ETV Bharat / international

ମେକ୍ସିକୋ ଓ ବ୍ରାଜିଲରେ କୋରୋନା ସ୍ଥିତି ସାଙ୍ଘାତିକ, ରେକର୍ଡ ସଂଖ୍ୟକ ମୃତ୍ୟୁ

author img

By

Published : Jun 5, 2020, 3:01 AM IST

ବର୍ତ୍ତମାନ ଲାଟିନ ଆମେରିକା କୋରୋନାର ହଟସ୍ପଟ ପାଲଟିଛି । ଏଠାରେ ପ୍ରାୟ 3 ଲକ୍ଷ 85 ହଜାରରୁ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ମେକ୍ସିକୋ ଓ ବ୍ରାଜିଲରେ କୋରୋନା ସ୍ଥିତି ସାଙ୍ଘାତିକ, ରେକର୍ଡ ସଂଖ୍ୟକ ମୃତ୍ୟୁ
ମେକ୍ସିକୋ ଓ ବ୍ରାଜିଲରେ କୋରୋନା ସ୍ଥିତି ସାଙ୍ଘାତିକ, ରେକର୍ଡ ସଂଖ୍ୟକ ମୃତ୍ୟୁ

ରିଓ ଡି ଜେନେଇରୋ: ବ୍ରାଜିଲ ଓ ମେକ୍ସିକୋରେ ରେକର୍ଡ ସଂଖ୍ୟକ କୋରୋନାଜନିତ ମୃତ୍ୟୁ ଘଟିଛି । ଉଭୟ ଦେଶରେ କୋଭିଡ 19 ସ୍ଥିତି ଖରାପ ହେବାରେ ଲାଗିଛି । ଲାଟିନ ଆମେରିକାରେ କୋରୋନା ବର୍ତ୍ତମାନ ଭୟଙ୍କର ସ୍ଥିତି ନେଇଛି ।

ମେକ୍ସିକୋରେ ଗୋଟିଏ ଦିନରେ ହଜାରେ ଉପରେ ମୃତ୍ୟୁ ଘଟିଛି । ପ୍ରଥମ ଥର ଏଠାରେ 24 ଘଣ୍ଟାରେ ସର୍ବାଧିକ ମୃତ୍ୟୁସଂଖ୍ୟା ରହିଛି । ସେହିପରି ବ୍ରାଜିଲରେ ଗତ 24 ଘଣ୍ଟାରେ ରେକର୍ଡ 1349 ମୃତ୍ୟୁ ହୋଇଛି । ଚିଲି ଓ ପେରୁରେ ମଧ୍ୟ କୋରୋନା ଅଧିକ ଗମ୍ଭୀର ହୋଇଛି । ପେରୁରେ 20 ସାମ୍ବାଦିକଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି । ପରିସ୍ଥିତି ଦେଖି ଚିଲି ସରକାର ଆହୁରି 3 ସପ୍ତାହ ଲକଡାଉନ ବୃଦ୍ଧି କରିଛନ୍ତି । ସେପଟେ ବ୍ରାଜିଲ ରାଷ୍ଟ୍ରପତି ଲକଡାଉନ ବଢାଇବା ବିରୋଧରେ ମନ୍ତବ୍ୟ ଦେଇଥିବାରୁ ସମାଲୋଚନାର ଶିକାର ହୋଇଛନ୍ତି ।

ବର୍ତ୍ତମାନ ଲାଟିନ ଆମେରିକା କୋରୋନାର ହଟସ୍ପଟ ପାଲଟିଛି । ଏଠାରେ ପ୍ରାୟ 3 ଲକ୍ଷ 85 ହଜାରରୁ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୟୁରୋପ ଓ ଆମେରିକା ପରେ ଏହି ଜାଗାରେ ଆକ୍ରାନ୍ତ ମଧ୍ୟ ବିଶ୍ବରେ ତୃତୀୟ ସର୍ବାଧିକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.