ETV Bharat / international

କୋରୋନା ଆତଙ୍କ: 24 ଘଣ୍ଟାରେ ଗଡିଲା ଆମେରିକାର 100 ମୁଣ୍ଡ, ସିନେଟର ପଲ ଆକ୍ରାନ୍ତ

author img

By

Published : Mar 23, 2020, 11:43 AM IST

କୋପରେ କଲବଲ ହେଉଛନ୍ତି ବିଶ୍ବବାସୀ । ଗତକାଲି 24 ଘଣ୍ଟା ମଧ୍ୟରେ ଆମେରିକାରେ 100 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ଖବର ପଢନ୍ତୁ...

corona virus
24 ଘଣ୍ଟାରେ ଆମେରିକାରେ ଗଡିଲା 100 ମୁଣ୍ଡ, କୋରୋନାରେ ଆକ୍ରାନ୍ତ ସିନେଟର ପଲ

ୱାସିଂଟନ୍: ଦିନକୁ ଦିନ ବଢି ଚାଲିଛି କୋରୋନା କାୟା । କୋପରେ କଲବଲ ହେଉଛନ୍ତି ବିଶ୍ବବାସୀ । ଗତକାଲି 24 ଘଣ୍ଟା ମଧ୍ୟରେ ଆମେରିକାରେ 100 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଆଜି ହପିକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।ଏବେ ଆମେରିକାରେ ମୃତ୍ୟୁସଂଖ୍ୟା 389ରେ ପହଞ୍ଚିଛି । ସେଥିମଧ୍ୟରୁ ନ୍ୟୁୟର୍କରେ ମୃତ୍ୟୁସଂଖ୍ୟା ସର୍ବାଧିକ ପରେ ୱାସିଂଟନ ଓ ଆମେରିକା ।

ମିଳିଥିବା ସୂଚନା ଅନୁସାରେ,ଆମେରିକାରେ 30 ହଜାର ଲୋକ ଏହି ଭୂତାଣୁରେ ସଂକ୍ରମିତ ଅଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ସିନେଟର ରାନ୍ଦ ପଲ ମଧ୍ୟ ଅଛନ୍ତି । ଏନେଇ ଆମେରିକାର ଚିନ୍ତା ବଢିଯାଇଛି । ତେବେ ସିନେଟରଙ୍କ ରବିବାର କୋରୋନା ଟେଷ୍ଟ ହୋଇଥିବା ବେଳେ ତାଙ୍କର ପଜିଟିଭ୍ ବାହାରିଛି । ଏନେଇ ପଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ମିଳିଛି ।

ପଲ ହେଉଛନ୍ତି ପ୍ରଥମ ଆମେରିକୀୟ ସିନେଟର । ଏହାସହ ତାଙ୍କର କୋରୋନା ପଜିଟିଭ୍ ଆସିବା ପରେ ସେ ନିଜର ସହକର୍ମୀଙ୍କ ସହ ଜିମ ଯାଇଥିଲେ, ସୁଇମିଂପୁଲରେ ଗାଧୋଇଥିଲେ ଓ ଭୋଜନ ମଧ୍ୟ କରିଥିଲେ । ତେବେ ତାଙ୍କ ସଂସ୍ଫର୍ଶରେ ଆସିଥିବା ସମସ୍ତ ଲୋକ ଏବେ ଚିନ୍ତାରେ । ସମସ୍ତଙ୍କ ରକ୍ତନମୁନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.