ETV Bharat / international

ଟ୍ରମ୍ପଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ପୂର୍ବତନ ମଡେଲ

author img

By

Published : Sep 18, 2020, 4:41 PM IST

ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତିଙ୍କ ବିରୋଧରେ ପୁନର୍ବାର ଯୌନ ଶୋଷଣ ନେଇ ଲାଗିଛି ଆରୋପ । ତେବେ ଏଥର ଏହି ଅଭିଯୋଗ ଆଣିଛନ୍ତି ପୂର୍ବତନ ମଡେଲ ଏମୀ ଡୋରିସ । ଅଧିକ ପଢନ୍ତୁ...

ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲଗାଇଲେ ପୂର୍ବତନ ମଡେଲ

ୱାସିଂଟନ: ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରଚାରରେ ବ୍ୟସ୍ତ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ । ଦ୍ବିତୀୟ ଥର କ୍ଷମତାକୁ ଫେରିବା ପାଇଁ ଜାରି ରଖିଛନ୍ତି ପ୍ରୟାସ । ହେଲେ ଏପରି ସ୍ଥିତିରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ରାଷ୍ଟ୍ରପତି ଟ୍ରମ୍ପଙ୍କ ଚିନ୍ତା ବଢାଇ ଦେଇଛି । ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତିଙ୍କ ବିରୋଧରେ ପୂନର୍ବାର ଯୌନ ଶୋଷଣ ନେଇ ଲାଗିଛି ଆରୋପ । ତେବେ ଏଥର ଏହି ଅଭିଯୋଗ ଆଣିଛନ୍ତି ପୂର୍ବତନ ମଡେଲ ଏମୀ ଡୋରିସ ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ଆରୋପ ଲଗାଇ ଏମୀ ଏକ ଖବର କାଗଜକୁ ସାକ୍ଷାତକାର ଦେଇ ଅନେକ ତଥ୍ୟ ଉପରେ ଆଲୋଚନା କରିଛନ୍ତି । ତେବେ ଏହି ସମୟରେ ସେ କିଛି ଫଟୋ ମଧ୍ୟ ଦେଖାଇଥିଲେ । ତେବେ ଏପରି ଅଭିଯୋଗ ପରେ ଟ୍ରମ୍ପ ଏହାକୁ ମିଥ୍ୟାର ଆକ୍ଷା ଦେବା ସହ ନିଜ ଆଇନଜୀବୀଙ୍କ ମାଧ୍ୟମରେ ଏଭଳ ଅଭିଯୋଗଗୁଡିକୁ ଖଣ୍ଡନ କରିଛନ୍ତି ।

ସମ୍ପୂର୍ଣ୍ଣ ଅଭିଯୋଗକୁ ନେଇ ଟ୍ରମ୍ପଙ୍କ ଆଇନଜୀବୀ କହିବାନୁଯାୟୀ ଏମୀଙ୍କ ଆରୋପ ରାଜନୈତିକ ଦ୍ବାରା ପ୍ରେରିତ । 3 ନଭେମ୍ବରରେ ନିର୍ବାଚନ ହେବାକୁ ଥିବା ବେଳେ ବାଇଡେନଙ୍କ ସହ ଜୋରଦାର ମୁକାବିଲା ରହିଛି । ଏନେଇ ଛବି ଖରାପ କରିବାକୁ ପ୍ରୟାସ ଜାରି ରହିଥିବା ଟ୍ରମ୍ପଙ୍କ ଆଇନଜୀବୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.