ETV Bharat / international

ଭୟରେ ଶିଶୁଙ୍କୁ ଅନ୍ୟ ଟୀକା ଦେଉନାହାନ୍ତି ଅଭିଭାବକ, ସଙ୍କଟରେ 10 କୋଟିଙ୍କ ଜୀବନ - ସଙ୍କଟରେ 10 କୋଟି ଶିଶୁଙ୍କ ଜୀବନ

କୋରୋନା ଭାଇରସ ମଣିଷ ମନେର ଏପରି ଭୟ ସୃଷ୍ଟି କରିଛି ଯେ ଏବେ ଘର ପଦାକୁ ଘର କାଢିବାକୁ ବି ଲୋକେ ଡରୁଛନ୍ତି । ଏମିତିକି ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ବି ସ୍ଥିତି ସଙ୍ଗୀନ ରହିଛି । ଅନ୍ୟ କୌଣସି ରୋଗ ହେଲେ ବି ଡାକ୍ତରଙ୍କ ପାଖକୁ ଯାଉନାହାନ୍ତି ସତ ଏହାସହ ଶିଶୁଙ୍କୁ ଟୀକା ଦେବାକୁ ବି ନେଉନାହାନ୍ତି । ଯାହାକୁ ଏବେ ଆଗାମୀ ପିଢୀ ପାଇଁ ଚିନ୍ତା ପ୍ରକଟ କରିଛି UNICHEF ଓ WHO ।

ଭୟରେ  ଶିଶୁଙ୍କୁ ଅନ୍ୟ ଟୀକା ଦେବାକୁ ନେଉନାହାନ୍ତି ବାପା ମାଆ, ସଙ୍କଟରେ 10 କୋଟି ଶିଶୁଙ୍କ   ଜୀବନ

author img

By

Published : Apr 25, 2020, 10:52 AM IST

ୱାଶିଂଟନ: ମାହାମାରୀ କୋରୋନାରେ ଶକ୍ତିଶାଳୀ ରାଷ୍ଟ୍ରର ଅବସ୍ଥା ଏବେ ଗମ୍ଭୀର ହୋଇପଡିଛି । ଏପରିକି କୌଣସି ବି ପରିସ୍ଥିତିରେ ଲୋକେ ଘରୁ ବାହାରୁ ନାହାନ୍ତି । ଏମିତି କି କିଛି ଅଲଗା ରୋଗ ହେଲେ ବି ଲୋକେ ଡାକ୍ତରଖାନା ଯାଉ ନାହାନ୍ତି । କେବଳ ଏତିକି ନୁହେଁ ନିଜ ଛୋଟ ଛୁଆଙ୍କୁ ମଧ୍ୟ ଟୀକା ଦେବାକୁ ଡାକ୍ତରଖାନା ନେଉ ନାହାନ୍ତି । ଫଳରେ ଫେବୃଆରୀ 16 ରୁ ଏପ୍ରିଲ ମାସ ପ୍ରଥମ ସପ୍ତାହ ଭିତରେ ଶିଶୁଙ୍କ ଟୀକାକରଣରେ ବହୁ ମାତ୍ରାରେ ହ୍ରାସ ପାଇଛି ।

ଏନେଇ ପେଡିଆଟ୍ରିକ ଇଲୋକ୍ଟ୍ରୋନିକ ହେଲ୍ଥ ରେକର୍ଡସ ଆମେରିକାର 1000 କ୍ଲିନିକରୁ ସଂଗ୍ରହ କରିଥିବା ଡାଟା ଅନୁସାରେ ଏକ ରିପୋର୍ଟ ପ୍ରଦାନ କରିଛି । ଗଣଗଣ୍ଡ ଓ ରୁବେଲା ଟୀକାକରଣ 50%, ଡିଫଥେରିଆ ଏବଂ କାଶ ଟୀକା 42% ଏବଂ ଏଚପିଭି ଟୀକାରେ 73 ପ୍ରତିଶତ ହ୍ରାସ ପାଇଛି ।

ସରକାରଙ୍କ ଦ୍ବାର ନିଃଶୁଳ୍କ ଟୀକା ଗୁଡିକ ବି ଲୋକମାନେ ଶିଶୁଙ୍କୁ ଦେବା ପାଇଁ ଆଣୁନଥିବା ଜଣାପଡିଛି । ୟୁନିସେଫ ଓ ଡବ୍ଲ୍ୟୁଏଚଓର ରିପୋର୍ଟ ମୁତାବକ ପାଖାପାଖି 24ଟି ଦେଶରେ ଟୀକାକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ରୋକିବାକୁ ପଡିଛି । ଫଳରେ 10 କୋଟି ଶିଶୁ ଏବେ ରୋଗାଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏନେଇ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଶିଶୁର ଟୀକାକରଣ କାର୍ଯ୍ୟସୂଚୀ ବଜାୟ ରଖିବାକୁ ଡାକ୍ତରମାନଙ୍କୁ ନିବେଦନ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.