ETV Bharat / international

ବେରୁଟ ବିସ୍ଫୋରଣ ଏକ ଭୟଙ୍କର ଆକ୍ରମଣ ପରି ଲାଗୁଛି: ଟ୍ରମ୍ପ

author img

By

Published : Aug 5, 2020, 9:36 AM IST

ଲେବାନନ ରାଜଧାନୀରେ ବଡ ଧରଣ ବିସ୍ଫୋରଣ । ମଙ୍ଗଳବାର ଘଟିଥିବା ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଏବେ 78କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ବେତୁଟ ବିସ୍ଫୋରଣ ଏକ ଭୟଙ୍କର ଆକ୍ରମଣ ପରି ଲାଗୁଛି କହିଲେ ଟ୍ରମ୍ପ

ୱାଶିଂଟନ: ଲେବାନନ ରାଜଧାନୀ ବେରୁଟରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 78କୁ ବୃଦ୍ଧି । ବୋମା ବିସ୍ଫୋରଣରେ 3700 ଜଣ ଆହତ ହୋଇଛନ୍ତି । ଏହି ବିସ୍ଫୋରଣର ଦୃଶ୍ୟକୁ ଦେଖିଲେ ଭୟଙ୍କର ଆକ୍ରମଣ କରାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବାକୁ ଯାଇ, ଟ୍ରମ୍ପ ଏହି ଘଟଣାରେ ଜୀବନ ଯାଇଥିବା ଓ ଶହ ଶହ ଆହତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପୀଡିତ ପରିବାର ବର୍ଗଙ୍କ ପାଇଁ ଆମେରିକା ପ୍ରାର୍ଥନା କରୁଛି । ଏହି ସମୟରେ ଲେବାନନଙ୍କୁ ଆମେରିକା ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି ଟ୍ରମ୍ପ କହିଥିଲେ ।

ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି, ଏହି ବିସ୍ଫୋରଣରେ ଅଷ୍ଟ୍ରେଲିଆର ଜଣେ ନାଗରିକଙ୍କ ଜୀବନ ଯାଇଛି । ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତଙ୍କ କୋଠା ମଧ୍ୟ ଭୁଶୁଡିପଡିଛି । ଏହି ବିସ୍ଫୋରଣରେ ଆହତ ତଥା ବ୍ୟାପକ ଧ୍ବଂସ ଘଟଣାରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଲେବନ ରାଷ୍ଟ୍ରପତି ମିସେଲ ଆଓନଙ୍କୁ ସମବେଦନା ଜଣାଇଛନ୍ତି ବୋଲି କ୍ରେମଲିନ କହିଛନ୍ତି ।

ଇରାନ ବୈଦେଶିକ ମନ୍ତ୍ରୀ ମଧ୍ୟ କହିଛନ୍ତି, ଯେ କୌଣସି ପ୍ରକାରର ସହାୟତା କରିବାକୁ ତାଙ୍କ ଦେଶ ପ୍ରସ୍ତୁତ ରହିଛି । ଜରିଫ ଟ୍ବିଟ କରି କହିଛନ୍ତି, ଆମର ସାହାର୍ଯ୍ୟ ଓ ପ୍ରାର୍ଥନା ଲେବାନନର ଲୋକଙ୍କ ସହ ଅଛି । ସବୁ ପରି ଇରାନ ମଧ୍ୟ ଯେକୌଣସି ଉପାୟରେ ପୂର୍ଣ୍ଣ ସହାୟତା କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.