ୱାସିଂଟନ: ୟୁଏସଏସ ଥିଓଡୋର ରୁଜଭେଲ୍ଟ ବିମାନ ପରିବହନକାରୀଙ୍କ 4,800 କର୍ମଚାରୀଙ୍କ ମଧ୍ୟରୁ 10 ପ୍ରତିଶତରୁ ଅଧିକ କୋରୋନା ଭାଇରସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୌସେନାର ମୁଖ୍ୟ ଇସ୍ତଫା ଦେବାର ଗୋଟିଏ ଦିନ ପରେ ନୌସେନା ଏହି ସୂଚନା ଦେଇଛି ।
ଆମେରିକାର ନୌସେନାର ମୁଖପାତ୍ର କହିଛନ୍ତି ଯେ, ‘ 92 ପ୍ରତିଶତ ଟିଆର କର୍ମଚାରୀଙ୍କୁ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା 550 ଜଣଙ୍କ ପଜିଟିଭ୍ ଓ 3,673 ଜଣ ନେଗେଟିଭ ରିପୋର୍ଟ ଆସିଛି ।’
ଗୁଆମରେ ଥିବା ହୋଟେଲ ଏବଂ ବ୍ୟାରେକକୁ 3,696 ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି । ରୁଜଭେଲ୍ଟର କ୍ୟାପଟେନ ବ୍ରେଟ କ୍ରୋଜିୟରଙ୍କୁ ହଟାଇବା ପରେ ଆମେରିକାର ନୌସେନାର ସଚିବ ଥୋମାସ୍ ମୋଡଲୀ ମଧ୍ୟ ଇସ୍ତଫା ଦେଇଥିଲେ । ଯାହା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାପରେ ଭାଇରସର ଭୟାବହତା ବିଷୟରେ ଜଣାପଡିଥିଲା ।