ETV Bharat / international

ବିଦେଶ ମାଟିରେ ମା' ଦୁର୍ଗା, ମହାଆଡମ୍ବରରେ ଚାଲିଛି ପୂଜାର୍ଚ୍ଚନା - ପ୍ଲୋରିଆ

ବିଦେଶ ମାଟିରେ ଚାଲିଛି ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା । କଟକଣା ସହ ନୀତିକାନ୍ତିରେ ମା'ଙ୍କୁ ଆବାହନ କରୁଛନ୍ତି ପ୍ରବାସୀ ଓଡିଆ । ଶାରଦୀୟ ଦୁର୍ଗାପୂଜା ଅବସରରେ ଆମେରିକାରେ ରହୁଥିବା ପ୍ରବାସୀ ଓଡିଆଙ୍କ ଅନୁଷ୍ଠାନ 'ଫ୍ଲୋରିଆ' ପକ୍ଷରୁ ଦୁର୍ଗୋତ୍ସବର ଭବ୍ୟ ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ...

ବିଦେଶ ମାଟିରେ ମା' ଦୁର୍ଗା, ମହାଆଡମ୍ବରରେ ଚାଲିଛି ପୂଜାର୍ଚ୍ଚନା

author img

By

Published : Oct 14, 2021, 2:43 PM IST

Updated : Oct 14, 2021, 3:40 PM IST

ୱାସିଂଟନ: ରାତି ପାହିଲେ ଦଶହରା । ମା' ଜଗତଜନନୀଙ୍କ ପୂଜା ପାଇଁ ଗାଁଠୁ ସହର ସବୁ ଉତ୍ସବମୁଖର । ରୀତିନୀତି ଓ କୋଭିଡ କଟକଣା ଭିତରେ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା । ତେବେ କେବଳ ଯେ ଓଡିଶା ତଥା ଭାରତରେ ମା' ଦୁର୍ଗାଙ୍କ ଆବାହନ କରାଯାଉଛି ତାହା ନୁହେଁ, ଶାରଦୀୟ ଦୂର୍ଗାପୂଜା ଅବସରରେ ସୁଦୂର ବିଦେଶରେ ବି ଜମିଛି ପୂଜାର ଆସର । ଆମେରିକା ଫ୍ଲୋରିଡା ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡିଆଙ୍କ ଅନୁଷ୍ଠାନ 'ଫ୍ଲୋରିଆ' ପକ୍ଷରୁ ଟାମ୍ପା ସହରରେ ଶାରଦୀୟ ଦୁର୍ଗୋତ୍ସବର ଭବ୍ୟ ଆୟୋଜନ କରାଯାଇଛି । ସ୍ଥାନୀୟ ଆୟାପ୍ପା ମନ୍ଦିରରେ ଅକ୍ଟୋବର ୧୧ ତାରିଖରୁ ଅକ୍ଟୋବର ୧୬ ତାରିଖ ଯାଏଁ ଦୁର୍ଗାପୂଜାର ବ୍ୟବସ୍ଥା କରିଛନ୍ତି ପ୍ରବାସୀ ।

ବିଦେଶ ମାଟିରେ ମା' ଦୁର୍ଗା, ମହାଆଡମ୍ବରରେ ଚାଲିଛି ପୂଜାର୍ଚ୍ଚନା

ବ୍ୟକ୍ତିଗତ ଜୀବନର କର୍ମଭାର ମଧ୍ୟରେ ବି ଫ୍ଲୋରିଆ ପରିବାରର ସଦସ୍ୟମାନେ ତିଥି ଅନୁଯାୟୀ ଦୁର୍ଗାପୂଜା ସଞ୍ଚାଳନ କରୁଛନ୍ତି । ଓଡିଶାରେ ପ୍ରଚଳିତ ଦୁର୍ଗାପୂଜା ଭଳି ସମସ୍ତ ପ୍ରକାର ନୀତିକାନ୍ତି ସହ କଟକଣା ମଧ୍ୟରେ ଏଠାରେ ଦୁର୍ଗାପୂଜା ପାଳନ କରାଯାଉଛି । ଟାମ୍ପା ନିକଟବର୍ତ୍ତୀ ସହରରେ ରହୁଥିବା ବହୁସଂଖ୍ୟକ ପ୍ରବାସୀ ଭାରତୀୟମାନେ ମଧ୍ୟ ପୂଜାରେ ସାମିଲ ହୋଇଛନ୍ତି ।

ଶରତ ଋତୁ ହେଉଛି ପାର୍ବଣ ଋତୁ । ଶକ୍ତି ଉପାସନାର ଋତୁ ତଥା ଭକ୍ତି ଭାବନାର ଋତୁ । ମାହାମାୟଙ୍କ ଦୁର୍ଗାପୂଜା ଅବସରରେ ଦେଶ ହେଉ ଅବା ବିଦେଶ ସବୁଠୁ ପୂଜା ପାଉଛନ୍ତି ମା' । ତେବେ ଉତ୍ସବ ମାଧ୍ୟମରେ ଓଡିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ଫ୍ଲୋରିଆ ଅନୁଷ୍ଠାନର କର୍ମକର୍ତ୍ତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 14, 2021, 3:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.