ନୂଆଦିଲ୍ଲୀ: ଲକଡାଉନରେ ଘରକୁ ଆସିଲା ନୂଆ ଅତିଥି। ଏଥିପାଇଁ ବାପା ମା ଠାରୁ ଅଜା ଆଇ ସମସ୍ତେ ଖୁସ୍। ହେଲେ କୋରୋନା ପାଇଁ ଜାରି ହୋଇଥିବା ସାମାଜିକ ଦୁରତ୍ବା ମଧ୍ୟ ପରିବାର ମଧ୍ୟରେ ଦୁରତ୍ବ ଆଣି ଦେଇଛି। ଯାହାର ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୋଷ୍ଟନର ମାସ୍କଚ୍ୟୁଟସରେ।
ତେବେ 10 ମହଲା ବିଶିଷ୍ଟ ମେଡିକାଲରେ ଜନ୍ମ ହୋଇଥିବା ଘରର ନୂଆ ସଦସ୍ୟ ଜ୍ୟାକ୍କୁ ଅଭିନନ୍ଦନ ଜଣାଇବାକୁ ଅଜା ଆଇ ତଳେ କାର୍ଡ ଧରି ଛିଡା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ପିଲାର ସୁରକ୍ଷାକୁ ଦୃଷ୍ଟିରେ ରଖି କେବଳ ପରିବାରର ଜଣେ ବ୍ୟକ୍ତିଙ୍କୁ ଡେଲିଭଲି ୱାର୍ଡକୁ ଯିବାକୁ ଅନୁମତି ଦିଆଯାଇଥିଲା। ଏନେଇ ତଳେ ଆଗ୍ରହର ସହ ଦେଖିବାକୁ ଅପେକ୍ଷା କରିଥିବା ଅଜା ଆଇ ଙ୍କୁ ଝରକା ସାମ୍ନାରୁ ନାତି ଦେଖା ଦେଇଥିଲା। ଅଜା ଆଇଙ୍କ ସହ ନାତିର ଏହି ମିଳନ ଦୃଶ୍ୟ ଏକ ଖୁସିର ବାତାବରଣ ସୃଷ୍ଟି କରିଥିଲା। ଯାହା ସେମାନଙ୍କ ସମ୍ପର୍କକୁ ଏକ ଭିନ୍ନ ସ୍ତରରକୁ ନେଇଯାଇଥିଲା।
ସୂଚନା ଥାଉକି, ବର୍ତ୍ତମାନ ସନ୍ତାନର ପିତା ମାତା ଜାରୋଡ ଏବଂ ଷ୍ଟେସି ଘରେ ଅଛନ୍ତି। ନବଜାତ ଶିଶୁ ଜ୍ୟାକ୍ ସହିତ ସେମାନେ ସମୟ ବିତାଇ ଉପଭୋଗ କରୁଛନ୍ତି। ଆଉ ଜ୍ୟାକ୍ ବି ସ୍ଲାଇଡ୍ ଗ୍ଲାସ୍ କବାଟ ଦେଇ ତାଙ୍କ ଜେଜେ ବାପାଙ୍କୁ ଭେଟିଛନ୍ତି ।
କୋରୋନା ମହାମାରୀ ସମୟରେ ଏହି ଦମ୍ପତି ସମସ୍ତ ସ୍ୱାସ୍ଥ୍ୟ ସେବା ବୃତ୍ତିଗତଙ୍କ ପାଇଁ କୃତଜ୍ଞତା ଜଣାଇଛନ୍ତି। ଯେଉଁମାନେ ସେମାନଙ୍କୁ ଘଡିସନ୍ଧି ମୁହୁର୍ତ୍ତରେ ନିରାପଦ ଅନୁଭବ କରିବାରେ ସାହାଯ୍ୟ କରିଥିଲେ।