ETV Bharat / international

ଟ୍ରମ୍ପଙ୍କ କୋରୋନା ସ୍ଥିତି ନିୟନ୍ତ୍ରଣକୁ 34 ପ୍ରତିଶତ ନାଗରିକଙ୍କ ସମର୍ଥନ - ଟ୍ରମ୍ପଙ୍କ ନାଗରିକଙ୍କ ଭୋଟିଂ

ଆମେରିକାରେ ବିପର୍ଯ୍ୟୟ ଭାବେ ପରିଣତ ହୋଇଥିବା କୋରୋନା ସ୍ଥିତିକୁ ନେଇ ନିକଟରେ ଏକ ସର୍ଭେ ହୋଇଥିଲା । ଯେଉଁଥିରେ ଦେଖାଯାଇଥିଲା କି ମାତ୍ର 34 ପ୍ରତିଶତ ଆମେରିକୀୟ ନାଗରିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ପ୍ରକ୍ରିୟା ଓ ବିପର୍ଯ୍ୟୟ ସ୍ଥିତି ମୁକାବିଲାକୁ ସମର୍ଥନ କରିଛନ୍ତି ।

donald trump, controlling pandemic in us, trump's pandemic control in us, citizen's approval to trump, us latest news, ଡୋନାଲ୍ଡ ଟ୍ରମ୍ପ, ଟ୍ରମ୍ପଙ୍କ ଆମେରିକାରେ ବିପର୍ଯ୍ୟୟ ସ୍ଥିତି ନିୟନ୍ତ୍ରଣ, ଟ୍ରମ୍ପଙ୍କ ନାଗରିକଙ୍କ ଭୋଟିଂ, ଆମେରିକା ଲାଟେଷ୍ଟ ନ୍ୟୁଜ୍‌
ଟ୍ରମ୍ପଙ୍କ କୋରୋନା ସ୍ଥିତି ନିୟନ୍ତ୍ରଣକୁ 34 ପ୍ରତିଶତ ନାଗରିକଙ୍କ ସମର୍ଥନ
author img

By

Published : Aug 2, 2020, 10:56 PM IST

ୱାଶିଂଟନ: ଆମେରିକାରେ ବିପର୍ଯ୍ୟୟ ଭାବେ ପରିଣତ ହୋଇଥିବା କୋରୋନା ସ୍ଥିତିକୁ ନେଇ ନିକଟରେ ଏକ ସର୍ଭେ ହୋଇଥିଲା । ଯେଉଁଥିରେ ଦେଖାଯାଇଥିଲା କି ମାତ୍ର 34 ପ୍ରତିଶତ ଆମେରିକୀୟ ନାଗରିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ପ୍ରକ୍ରିୟା ଓ ବିପର୍ଯ୍ୟୟ ସ୍ଥିତି ମୁକାବିଲାକୁ ସମର୍ଥନ କରିଛନ୍ତି । ବଳକା ନାଗରିକ କିନ୍ତୁ ଟ୍ରମ୍ପଙ୍କ ଏହି ଆଭିମୁଖ୍ୟକୁ କଡା ବିରୋଧ କରିଥିବା ଦେଖାଯାଇଛି ।

କେବଳ କୋରୋନା ସ୍ଥିତି ନୁହେଁ ବରଂ ଦେଶରେ ନିକଟରେ ଘଟିଥିବା ଅନ୍ୟ ସମସ୍ତ ଘଟଣା ପାଇଁ ମଧ୍ୟ ଟ୍ରମ୍ପଙ୍କ ଦାୟୀ ଭାବି ତାଙ୍କର ଆଭିମୁଖ୍ୟକୁ ବିରୋଧ କରିଛନ୍ତି ସାଧାରଣ ଜନତା । ସେ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ହେଉ କି ଜର୍ଜଙ୍କ ମୃତ୍ୟୁକୁ ନେଇ ଦେଶରେ ନିଆଁ ପରି ବ୍ୟାପିଥିବା ଆନ୍ଦୋଳନ, ପ୍ରତ୍ୟେକ କ୍ଷେତ୍ରରେ ଟ୍ରମ୍ପଙ୍କ ଆଭିମୁଖ୍ୟ ଦେଶବାସୀଙ୍କୁ ବ୍ୟଥିତ କରିଥିବା ସର୍ଭେରୁ ସ୍ପଷ୍ଟ ହୋଇଥିଲା । ଏନେଇ ଆମେରିକୀକ ଇପସୋସ ପୋଲ ଏହି ସର୍ଭେ ପରିଚାଳିତ କରିଥିଲା ।

ଦେଶରେ 52 ପ୍ରତିଶତ ନାଗରିକ ବିଶ୍ବାସ କରନ୍ତି କି ଜାତିଆଣ ବିରୋଧୀ ଆନ୍ଦୋଳନକୁ ନିୟନ୍ତ୍ରଣାଧିନ କରିବା ପାଇଁ ଟ୍ରମ୍ପ ଯେଉଁ ଫେଡେରାଲ ଆଇନ ପ୍ରଣୟନ କରିଥିଲେ, ତାହା ପରିସ୍ଥିତିକୁ ଗୁରୁତର କରିଦେଇଥିଲା । ଅପରପାର୍ଶ୍ବରେ ରିପବ୍ଲିକାନ ଟ୍ରମ୍ପଙ୍କ କୋରୋନା ସଂକ୍ରମଣ ସ୍ଥିତି ମୁକାବିଲାକୁ 74 ପ୍ରତିଶତ ଭୋଟ, ଆନ୍ଦୋଳନ ନିୟନ୍ତ୍ରଣକୁ 78 ପ୍ରତିଶତ ଓ ଋଷିଆ ସହ ସମ୍ପର୍କ ସ୍ଥିତି ନେଇ 80 ପ୍ରତିଶତ ଭୋଟ ଦେଇଥିବା ଦେଖାଯାଇଛି ।

ଡେମୋକ୍ରାଟ କିନ୍ତୁ ଟ୍ରମ୍ପଙ୍କ ବିରୋଧ କରି କୋରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ଟ୍ରମ୍ପଙ୍କୁ 7 ପ୍ରତିଶତ, ବିକ୍ଷୋଭ ସ୍ଥିତି ନିୟନ୍ତ୍ରଣ ପାଇଁ 8 ପ୍ରତିଶତ ଓ ଋଷିଆ ସହ ସମ୍ପର୍କ ନେଇ 8 ପ୍ରତିଶତ ଭୋଟ ଦେଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.