ETV Bharat / international

ବିଶ୍ବବାସୀଙ୍କୁ ମିସେଲ ଓବାମାଙ୍କ ଇଷ୍ଟର ଶୁଭେଚ୍ଛା - michelle obama

ବିଶ୍ବବାସୀଙ୍କୁ ଇଷ୍ଟର ଶୁଭେଚ୍ଛା ଜଣାଇଲେ ମିସେଲ ଓବାମା । ନିଜ ଇନଷ୍ଟାଗ୍ରାମ ପେଜରେ ଦେଲେ ଶୁଭେଚ୍ଛା । ଅଧିକ ପଢନ୍ତୁ...

Michelle Obama
ବିଶ୍ବବାସୀଙ୍କୁ ଇଷ୍ଟର ଶୁଭେଚ୍ଛା ଜଣାଇଲେ ମିସେଲ ଓବାମା
author img

By

Published : Apr 12, 2020, 7:52 PM IST

ୱାଶିଂଟନ: ସାରା ବିଶ୍ବରେ କୋରୋନା ଭାଇରସ୍ ବ୍ୟାପିବା ପରେ ସବୁ ଆଡେ ଲକ ଡାଉନ ଭଳି ସ୍ଥିତି । ତେଣୁ ଆଜି ନିଜ ଘର ଭିତରେ ଇଷ୍ଟର ପାଳନ କରୁଥିବାବେଳେ ସାମାଜିକ ଦୂରତା ବଜାୟ ରଖିଛନ୍ତି । ତେବେ ମିସେଲ ଓବାମା ଆଜି ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀମାନଙ୍କୁ ଇଷ୍ଟରର ଶୁଭେଚ୍ଛା ଜଣାଇଛନ୍ତି । ସେ ଇନଷ୍ଟାଗ୍ରାମରେ ପରିବାର ସହ ପୂର୍ବ ଇଷ୍ଟର ଉତ୍ସବ ଫଟୋ ସେୟାର କରିଛନ୍ତି ।

ଏହି ଫଟୋ ମଧ୍ୟରୁ ଗୋଟିଏରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ସେମାନଙ୍କ ଶାଶା ଏବଂ ମାଲିଆ ଓବାମା ମଧ୍ୟ ରହିଛନ୍ତି । "ସାମାଜିକ ଦୂରତାର ଏହି ସମୟରେ ଆମମାନଙ୍କ ମଧ୍ୟରୁ ଅନେକେ ଇଷ୍ଟର ପାଳନ କରନ୍ତି । ପୂର୍ବ ଭଳି ଏହି ବର୍ଷ ମୁଁ ସମସ୍ତଙ୍କ ପାଇଁ ଏକ ଶୁଭେଚ୍ଛା ଦେଉଛି । ମୁଁ ଜାଣେ ଆପଣମାନେ ପୂର୍ବ ଭଳି ଚଳିତ ବର୍ଷ ଇଷ୍ଟର ପାଳନ ସହ ଅନେକ ନୂତନ ସ୍ମୃତି ସାଉଁଟନ୍ତୁ । ଅନଲାଇନ୍ ଚର୍ଚ୍ଚରେ ଯୋଗଦେବା କିମ୍ବା ଆପଣଙ୍କ ସମ୍ପର୍କୀୟଙ୍କ ସହ ଭିଡିଓ ଚାଟ୍ ଓ ରବିବାର ରାତ୍ରୀ ଭୋଜନ କରନ୍ତୁ । "

ସେ ତାଙ୍କ ଫୋଲୋୟରଙ୍କୁ ସେମାନଙ୍କର ପ୍ରିୟ ଇଷ୍ଟର ପରମ୍ପରା ବିଷୟରେ ମଧ୍ୟ ପଚାରିଥିଲେ । ସେ ଆହୁରି ମଧ୍ୟ ଲେଖିଛନ୍ତି, "ଆପଣ ଚଳିତ ବର୍ଷ ସେମାନଙ୍କୁ ଜୀବନ୍ତ ରଖିବା ପାଇଁ କିପରି ଯୋଜନା କରୁଛନ୍ତି? କମେଣ୍ଟରେ ନିଶ୍ଚୟ ଲେଖନ୍ତୁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.