ETV Bharat / international

ଫେସବୁକ ପ୍ରତି ବିପଦ ହଟାଇବାକୁ ଇନଷ୍ଟାଗ୍ରାମ କିଣିଥିଲେ ମାର୍କ ଜ୍ୟୁକରବର୍ଗ

author img

By

Published : Jul 31, 2020, 7:20 AM IST

ସୋସିଆଲ ମିଡିଆ ଜାଏଣ୍ଟ ଭାବେ ଘରେ ଘରେ ପରିଚିତ ଫେସବୁକ । ହେଲେ ଏହା ପ୍ରତି ବିପଦ ସୃଷ୍ଟି କରୁଥିବା ଇନଷ୍ଟାଗ୍ରାମକୁ ଫେସବୁକ ନିଜ ଅଧିନକୁ ନେବା ପଛର ପ୍ରକୃତ ଘଟଣା ହୁଏତ କେହି ଜାଣିଥିବେ । ଯାହାକୁ ଏବେ ସର୍ବ ସମ୍ମୁଖକୁ ଆଣିଛି ଆମେରିକୀ ଆଣ୍ଟି ଟ୍ରଷ୍ଟ ସବ କମିଟି ।

facebook, instagram, facebook acquisite instagram, instagram acquisition, facebook latest news, latest technology news, mark zuckerberg, ଫେସବୁକ, ଫେସବୁକର ଇନଷ୍ଟାଗ୍ରାମ ଅଧିଗ୍ରହଣ, ଇନଷ୍ଟାଗ୍ରମ, ଇନଷ୍ଟାଗ୍ରାମ ଅଧିଗ୍ରହଣ, ଫେସବୁକ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ମାର୍କ ଜ୍ୟୁକରବର୍ଗ
ଫେସବୁକ ପ୍ରତି ବିପଦ ହଟାଇବାକୁ ଇନଷ୍ଟାଗ୍ରାମ କିଣିଥିଲେ ମାର୍କ ଜ୍ୟୁକରବର୍ଗ

ସାନ ଫ୍ରାନ୍ସିସ୍କୋ: ସୋସିଆଲ ମିଡିଆ ଜାଏଣ୍ଟ ଭାବେ ଘରେ ଘରେ ପରିଚିତ ଫେସବୁକ । ହେଲେ ଏହା ପ୍ରତି ବିପଦ ସୃଷ୍ଟି କରୁଥିବା ଇନଷ୍ଟାଗ୍ରାମକୁ ଫେସବୁକ ନିଜ ଅଧିନକୁ ନେବା ପଛର ପ୍ରକୃତ ଘଟଣା ହୁଏତ କେହି ଜାଣିଥିବେ । ଯାହାକୁ ଏବେ ସର୍ବ ସମ୍ମୁଖକୁ ଆଣିଛି ଆମେରିକା ଆଣ୍ଟି ଟ୍ରଷ୍ଟ ସବ କମିଟି । ଯାହା ନିକଟରେ ସାର୍ବଜନୀନ କରିଛି ଇନଷ୍ଟାଗ୍ରାମର ପୂର୍ବତନ ମୁଖ୍ୟ ଅର୍ଥନୈତିକ ଅଧିକାରୀ ଡେଭିଡ ଏବର୍ସମ୍ୟାନ ଓ ଫେସବୁକ ସିଇଓ ମାର୍କ ଜ୍ୟୁକରବର୍ଗଙ୍କ ମଧ୍ୟରେ ବିନିମୟ ହୋଇଥିବା ଇମେଲ ଥ୍ରେଡ । ଯାହା ସ୍ପଷ୍ଟ କରିଛି କି ଫେସବୁକ ପ୍ରତି ଇନଷ୍ଟାଗ୍ରମରୁ ଥିବା ବିପଦକୁ ଏଡାଇବା ପାଇଁ ମାର୍କ ଜ୍ୟୁକରବର୍ଗ ଏହାକୁ କିଣିନେଇଥିଲେ ।

