ETV Bharat / international

ଅଗଷ୍ଟ ମଧ୍ୟଭାଗରେ ଖୋଲିବ ନ୍ୟୁୟର୍କର ପ୍ରଥମ ପ୍ରମୁଖ ସଂଗ୍ରହାଳୟ - ଅଗଷ୍ଟ ମଧ୍ୟଭାଗରେ ଖୋଲିବ ନ୍ୟୁୟର୍କର ପ୍ରଥମ ପ୍ରମୁଖ ସଂଗ୍ରହାଳୟ

ଲକଡାଉନ ଯୋଗୁଁ ନ୍ୟୁୟର୍କର ପ୍ରଥମ ପ୍ରମୁଖ ସଂଗ୍ରହାଳୟ ବନ୍ଦ ପଡିଛି । ପାଖାପାଖି 100 ନିୟୁତ ଡଲାର କ୍ଷତି ସହିବ ବୋଲି ମଧ୍ୟ ଆକଳନ କରାଯାଇଛି । ତେବେ ଆସନ୍ତା ଅଗଷ୍ଟ ମଧ୍ୟ ଭାଗରେ ସଂଗ୍ରହାଳୟ ଖୋଲାଯିବ ବୋଲି ଘୋଷଣା କରାଯାଇଛି ।

ଅଗଷ୍ଟ ମଧ୍ୟଭାଗରେ ଖୋଲିବ ନ୍ୟୁୟର୍କର ପ୍ରଥମ ପ୍ରମୁଖ ସଂଗ୍ରହାଳୟ

author img

By

Published : May 20, 2020, 1:58 PM IST

ନ୍ୟୁୟର୍କ: ଲକଡାଉନ ପରେ ଅଗଷ୍ଟ ମଧ୍ୟଭାଗରେ କିମ୍ବା କିଛି ସପ୍ତାହ ପରେ ନ୍ୟୁୟର୍କର ସହରର ପ୍ରଥମ ପ୍ରମୁଖ ସଂଗ୍ରହାଳୟ ବା ମେଟ୍ରୋପଲିଟାନ ମ୍ୟୁଜିୟମ୍ ଅଫ୍ ଆର୍ଟ ଖୋଲିବ ବୋଲି ଘୋଷଣା କରିଛି । ପରିଦର୍ଶନର ସମୟ ହ୍ରାସ କରାଯିବ ବୋଲି ଜଣାପଡିଛି । କିନ୍ତୁ ସାମାଜିକ ଦୂରତା ପ୍ରତି ଅଧିକ ଦୃଷ୍ଟି ଦିଆଯିବ ସେଥିପାଇଁ କୌଣସି ଗାଇଡଙ୍କୁ ଭିତରକୁ ଅନୁମତି ଦିଆଯିବ ନାହିଁ ।

ସହରର ପ୍ରଥମ ପ୍ରମୁଖ ସଂଗ୍ରହାଳୟ ମାର୍ଚ୍ଚ 13 ରୁ ବନ୍ଦ ରହିଛି । ଏପର୍ଯ୍ୟନ୍ତ ରାଜ୍ୟପାଳ ଆଣ୍ଡ୍ରିୟୁ କୁଏମୋ କରୋନାଭାଇରସ୍ ଲକଡାଉନ୍ ପଦକ୍ଷେପକୁ କୋହଳ କରି ବ୍ୟବସାୟକୁ କେବେ ଫେରିବେ ତାହା ଏପର୍ଯ୍ୟନ୍ତ କହି ନାହାଁନ୍ତି ।

ହେଲେ ନ୍ୟୁୟର୍କରେ 4ଟି ପର୍ଯ୍ୟାୟରେ ଖୋଲିବାକୁ ଯୋଜନା ଚଳାଇଛନ୍ତି । ଚତୁର୍ଥ ପର୍ଯ୍ୟାୟରେ କେବଳ ସାଂସ୍କୃତିକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି । ନ୍ୟୁୟର୍କ ସିଟି ଏପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ କରିବାକୁ ଅନୁମତି ପାଇନାହିଁ ।

କୋରୋନା ବିସ୍ତାରକୁ ରୋକିବା ପାଇଁ ସେପଟେ ସଂଗ୍ରହାଳୟର ପରିଦର୍ଶନ ସମୟ, ଗାଇଡ ଟୁର, କୌଣସି ବଡ ବଡ କନର୍ସଟ କିମ୍ବା ବକ୍ତୃତା ଆଦି ବନ୍ଦ ରହିବ ବୋଲି କୁହାଯାଇଛି । ପୁନଃ ଖୋଲିବା ସହିତ ଅନୁଷ୍ଠାନର 150 ତମ ବାର୍ଷିକୀ ପାଳନ କରୁଥିବା "ମେକିଂ ମେଟ୍" ନାମକ ଏକ ପ୍ରଦର୍ଶନୀ ଶେଷରେ ଆରମ୍ଭ ହେବ । ସଂଗ୍ରହାଳୟର ସଭାପତି ଡାନିଏଲ୍ ୱିସ୍ କହିଛନ୍ତି ଯେ ଯେହେତୁ ଆମେ ଏହି ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛୁ, ସେହି ଦିନକୁ ଅପେକ୍ଷା କରି ଆମେ ଉତ୍ସାହିତ ହୋଇଥାଉ ଯେଉଁ ଦିନ ଆମେ ପୁଣିଥରେ ପ୍ରଦର୍ଶନୀକୁ ଉପଭୋଗ କରିପାରିବା । ଲକଡାଉନ ହେତୁ ଚଳିତବର୍ଷ ପ୍ରାୟ 100 ନିୟୁତ ଡଲାର କ୍ଷତି ସହିବେ ବୋଲି ପୂର୍ବାନୁମାନ କରିଛନ୍ତି ସଂଗ୍ରହାଳୟର ନିର୍ଦେଶକ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.