ETV Bharat / international

ଆମେରିକାରେ ବେଲଗାମ କୋରୋନା: 24 ଘଣ୍ଟାରେ 67,632 ପଜିଟିଭ ରିପୋର୍ଟ

author img

By

Published : Jul 16, 2020, 10:23 AM IST

ଆମେରିକାରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । କାମ ଦେଉନି କୌଣସି ସଚେତନତା । ଅଧିକ ପଢନ୍ତୁ...

ଆମେରିକାରେ ବେଲଗାମ କୋରୋନା, 24 ଘଣ୍ଟାରେ 67,632 ପଜିଟିଭ ରିପୋର୍ଟ

ଓ୍ବାଶିଂଟନ: କୋରୋନା ଦ୍ବାରା ସବୁଠୁ ଅଧିକ କ୍ଷତି ଆମେରିକାକୁ ପହଞ୍ଚିଛି । ଏଠାରେ ପ୍ରତ୍ୟେକ ଦିନ ଶହସ୍ରାଧିକ ପଜିଟିଭ ରିପୋର୍ଟ ହେଉଛି । 4 ମାସରୁ ଉର୍ଦ୍ଧ୍ବ ହୋଇଯାଇଥିଲେ ସୁଦ୍ଧା ଦେଶରେ ପୂର୍ବ ପରି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ସତ ହେଲେ ହ୍ରାସ ପାଇବାର କୌଣସି ନଜିର ନାହିଁ ।

ଜନ ହପକିନ୍ସ ୟୁନିଭର୍ସିଟି ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶରେ 67 ହଜାର 632ଟି ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଛି । ଏଥିରେ 958 ଲୋକଙ୍କର ମୃତ୍ୟୁ ହୋଇଛି । ଗତ 2 ମାସ ତୁଳନାରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ତେବେ ବୁଧବାରର ପଜିଟିଭକୁ ମିଶାଇ ଦେଶରେ 34 ଲକ୍ଷ 97 ହଜାର 767ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ଏଥିରେ ମୋଟ 1 ଲକ୍ଷ 37 ହଜାର 402 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସଂକ୍ରମିତଙ୍କ ମଧ୍ୟରୁ 16 ଲକ୍ଷ 44 ହଜାର ମଧ୍ୟ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ମୋଟ 18 ଲକ୍ଷ 38 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.