ETV Bharat / international

ଲୁଇସିଆନାରେ ପ୍ରାଥମିକ ପର୍ଯ୍ୟାୟ ନିର୍ବାଚନ ଜିତିଲେ ବିଡେନ

author img

By

Published : Jul 13, 2020, 4:32 AM IST

ରାଷ୍ଟ୍ରପତି ନିର୍ବାଚନରେ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ବିଡେନଙ୍କ ନାମ ଆସୁଥିବା ବେଳେ ଲୁସିଆନାରେ ତାଙ୍କ ବିଜୟ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି । ଲୁସିଆନାରେ ହୋଇଥିବା ପ୍ରାଥମିକ ପର୍ଯ୍ୟାୟ ନିର୍ବାଚନରେ ବିଡେନ 82.2 ପ୍ରତିଶତ ମତ ସହ ବାଜିମାତ କରିଛନ୍ତି ।

presidential election in america, jow biden, louisiana primary, donald trump, america latest news, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ, ଜୋ ବିଡେନ, ଲୁଇସିଆନା ପ୍ରାଥମିକ ପର୍ଯ୍ୟାୟ ନିର୍ବାଚନ, ଡୋନାଲ୍ଡ ଟ୍ରମ୍ପ, ଆମେରିକା ଲାଟେଷ୍ଟ ନ୍ୟୁଜ୍‌
ଲୁଇସିଆନାରେ ପ୍ରାଥମିକ ପର୍ଯ୍ୟାୟ ନିର୍ବାଚନ ଜିତିଲେ ବିଡେନ

ୱାଶିଂଟନ: ଆମେରିକାରେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ଜୋର ଧରିଛି ରାଜନୀତିର ଅଙ୍କକଷା । ଏମିତିରେ ଲୁଇସିଆନା ରାଜ୍ୟରେ ହୋଇଥିବା ପ୍ରାଥମିକ ପର୍ଯ୍ୟାୟ ନିର୍ବାଚନରେ ବାଜିମାତ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ତଥା ପ୍ରିଜମ୍ପଟିଭ ଡେମୋକ୍ରାଟିକ ଦଳର ଜୋ ବିଡେନ ।

ରାଷ୍ଟ୍ରପତି ନିର୍ବାଚନରେ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ବିଡେନଙ୍କ ନାମ ଆସୁଥିବା ବେଳେ ଲୁସିଆନାରେ ତାଙ୍କ ବିଜୟ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି । ଲୁସିଆନାରେ ହୋଇଥିବା ପ୍ରାଥମିକ ପର୍ଯ୍ୟାୟ ନିର୍ବାଚନରେ ବିଡେନ 82.2 ପ୍ରତିଶତ ମତ ସହ ବାଜିମାତ କରିଛନ୍ତି । ସେପଟେ ବରିଷ୍ଠ ସିନେଟର ବର୍ଣ୍ଣି ସ୍ୟାଣ୍ଡରଙ୍କୁ ମାତ୍ର 5.3 ପ୍ରତିଶତ ଭୋଟ ମିଳିଥିବା ଜଣା ପଡିଛି ।

ଶନିବାର ଲୁଇସିଆନାରେ ହୋଇଥିବା ଏହି ବିଜୟ ସହ ଔପଚାରିକ ଭାବେ ରାଷ୍ଟ୍ରପତି ନିର୍ବାଚନରେ ଦଳ ପକ୍ଷରୁ ବିଡେନଙ୍କୁ ଚୟନ କରିବାର ପଥ ପରିସ୍କାର ହେଉଛି । ଆସନ୍ତା ଅଗଷ୍ଟ ମାସରେ ଡେମୋକ୍ରାଟିକ ଦଳ ଏନେଇ ସ୍ପଷ୍ଟ କରିବ । ସେପଟେ ଲୁଇସିଆନାରେ ହୋଇଥିବା ପ୍ରାଥମିକ ପର୍ଯ୍ୟାୟ ନିର୍ବାଚୟ ପୂର୍ବରୁ ଏପ୍ରିଲ 4ରେ ହେବା ନେଇ ତାରିଖ ନିର୍ଦ୍ଧାରିତ ହୋଇଥିଲା । ହେଲେ କୋରୋନା ସଂକ୍ରମଣ ପାଇଁ ଏହା ଜୁନ 20 ପାଇଁ ପୁନଃନିର୍ଦ୍ଧାରିତ ହୋଇଥିଲା । ହେଲେ ପରିସ୍ଥିତିକୁ ନଜରରେ ରଖି ଏହି ତାରିଖ ପୁଣି ପରିବର୍ତ୍ତନ କରାଯାଇଥିଲା ।

ଲୁଇସିଆନାରେ ବିଜୟ ହାସଲ କରିଥିବା 54 ପ୍ରତିନିଧିମାନଙ୍କୁ ପୁରସ୍କୃତ କରାଯିବ । ସେପଟେ 2016 ମସିହାରେ ହିଲାରି କ୍ଲିଣ୍ଟନଙ୍କୁ 20 ପଏଣ୍ଟରେ ଡୋନାଲ୍ଡ ଟ୍ରମ୍ପ ପରାସ୍ତ କରିବା ପରେ ଚଳିତବର୍ଷ ନିର୍ବାଚନରେ ଲୁଇସିଆନା ପୂର୍ବପରି ସକ୍ରିୟ ନଥିବା ଦେଖିବାକୁ ମିଳିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.