ପେରୁ: ବିଶାଳକାୟ ଆମାଜନ ଜଙ୍ଗଲ କୋଟି କୋଟି ଏକର ଜମିରେ ବ୍ୟାପିଛି । ଦୁନିଆର ସବୁଠାରୁ ବଡ ଜଙ୍ଗଲ ନଅଟି ଦେଶର ସୀମା ଛୁଇଁଯାଇଛି । ଏହି ଜଙ୍ଗଲରେ ଏପରି ଜୀବଜନ୍ତୁ ଅଛନ୍ତି ଯାହା ସମ୍ପର୍କରେ ମାନବ ଜାତି ଅଜଣା ରହିଛି । ପ୍ରଥମରୁ ରହସ୍ୟଭରା ଜଙ୍ଗଲରେ ଅନେକ ରହସ୍ୟ ଛୁପି ରହିଛି ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠେ ।
ଆଜି ଆମେ ସେହିପରି ଏକ ରହସ୍ୟ ବିଷୟରେ ଆପଣଙ୍କୁ କହିବୁ । ଆମାଜନ ଜଙ୍ଗଲ ଭିତରେ ଏକ ନଦୀ ରହିଛି ଯାହାର ପାଣି ସବୁବେଳେ ଫୁଟୁଥାଏ । ଏହି ଗରମ ପାଣିରେ ଯିଏ ଭୁଲରେ ପଡିଲା ତାହାର ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଏ । ପେରୁ ଅଧୀନରେ ଆସୁଥିବା ଆମାଜନ ଜଙ୍ଗଲରେ ଏହି ନଦୀ ଅବସ୍ଥିତ ଯାହାକୁ 2011 ମସିହାରେ ଭୂବୈଜ୍ଞାନିକ ଆନ୍ଦ୍ରେ ରୂଜୋ ଖୋଜି ପାଇଥିଲେ । ମୟାନତୂୟାକୁ ନାମରେ ଏହି ନଦୀକୁ ଖୋଜିବା ପଛରେ ଏକ ଆଶ୍ଚର୍ଯ୍ୟଜନକ କାରଣ ଥିଲା । ପିଲାବେଳୁ ଏହି ନଦୀ ସମ୍ପର୍କର ଶୁଣିଥିଲେ ଆନ୍ଦ୍ରେ । ହେଲେ ସେ ବିଶ୍ବାସ କରୁନଥିଲେ । ଯେବେ ବଡ ହେଲେ ଏହି କଥା ତାଙ୍କ ମନରେ ଚାଲିଥିଲା ।
ଏହା ସମ୍ପର୍କରେ ସେ ସମସ୍ତଙ୍କୁ ପଚାରିଥିଲେ । କିନ୍ତୁ କେହି ବି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ବୈଜ୍ଞାନିକ ଭାବେ ମଧ୍ୟ ଏହି କଥାର କୌଣସି ବାସ୍ତବତା ନଥିଲା । କାରଣ ପାଖରେ ଆଗ୍ନେୟଗିରି ଥିଲେ ହିଁ କୌଣସି ନଦୀରେ ପାଣି ଫୁଟିବାର ସମ୍ଭାବନା ରହିଛି । ହେଲେ ସେ କୌଣସି ଏକ ସୂତ୍ରରୁ ଖବର ପାଇ ଆମାଜନ ଜଙ୍ଗଲରେ ପହଞ୍ଚିଥିଲେ । ଆଉ ଖୋଜି ଖୋଜି ଏହି ନଦୀ ପାଇଥିଲେ । ଏହି ପାଣି ଏତେ ଗରମ ଯେ ଏଥିରେ ଆପଣ ଚାହା ମଧ୍ୟ ବନାଇପାରିବେ ବୋଲି ଆନ୍ଦ୍ରେ କହିଥିଲେ ।
ନଦୀଟି ବହୁତ ମାଇଲ ଯାଏଁ ଲମ୍ବିଛି । ଏହା ଏକ ପ୍ରାକୃତିକ ଆଶ୍ଚର୍ଯ୍ୟ ବୋଲି ବୈଜ୍ଞାନିକମାନେ କହିଛନ୍ତି । ନଦୀ ନିକଟକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । କାରଣ ଏହାର ପାଣି ସବୁବେଳେ ଫୁଟିବା ସହ ଗରମ ରହିଥାଏ । ଥରେ ଏଥିରେ ପଡିଲେ ମୃତ୍ୟୁ ସୁନିଶ୍ଚିତ । ଏବେ ଯାଏଁ ବୈଜ୍ଞାନିକମାନେ ଏହି ନଦୀ ଉପରେ ରିସର୍ଚ୍ଚ କରୁଛନ୍ତି । ହେଲେ ଏହାର ଗରମ ପାଣିର ରହସ୍ୟ ଭେଦ କରିପାରିନାହାନ୍ତି ।
ଫୁଟୁଛି ନଦୀ: ପଡିଲେ ମୃତ୍ୟୁ ସୁନିଶ୍ଚିତ - ଆମାଜନ ଜଙ୍ଗଲ
ଆଜି ଆମେ ସେହିପରି ଏକ ରହସ୍ୟ ବିଷୟରେ ଆପଣଙ୍କୁ କହିବୁ । ଆମାଜନ ଜଙ୍ଗଲ ଭିତରେ ଏକ ନଦୀ ରହିଛି ଯାହାର ପାଣି ସବୁବେଳେ ଫୁଟୁଥାଏ । ଏହି ଗରମ ପାଣିରେ ଯିଏ ଭୁଲରେ ପଡିଲା ତାହାର ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଏ । ଅଧିକ ପଢନ୍ତୁ......