ମାର୍କ ଜ୍ୟୁକରବର୍ଗଙ୍କ ଏହି ସତ୍ୟତାକୁ ଆଣି ସର୍ବ ସମ୍ମୁଖରେ ତାଙ୍କୁ ପ୍ରଶ୍ନ ବାଣରେ ପୋତିଛନ୍ତି ନ୍ୟୁୟର୍କର ଡେମୋକ୍ରାଟିକ ପାର୍ଚ ସଦସ୍ୟ ରେପ ଜେରି ନାଡଲର । ଅନ୍ୟପଟେ ରେପ ଅନ୍ୟ କେତେକ ବଡ ଟେକ ସିଇଓ ଯଥା ଆମାଜନର ଜେଫ ବେଜୋସ, ଗୁଗୁଲର ସୁନ୍ଦର ପିଚାଇ ଓ ଆପଲର ଟିମ କୁକଙ୍କ ପ୍ରଶଂସା କରିଥିବା ଦେଖାଯାଇଥିଲେ । ତେବେ ଜ୍ୟୁକରବର୍ଗ ଓ ଏବର୍ସମ୍ୟାନଙ୍କ ମଧ୍ୟରେ ବିନିମୟ ହୋଇଥିବା ଇମେଲକୁ ସାର୍ବଜନୀନ କରି ସେ ଫେସବୁକ ପ୍ରତି ଇନଷ୍ଟାଗ୍ରାମରୁ ଥିବା ବିପଦ ଦର୍ଶାଇଥିଲେ ।

facebook, instagram, facebook acquisite instagram, instagram acquisition, facebook latest news, latest technology news, mark zuckerberg, ଫେସବୁକ, ଫେସବୁକର ଇନଷ୍ଟାଗ୍ରାମ ଅଧିଗ୍ରହଣ, ଇନଷ୍ଟାଗ୍ରମ, ଇନଷ୍ଟାଗ୍ରାମ ଅଧିଗ୍ରହଣ, ଫେସବୁକ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ମାର୍କ ଜ୍ୟୁକରବର୍ଗ
2012ରେ ଫେସବୁକ ଅଧିନସ୍ଥ ହୋଇଥିବା ଇନଷ୍ଟାଗ୍ରାମ

ସେ ଏହା ମଧ୍ୟ କହିଥିଲେ କି ଇନଷ୍ଟାଗ୍ରାମର ବଢୁଥିବା ଚାହିଦା ଓ ସହଜ ବ୍ୟବହାରିତା ଆଗକୁ ଯାଇ ଫେସବୁକର ବ୍ୟବସାୟ ଠପ କରିବାର ଡର ଜ୍ୟୁକରବର୍ଗଙ୍କୁ ଚିନ୍ତିତ କରିଥିଲା । ବଜାରରେ ଫେସବୁକର ଚାହିଦା କମୁଥିବା ସେ ହୃଦବୋଧ ମଧ୍ୟ କରିଥିଲେ । ତେଣୁ ଏହା ସହ ପ୍ରତିଯୋଗିତା ବଢାଇବା ବଦଳରେ ଇନଷ୍ଟାଗ୍ରାମକୁ କିଣି ନେଇଥିଲେ ଜ୍ୟୁକରବର୍ଗ ।

ଅଧିଗ୍ରହଣର ସାକ୍ଷୀ ଫେଡେରାଲ ଟ୍ରେଡ କମିଶନ

ଏନେଇ ମାର୍କ ଜ୍ୟୁକରବର୍ଗ ପ୍ରତିକ୍ରିୟା ଦେଇ କହିଥିଲେ କି ଫେଡେରାଲ ଟ୍ରେଡ କମିଶନ ଏହି ଡିଲର ଏକ ସାକ୍ଷୀ । କମିଶନ ପାଖରେ ଅଧିଗ୍ରହଣର ସମସ୍ତ ତଥ୍ୟ ରହିଛି ଏବଂ ଏହା ମଧ୍ୟ ପ୍ରତିଯୋଗିତ ବଦଳରେ ଅଧିଗ୍ରହଣ ସପକ୍ଷରେ ଭୋଟ ଦେଇଥିଲା । ତେବେ ଏକଥାକୁ ମଧ୍ୟ ବାଦ୍‌ ଦେଇ ହେବ ନାହିଁ କି ପୂର୍ବେ ଯେଉଁଠାରେ ଇନଷ୍ଟାଗ୍ରାମ ଥିଲା ବର୍ତ୍ତମାନ ତାହାର ସ୍ଥିତିରେ ପରିବର୍ତ୍ତନ ହୋଇଛି ନିଶ୍ଚୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.