ନ୍ୟୁୟର୍କ: ଟ୍ରମ୍ପଙ୍କ ରାଷ୍ଟ୍ରପତି ଗାଦି ଯିବା ପରେ ହାତ ଛାଡିବେ ପତ୍ନୀ ମେଲାନିଆ । ଟ୍ରମ୍ପଙ୍କୁ ଛାଡପତ୍ର ଦେବା ନେଇ କରୁଛନ୍ତି ଯୋଜନା । ବ୍ରିଟିଶ ମିଡିଆର ଆଉଟ ଡେଲି ମେଲରେ ପ୍ରକାଶିତ ଏହି ଖବର । ହ୍ବାଇଟ ହାଉସର ଜଣ କର୍ମଚାରୀ ନ୍ୟୁମ୍ୟାନ୍ ଙ୍କ ବୟାନ ଉପରେ ଏହି ଖବର ପ୍ରକାଶ କରାଯାଇଛି ।
ଏହି ଖବର ଅନୁସାରେ, ମେଲାନିଆ ପ୍ରତି ମିନିଟିକୁ କାଉଣ୍ଟ କରୁଛନ୍ତି । ଯେତେବେଳେ ଟ୍ରମ୍ପଙ୍କୁ ହ୍ବାଇଟ ହାଉସର ବାହାର କରାଯିବ ସେତେବେଳେ ସେ ଛାଡପତ୍ର ଦେବେ । ମେଲାନିଆଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଷ୍ଟିଫାନୋ ୱିକଲଫ ଏନେଇ ଦାବି କରିଛନ୍ତି । ଷ୍ଟିଫାନୋ କହିଛନ୍ତି ଯେ, ଟ୍ରମ୍ପ ଓ ମେଲିନିଆଙ୍କ ସମ୍ପର୍କ ଦେବା ନେବା ମଧ୍ୟରେ ସୀମିତ ଥିଲା । ଯଦି ଟ୍ରମ୍ପ ହ୍ବାଇଟ ହାଉସ ଛାଡିବା ପୂର୍ବରୁ ତାଙ୍କୁ ଛାଡି ଦିଅନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।
ମେଲାନିଆ ଟ୍ରମ୍ପ କୋଭିଡ ସଂକ୍ରମିତରୁ ସୁସ୍ଥ ହେବା ପରେ ସେ ଟ୍ରମ୍ପଙ୍କ ସହିତ ଗୋଟିଏ ନିର୍ବାଚନୀ ରାଲିକୁ ରଦ୍ଦ କରିଥିଲେ । ଯାହା ତାଙ୍କ ସ୍ବାସ୍ଥ୍ୟବସ୍ଥା ଓ ସମ୍ପର୍କ ଉଭୟ ଭିତରେ ଏକ ବଡ ପ୍ରଶ୍ନ ସୃଷ୍ଟି କରିଥିଲା । କିନ୍ତୁ ନିର୍ବାଚନର ପୂର୍ବ ଦିନ ସେ ନର୍ଥ କୋରୋନିଲରେ କ୍ୟାମ୍ପେନିଂ କରିଥିଲେ ।
ସ୍ଲୋଭେନିଆର ମଡେଲ ମେଲାନିଆ ଟ୍ରମ୍ପ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ତୃତୀୟ ପତ୍ନୀ । ୨୦୦୫ରେ ଉଭୟଙ୍କର ବିବାହ ହୋଇଥିଲା । ସେମାନଙ୍କର ଗୋଟିଏ ପୁଅ ବାରୁଣ ଅଛନ୍ତି । ଯିଏକି 14 ବର୍ଷର । ଟ୍ରମ୍ପଙ୍କ ପ୍ରଥମ ପତ୍ନୀଙ୍କ ନାମ ଇଭାନା ମାରେ ଟ୍ରମ୍ପ ୧୯୭୭ରେ ତାଙ୍କର ବିବାହ ହୋଇଥିଲା । ପରେ ୧୯୯୨ରେ ଦୁଇ ଜଣଙ୍କର ଛାଡପତ୍ର ହୋଇଯାଇଥିଲା । ତାଙ୍କ ଦ୍ବିତୀୟ ପତ୍ନୀଙ୍କୁ ସେ ୧୯୯୩ରେ ବିବାହ କରିଥିଲେ ଏବଂ ୧୯୯୯ରେ ମାରଲଙ୍କର ଟ୍ରମ୍ପଙ୍କର ଛାଡପତ୍ର ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