ETV Bharat / international

ସ୍ମାର୍ଟଫୋନ ବଜାରରେ ନୂଆ ନାମ, ଲଞ୍ଚ ହେଲା LG Stylo 6 - ସ୍ମାର୍ଟଫୋନ

ଦକ୍ଷିଣ କୋରିଆର କମ୍ପାନୀ LG ଲଞ୍ଚ କରିଛି ମଧ୍ୟମ ରେଞ୍ଜର ନୂଆ ସ୍ମାର୍ଟଫୋନ । ଯାହା ବଜାରରେ ଏବେ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । ସେଟ୍‌ର ନାମ ରହିଛି Stylo 6 ।

LG Stylo 6, LG Smartphone, smartphone, technology news, ଏଲଜି ଷ୍ଟାଏଲୋ 6, ଏଲଜି ସ୍ମାର୍ଟଫୋନ, ସ୍ମାର୍ଟଫୋନ, ଟେକ୍ନୋଲୋଜି ନ୍ୟୁଜ୍‌
ସ୍ମାର୍ଟଫୋନ ବଜାରରେ ନୂଆ ନାମ, ଲଞ୍ଚ ହେଲା LG Stylo 6
author img

By

Published : May 21, 2020, 10:48 PM IST

ସାନଫ୍ରାନ୍ସିସ୍କୋ: ଦକ୍ଷିଣ କୋରିଆର କମ୍ପାନୀ LG ଲଞ୍ଚ କରିଛି ମଧ୍ୟମ ରେଞ୍ଜର ନୂଆ ସ୍ମାର୍ଟଫୋନ । ଯାହା ବଜାରରେ ଏବେ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । ସେଟ୍‌ର ନାମ ରହିଛି Stylo 6 । ଏହି ସ୍ମାର୍ଟଫୋନରେ ଟ୍ରିପଲ କ୍ୟାମେରା ସେଟଅପ୍‌, ଏଫଏଚଡି+ ଡିସପ୍ଲେ ଓ ଷ୍ଟାଏଲସ ସପୋର୍ଟ ରହିଛି । ଆମେରିକା ବଜାରରେ ଉପଲବ୍ଧ ଏହି ସେଟର ମୂଲ୍ୟ ରହିଛି 220 ଡଲାର ।

ଏହି ସ୍ମାର୍ଟଫୋନରେ 3ଜିବି ରାମ ଓ 64 ଜିବି ଷ୍ଟୋରେଜ ସହ ମାତ୍ର ଗୋଟିଏ ଭର୍ସନ ବର୍ତ୍ତମାନ ଲଞ୍ଚ ହୋଇଛି । ହେଲେ ଏହି ସ୍ମାର୍ଟଫୋନ କେବେ ଭାରତୀୟ ବଜାରରେ ଉପଲବ୍ଧ ହେବ ସେନେଇ ଏବେ ଯାଏଁ କୌଣସି ସଠିକ ସୂଚନା ନାହିଁ । ସେପଟେ ଗିଜମୋଚାଇନାର ସୂଚନା ମୁତାବକ ଏହି ଫୋନରେ 6.8 ଇଞ୍ଚର ଏଫଏଚଡି+ ଡିସପ୍ଲେ ସହ ଟପ୍‌ରେ ରହିଛି ୱାଟର ଡ୍ରପ ନଚ୍‌ ।

ଏଥିରେ ଅକ୍ଟା-କୋର ମିଡିଆଟେକ ହେଲିଓ ପି35 ପ୍ରୋସେସର ରହିଛି । ଏଥିସହ ରହିଛି ମାଇକ୍ରୋ ଏସଡି କାର୍ଡ ପାଇଁ ସ୍ଲଟ । ଯାହା ଫୋନର ସ୍ପେଶକୁ 2ଟିବି ପର୍ଯ୍ୟନ୍ତ ବଢାଇବାର କ୍ଷମତା ରଖେ । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି LG କମ୍ପାନୀ ।

LG Stylo 6, LG Smartphone, smartphone, technology news, ଏଲଜି ଷ୍ଟାଏଲୋ 6, ଏଲଜି ସ୍ମାର୍ଟଫୋନ, ସ୍ମାର୍ଟଫୋନ, ଟେକ୍ନୋଲୋଜି ନ୍ୟୁଜ୍‌
ସ୍ମାର୍ଟଫୋନ ବଜାରରେ ନୂଆ ନାମ, ଲଞ୍ଚ ହେଲା LG Stylo 6

ଏହି ସ୍ମାର୍ଟଫୋନରେ ଫିଙ୍ଗରପ୍ରିଣ୍ଟ ସେନ୍ସର ସହ କ୍ୟାମେରାରେ ରହିଛି ଗୁଗୁଲ ଲେନ୍ସ । ତେବେ ଏହି ଫୋନରେ 13ଏମପି ପ୍ରାଇମେରି ସେନ୍ସର, 5ଏମପି ୱାଇଡ ଆଙ୍ଗଲ ଓ 5ଏମପିସ ଡେପ୍‌ଥ ସେନ୍ସର ସହ ରହିଛି ଟ୍ରିପଲ କ୍ୟାମେରା ସେଟଅପ । ଏଥିସହ ସେଲଫି ପାଇଁ ରହିଛି 13ଏମପି ଫ୍ରଣ୍ଟ କ୍ୟାମେରା । ଏହାକୁ ଆକ୍ଟିଭ ରଖିବା ପାଇଁ 4000ଏମଏଏଚର ବ୍ୟାଟେରୀ ବ୍ୟାକଅପ ରହିଛି । ଏହାର ଅନ୍ୟତମ ଆକର୍ଷଣ ମଧ୍ୟରେ ରହିଛି ଫାଷ୍ଟ ଚାର୍ଜିଂ ଓ ଆଣ୍ଡ୍ରଏଡ 10 ଅପରେଟର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.