଜ ପାଇଁ ଅର୍ଡର ଦେଇସାରିଛି । କୋରୋନା ଆକ୍ରାନ୍ତଙ୍କୁ ଏହା ମାଗଣାରେ ଦିଆଯିବ ।

ଏହି ବଟିକା ପାକ୍ସଲୋଭିଡ (Paxlovid) ୨୨୦୦ଜଣଙ୍କ ଉପରେ ପରୀକ୍ଷା କରାଯାଇଥିବା ଦାବି କରିଛି ନିର୍ମାତା କମ୍ପାନୀ ଫାଇଜର । ଏହି ଔଷଧର ମାତ୍ରା 5 ଦିନ ପାଇଁ ରହିଛି । ପରୀକ୍ଷଣରୁ ଜଣାପଡିଛି ଯେ ଏହାର ବ୍ୟବହାର ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବାର ଆଶଙ୍କା 88 ପ୍ରତିଶତ ହ୍ରାସ କରିବ। ଖାଦ୍ୟ ଏବଂ ଔଷଧ ପ୍ରଶାସନ ଅନୁଯାୟୀ, 12 ବର୍ଷରୁ ଅଧିକ ବୟସ ଓ ଯେଉଁମାନଙ୍କ ଓଜନ ଅତି କମରେ 40 କିଲୋଗ୍ରାମ ଥିବ ସେମାନଙ୍କୁ ଔଷଧ ଦିଆଯାଇ ପାରିବ । ବୟେଜ୍ୟଷ୍ଠ ଏବଂ ମେଦବହୁଳ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରିବାକୁ ସକ୍ଷମ ହେବେ । କିଡନୀ ଏବଂ ଯକୃତ ରୋଗରେ ପୀଡିତ ଲୋକମାନେ ଏହା ସେବନ କରିପାରିବେ ନାହିଁ ।

ଫାଇଜର ପାଖରେ ବର୍ତ୍ତମାନ ଏହି ଔଷଧର 180,000 କୋର୍ସ ରହିଛି । ଯେଉଁଥିରୁ 70,000 ଆମେରିକାର ସ୍ବାସ୍ଥ୍ୟ ବିଭାଗକୁ ଦିଆଯାଇଛି । କମ୍ପାନୀ ଅନୁଯାୟୀ, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶ ସହ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଏହା 2022 ସୁଦ୍ଧା 80 ନିୟୁତ ଲୋକଙ୍କ ପାଇଁ ଔଷଧ ପ୍ରସ୍ତୁତ କରୁଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଔଷଧର ସମାନ ବଣ୍ଟନ ନିଶ୍ଚିତ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକାର 40 ନିୟୁତ ଲୋକ ଏହି ଟିକା ନେଇ ନାହାଁନ୍ତି। ଟୀକାକରଣର ମାତ୍ରା ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନ ଲୋକଙ୍କୁ ନିବେଦନ କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.