ୱାଶିଂଟନ: ମିସିସିପିର ରାଜନେତାମାନେ ଆମେରିକୀୟ ରାଜ୍ୟ ପତାକାରୁ ସଂଘୀୟ ପ୍ରତୀକ ହଟାଇବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଶନିବାର ଏନେଇ ରିପବ୍ଲିକାନ ନେତୃତ୍ବାଧୀନ ରାଜ୍ୟ କଂଗ୍ରେସ ଭୋଟ ଦେଇ ପତାକାରେ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଛି । ଏହି ବିଲ୍ ମିସିସିପ ବିଧାନସଭାର ଉଭୟ ଗୃହରେ ପାରିତ ହୋଇଛି । ଲୋକସଭାରେ ଏହା 84-35 ବ୍ୟବଧାନ ଓ ସିନେଟରେ 36-14 ବ୍ୟବଧାନରେ ପାରିତ ହୋଇଥିବା ଜଣାପଡିଛି ।
ଏହାର ଅର୍ଥ ହେଉଛି ରାଜ୍ୟ ପତାକାରେ ପରିବର୍ତ୍ତନ ବିଲ ଏବେ ବିଧିବଦ୍ଧ ଭାବେ ପ୍ରସ୍ତାବିତ ହୋଇପାରିବ । ରାଜ୍ୟ କଂଗ୍ରେସ ଅଧିବେଶନକୁ ଫେରିବା ପରେ ଏହା ପ୍ରସ୍ତାବିତ ହେବାର ଯୋଜନା ରହିଛି । ରିପବ୍ଲିକାନ ରାଜ୍ୟପାଳ ଟେଟ ରିଭସ କହିଛନ୍ତି କି କଂଗ୍ରେସ ଦ୍ବାରା ଆମୋଦିତ ହେବା ପରେ ସେ ଏହି ବିଲ କାର୍ଯ୍ୟକାରୀ କରିବା ନେଇ ସ୍ବାକ୍ଷର କରିବେ ।
ଆମେରିକାରେ ଶେଷ ରାଜ୍ୟ ଭାବେ ମିସିସିପି ରାଜ୍ୟ ପତାକାରେ ସଂଘୀୟ ପ୍ରତୀକ ରହିଥିଲା । ଆମେରିକା ଗୃହ ଯୁଦ୍ଧ(1860-65)ରେ ପରାଧୀନ ହୋଇଥିବା ରାଜ୍ୟଗୁଡିକ ପ୍ରଥମେ ଏହି ପତାକାର ବ୍ୟବହାର କରୁଥିଲେ । ତେବେ ଯଦି ଏହି ବିଲରେ ମୋହର ବାଜେ ତେବେ ନୂଆ ପତାକାର ଡିଜାଇନ ନଭେମ୍ବରରେ ପ୍ରସ୍ତୁତ କରାଯିବାର ଯୋଜନା ରହିଛି ।
@IANS