ETV Bharat / international

ଆମେରିକାର ମିନିଆପୋଲିସରେ ଗୁଳିକାଣ୍ଡ; 2 ମୃତ, 11 ଆହତ

author img

By

Published : Jun 21, 2020, 10:33 PM IST

ଦେଶରେ ମିନିଆପୋଲିସ ଓ ସିଟଲ ସହରରେ ହୋଇଥିବା ଗୁଳିକାଣ୍ଡରେ 2ଜଣଙ୍କ ମୃତ୍ୟୁ ହୋଇଥିବା ସହ 11 ଜଣ ଆହତ ହୋଇଥିବା ଜଣା ପଡିଛି । ଏନେଇ ରବିବାର ଆମେରିକା ପୋଲିସ ସ୍ପଷ୍ଟ କରିଛି ।

america firing incident, protestors rage in america, police's firing in america, anti racism protest in america, ଆମେରିକାରେ ଗୁଳିକାଣ୍ଡ, ଆମେରିକାରେ ବିକ୍ଷୋଭକାରୀଙ୍କ ଉପଦ୍ରବ, ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଗୁଳି ଚାଳନା, ଆମେରିକାରେ ଜାତିଆଣ ବିରୋଧୀ ଆନ୍ଦୋଳନ
ଆମେରିକାର ମିନିଆପୋଲିସରେ ଗୁଳିକାଣ୍ଡ; 2 ମୃତ, 11 ଆହତ

ୱାଶିଂଟନ: ଦେଶରେ ମିନିଆପୋଲିସ ଓ ସିଟଲ ସହରରେ ହୋଇଥିବା ଗୁଳିକାଣ୍ଡରେ 2ଜଣଙ୍କ ମୃତ୍ୟୁ ହୋଇଥିବା ସହ 11 ଜଣ ଆହତ ହୋଇଥିବା ଜଣା ପଡିଛି । ଏନେଇ ରବିବାର ଆମେରିକା ପୋଲିସ ସ୍ପଷ୍ଟ କରିଛି । ଏକ ଟ୍ବିଟ ଜରିଆରେ ମିନିଆପୋଲିସ ସହରର ପୋଲିସ ବିଭାଗ ସୂଚନା ଦେଇ କହିଥିଲେ କି ଏହି ଘଟଣାରେ ଆହତ 11 ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାର କିଛି ସମୟ ପୂର୍ବରୁ ପୋଲିସ ଟ୍ବିଟ ଯୋଗେ ସହରବାସୀଙ୍କୁ ଉପର ମିନିଆପୋଲିସ ଅଞ୍ଚଳକୁ ନଯିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସ୍ଥାନରେ ଗତ ମେ’ 25ରେ ଆଫ୍ରିକାନ-ଆମେରିକାନ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କର ପୋଲିସ ହେପାଜତରେ ମୃତ୍ୟୁ ହୋଇଥିଲା । ଏହାପରେ ଆମେରିକା ସମେତ ବିଶ୍ବର ବିଭିନ୍ନ ପ୍ରାନ୍ତରେ ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା । ଇତିମଧ୍ୟରେ ସିଟଲ ସହରରେ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଗୁଳି ଚାଳନା କରିଥିଲା । ଯେଉଁଥିରେ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ହୋଇପଡିଥିଲେ ।

ଶନିବାର ରାତି ପ୍ରାୟ 2ଟା 30ରେ କାଲ ଆଣ୍ଡରସନ ପାର୍କରେ ଏହି ଗୁଳିକାଣ୍ଡ ହୋଇଥିଲା । ଏଥିରେ ଆହତଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଉଦ୍ୟମ କରିଥିବା ବେଳେ ବିକ୍ଷୋଭକାରୀଙ୍କ ଭିଡ ସେମାନଙ୍କୁ ଅଟକାଇ ରଖିଥିଲା । ପରେ ପୋଲିସ ଜାଣିବାକୁ ପାଇଥିଲା ସିଏଚଓପି ମେଡିକ୍ସ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ହେଲେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ 19ବର୍ଷୀୟ ଜନୈକ ଆହତଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ମଧ୍ୟ ପରେ ଆଖି ବୁଜିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.