ETV Bharat / international

ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗାରୁଜା - ମହାତ୍ମା ଗାନ୍ଧୀ ମୂର୍ତ୍ତି

ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଛି । କେହି ଦୁର୍ବୃତ୍ତ ଏପରି କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଆମେରିକାରେ ମହାତ୍ମା ଗାନ୍ଧୀ ମୂର୍ତ୍ତି ଭଙ୍ଗାରୁଜା

author img

By

Published : Jan 30, 2021, 1:40 PM IST

ୱାଶିଂଟନ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ହେଲେ ଏଭଳି ଦିନରେ ସୂଦୁର ଆମେରିକାରୁ ଆସିଛି ଏକ ଦୁଃଖଦ ଖବର । କାଲିଫର୍ଣ୍ଣିଆର ଏକ ପାର୍କରେ ଥିବା ବାପୁଜୀଙ୍କ ପ୍ରତିମୂର୍ତ୍ତୀକୁ କେହି ଦୁର୍ବୃତ୍ତ ଭଙ୍ଗାରୁଜା କରିଥିବା ଦେଖାଦେଇଛି । ଯାହାକି ସେଠାକାର ଲୋକଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ତେଣୁ ଏହାର ତଦନ୍ତ କରିବାକୁ ଦାବି କରାଯାଇଛି ।

ଗାନ୍ଧିଜୀଙ୍କ 6 ଫୁଟ୍‌ ଉଚ୍ଚତା, 294 କେଜିର ବ୍ରୋଞ୍ଜର ପ୍ରତିମୂର୍ତ୍ତୀ କାଲିଫର୍ଣ୍ଣିଆର ସେଣ୍ଟ୍ରାଲ ପାର୍କରେ ରହିଛି । ଯାହାକୁ କେହି ଦୁର୍ବୃତ୍ତ ଭାଙ୍ଗି ଥିବା କୁହାଯାଉଛି । ତେବେ ଏହି ଦୁଃଖଦ ଘଟଣା ଜାନୁଆରୀ 27 ତାରିଖରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଏହାସହ ଉକ୍ତ ସ୍ଥାନରୁ ପ୍ରତିମୂର୍ତ୍ତୀକୁ ହଟାଯାଇଛି । ଏହାର ଆକଳନ ନହେବା ପର୍ଯ୍ୟନ୍ତ ମୂର୍ତ୍ତିକୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କିଏ ଓ କାହିଁକି ଏପରି କାମ କରିଛି ତାହା ଜଣାପଡିନାହିଁ । ଏହି ପ୍ରତିମୂର୍ତ୍ତୀଟି ଭାରତ ସରକାରଙ୍କ ପକ୍ଷରୁ ଲଗାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.