ETV Bharat / international

କିଶୋରଙ୍କ ପାଇଁ NOVAX ଟିକା ୮୦% ପ୍ରଭାବଶାଳୀ - କିଶୋରଙ୍କ ପାଇଁ ନୋଭାଭାକ୍ସ ଟିକା

ଆମେରିକୀୟ ନୋଭାଭାକ୍ସ କମ୍ପାନୀ ଦ୍ବାରା ବିକଶିତ ଟିକା କିଶୋରଙ୍କ ପାଇଁ ନୋଭାଭାକ୍ସ ଟିକା ୮୦% ଫଳପ୍ରଦ ବୋଲି ଦାବିକଲା କମ୍ପାନୀ । ଅଧିକ ପଢନ୍ତୁ

କିଶୋରଙ୍କ ପାଇଁ ନୋଭାଭାକ୍ସ ଟିକା  ୮୦ % ପ୍ରଭାବଶାଳୀ

author img

By

Published : Feb 12, 2022, 7:44 AM IST

ୱାଶିଂଟନ: କୋରୋନାକୁ ମାତ୍ ଦେବାକୁ ବିଶ୍ବର ବିଭିନ୍ନ ରାଷ୍ଟ୍ର ଟିକା ବିକଶିତ କରିବାରେ ଲାଗିପଡିଛନ୍ତି । ଇତିମଧ୍ୟରେ ଆମେରିକୀୟ ନୋଭାଭାକ୍ସ କମ୍ପାନୀ ଦ୍ବାରା ବିକଶିତ ଟିକା କିଶୋରଙ୍କ ପାଇଁ ୮୦% ଫଳପ୍ରଦ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଗତ ସେପ୍ଟେମ୍ବର ମାସରେ ୧୨ ରୁ ୧୮ ବର୍ଷର ପିଲାଙ୍କଠାରେ କରାଯାଇଥିବା କ୍ଲିନିକାଲ ଟ୍ରାଏଲରୁ ଏହା ସ୍ପଷ୍ଟ ହୋଇଛି ବୋଲି ଗତକାଲି(ଗୁରବାର) କମ୍ପାନୀ ସୂଚନା ଦେଇଛି ।

ସେପ୍ଟେମ୍ବର ମାସରେ ୨ ହଜାରରୁ ଅଧିକ ୧୨ ରୁ ୧୮ ବର୍ଷର ପିଲାଙ୍କଠାରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା । ଗତ ବର୍ଷ ମେରୁ ସେପ୍ଟେମ୍ବର ମଧ୍ୟରେ ଯେତେବେଳେ ଡେଲଟା ଭାରିଆଣ୍ଟ ଯୁକ୍ତରାଷ୍ଟ୍ରରେ ପ୍ରାଧାନ୍ୟ ବିସ୍ତାର କରିଥିଲା, ସେହି ସମୟରେ ଏହି ପରୀକ୍ଷଣରେ ୨ ହଜାର ୨୪୭ କିଶୋର କିଶୋରୀ ସାମିଲ ହୋଇଥିଲେ । ବ୍ରିଟେନ ଏବଂ ନ୍ୟୁଜିଲ୍ୟାଣ୍ଡରେ ବୟସ୍କଙ୍କ ବ୍ୟବହାର ପାଇଁ ୟୁରୋପ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପାଇଁ ଅନୁମତି ଗ୍ରହଣ କରାଯାଇଛି ।

ଏହି ଟିକା ମାରାତ୍ମକ ଭୂତାଣୁ ଡେଲଟା ବିରୋଧରେ ୮୨ ପ୍ରତିଶତ ପ୍ରଭାବି ବୋଲି ଦାବି କରାଯାଇଛି । କିଶୋରଙ୍କ ଟିକାକରଣ ପାଇଁ ଖୁବଶ୍ରୀଘ୍ର ଅନୁମତି ମଗାଯିବା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.