ୱାଶିଂଟନ: ସାରା ବିଶ୍ୱରେ କୋରୋନା ଭାଇରସର ସର୍ବାଧିକ ମାମଲା ଆମେରିକାରେ ରହିଛି । ହେଲେ କିଛି ଦିନ ହେବ ବର୍ତ୍ତମାନ ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ତଥାପି, ଦେଶରେ ମହାମାରୀ ଏବେ ଭୟଭୀତ ରୂପ ନେଉଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 19 ହଜାର 56ଟି ନୂଆ ମାମଲା ରୁଜୁ ହୋଇଥିବାବେଳେ, ଏଥିରେ 1,093 ଜଣଙ୍କର ମୃତ୍ୟୁ ହୋଇଛି ।
ଜନ ହପକିନ୍ସ ଅନୁଯାୟୀ, ବୁଧବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 19 ଲକ୍ଷ 79 ହଜାର 850କୁ ବୃଦ୍ଧି ପାଇଛି । ଏଥିସହ ସମୂଦାୟ 1 ଲକ୍ଷ 12 ହଜାରରୁ ଉର୍ଦ୍ଧ୍ବ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଦେଶରେ ସମୂଦାୟ, 7 ଲକ୍ଷରୁ ଉର୍ଦ୍ଧ୍ବ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ 11 ଲକ୍ଷ 45 ହଜାର ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଆମେରିକାର ନ୍ୟୁୟର୍କ ସିଟିରେ କୋରୋନା କାୟବିସ୍ତାର କରୁଛି । ସଂକ୍ରମିତଙ୍କ ସଂଖ୍ୟା 4 ଲକ୍ଷ ଉପରେ ପହଞ୍ଚିଛି । ସେହପିରି 30 ହଜାର 458 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । 68 ହଜାର 808 ଜଣ ସୁସ୍ଥ ହୋଇଛନ୍ତି ।
ଆମେରିକାର ଉଚ୍ଚ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଏନ୍ଥନୀ ଫକି କୋରୋନା ଦ୍ବାରା ବିଶ୍ବରରେ ବ୍ୟାପିଥିବା ବିନାଶର ମୂଲ୍ୟାଙ୍କନ କରିଥିଲେ । ସେ ସ୍ୱୀକାର କରିଛନ୍ତି ଯେ, ଏହି ଭାଇରସ ବିଷୟରେ ତାଙ୍କର ଏକ ଧାରଣା ଥିଲା, କିନ୍ତୁ ଏହା ସମଗ୍ର ବିଶ୍ୱରେ ଶୀଘ୍ର ବ୍ୟାପିଯିବ, ସବିଷୟରେ ସେ କେବେ କଳ୍ପନା କରିନଥିଲେ । ସେ କହିଛନ୍ତି ସଂକ୍ରମିତ ରୋଗ ବ୍ୟାପିବା ପାଇଁ ଏକ ବର୍ଷ କିମ୍ବା ଛଅ ମାସ ସମୟ ଲାଗିଥାଏ, କିନ୍ତୁ ଏହା ମାତ୍ର ଏକ ମାସ ମଧ୍ୟରେ କାୟା ବିସ୍ତାର କରିଥିଲା। ବିଶ୍ବରେ ସଂକ୍ରମଣ ବୃଦ୍ଧିର କାରଣ କେବଳ ସଂକ୍ରମିତ ବ୍ୟକ୍ତିଙ୍କ ଯାତ୍ରା କରିବା ବୋଲି ଡାକ୍ତର ଫକି ବିବେଚନା କରିଥିଲେ।
ସେ କହିଛନ୍ତି, ମହାମାରୀ ବିରୋଧରେ ଯୁଦ୍ଧରେ ଲୋକଙ୍କ ଉପରେ ଅନେକ ଟୀକାକରଣର ପରୀକ୍ଷା ଚାଲିଛି। ବର୍ତ୍ତମାନ ଜୁଲାଇରେ ଏକ ଟିକା ପରୀକ୍ଷା ତୃତୀୟ ପର୍ଯ୍ୟାୟରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ରୋଗ ସହ ଜଡିତ ଅନ୍ୟ ଏକ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, କୋରୋନାରେ ସୁସ୍ଥ ହୋଇଥିବା ବ୍ୟକ୍ତି କଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ କି ?
ତାଙ୍କର ବ୍ୟକ୍ତିଗତ ଅନୁଭୂତି ବାଣ୍ଟି ସେ କହିଛନ୍ତି, ମୁଁ ମୋର କ୍ୟାରିୟରର ଅଧିକାଂଶ ସମୟ ଏଚଆଇଭି ଅଧ୍ୟୟନରେ ଅତିବାହିତ କରିଛି । ଏହା ଦ୍ବାରା ହେଉଥିବା ରୋଗ କୋଭିଡ-19 ତୁଳନାରେ ବହୁତ କମ । ଏଚଆଇଭି ଏବଂ କୋଭିଡ-19 ମଧ୍ୟରେ ପାର୍ଥକ୍ୟ ହେଉଛି କୋଭିଡ-19ର ତୀବ୍ରତା ଅଧିକ ।