ETV Bharat / international

ମେସ୍କିକୋରେ କୋରୋନା କାଳ, ପଛରେ ପଡିଲା ବ୍ରିଟେନ - Mexico overtakes UK

ମେସ୍କିକୋରେ କୋରୋନାର ସାଙ୍ଘାତିକ ପରିସ୍ଥିତି । ଗୋଟିଏ ଦିନରେ 688 ଜଣଙ୍କ କୋରୋନା ଜନିତ ମୃତ୍ୟୁ ପରେ ପଛରେ ପଡିଲା ବ୍ରିଟେନ । ଅଧିକ ପଢନ୍ତୁ...

ମେସ୍କିକୋରେ କୋରୋନା କାଳ
ମେସ୍କିକୋରେ କୋରୋନା କାଳ
author img

By

Published : Aug 1, 2020, 12:19 PM IST

ମେସ୍କିକୋ ସିଟି: ମେସ୍କିକୋରେ ମାଡି ଚାଲିଛି କୋରୋନା ସଂକ୍ରମଣ । ଦିନକୁ ଦିନ ଏଠାରେ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 688 ଜଣଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା 46 ହଜାର 688ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଦିନକୁ ଦିନ ମେସ୍କିକୋରେ କୋରୋନା ମୃତ୍ୟୁହାର ବଢୁଥିବାବେଳେ ଏବେ ଏହା ବ୍ରିଟେନକୁ ଟପି ଯାଇଛି । ବ୍ରିଟେନରେ ମୋଟ କୋରୋନା ଜନିତ ମୃତ୍ୟୁହାର 46, 119 ରହିଛି । 153, 311 ମାମଲା ସହ ଆମେରିକାରେ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି । ବ୍ରାଜିଲରେ ଏଯାବତ 92 ହଜାର 475 ଜଣ ଜୀବନ ନେଇଛି କୋରୋନା ।

ସେହିପରି ମେସ୍କିକୋରେ ଶୁକ୍ରବାର 8458 ନୂତନ ମାମଲା ଚିହ୍ନଟ ପରେ ମୋଟ ସଂକ୍ରମିତ ମାମଲା 424,637ରେ ପହଞ୍ଚିଛି । ଲାଟିନ ଆମେରିକାରେ ମଧ୍ୟ ହୁ ହୁ ବଢୁଛି ସଂକ୍ରମଣ । ମୋଟ ମୃତ୍ୟୁ ସଂଖ୍ୟା 639 ପାର କରିଛି ।

ସୂଚନାଯୋଗ୍ୟ, ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ମାର୍ଚ୍ଚ 11 ତାରିଖରେ କୋରୋନା ସଂକ୍ରମଣକୁ ମହାମାରୀର ଆଖ୍ୟା ଦେଇଥିଲେ । ସମଗ୍ର ବିଶ୍ବରେ କୋରୋନା ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି । 17.5 ମିଲିୟନରୁ ଅଧିକ ଲୋକେ ସଂକ୍ରମିତ ହେବା ସହ 677, 000 ଜଣଙ୍କ ପ୍ରାଣ ଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.