ETV Bharat / international

ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବ - ବାଇଡେନ ଶପଥ ଗ୍ରହଣ

ଜୋ ବାଇଡେନ, ଜାନୁଆରୀ ୨୦ ତାରିଖରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ସେହି ଦିନ ବାଇଡେନ ରାଷ୍ଟ୍ରପତି ଭାବେ ଶପଥ ନେବା ସହ ଉଦଘାଟନୀ ଭାଷଣ ବି ଦେବେ । ଅଧିକ ପଢନ୍ତୁ...

ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବ
ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବ
author img

By

Published : Jan 19, 2021, 7:08 PM IST

ୱାସିଂଟନ: ଜୋ ବାଇଡେନ, ଜାନୁଆରୀ ୨୦ ତାରିଖରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ସେହି ଦିନ ବାଇଡେନ ରାଷ୍ଟ୍ରପତି ଭାବେ ଶପଥ ନେବା ସହ ଉଦଘାଟନୀ ଭାଷଣ ବି ଦେବେ । ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କ ବିଜୟକୁ ଆମେରିକୀୟ କଂଗ୍ରେସର ଅନୁମୋଦନ ବେଳେ କ୍ୟାପିଟଲ ହିଲରେ ଟ୍ରମ୍ପଙ୍କ ସମର୍ଥକଙ୍କ ସଂଘଟିତ ହିଂସାକାଣ୍ଡର ଦୁଇ ସପ୍ତାହ ପରେ ଶପଥ ଗ୍ରହଣ ଉତ୍ସବ ହେଉଛି । ଏବେ ବି ଜାରି ରହିଥିବା ମହାମାରୀର ପ୍ରକୋପ ଓ ଅଧିକ ହିଂସାର ଆଶଙ୍କା ମଧ୍ୟରେ ରାଷ୍ଟ୍ରପତି ଭାବେ ବାଇଡେନ ଓ ଉପରାଷ୍ଟ୍ରପତି ଭାବେ କମଲା ହ୍ୟାରିସଙ୍କ ଶପଥ ଗ୍ରହଣ ଉତ୍ସବ ଆମେରିକା ଇତିହାସରେ ଟିକେ ଅସ୍ୱାଭାବିକ ଲାଗୁଛି । କାରଣ ଆଗରୁ କୌଣସି ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ବା ଇନଇଗ୍ୟୁରେସନ ଡେ ପୂର୍ବରୁ ଏଭଳି ଏକ ବାତାବରଣ ନ ଥିଲା । ଏଥରର ଶପଥ ଗ୍ରହଣ ଉତ୍ସବର ଥିମ୍ ‘ଆମେରିକା ୟୁନାଇଟେଡ୍‌’ ବା ‘ଆମେରିକା ଏକ’ ରଖାଯାଇଥିବା ପ୍ରେସିଡେନସିଆଲ ଇନଇଗ୍ୟୁରେସନ କମିଟି ପକ୍ଷରୁ କୁହାଯାଇଛି । ଶପଥ ଗ୍ରହଣ ପୂର୍ବରୁ ପ୍ରେସିଡେନସିଆଲ ଇନଇଗ୍ୟୁରେସନ କମିଟି ଦେଶବ୍ୟାପୀ କୋଭିଡ ମେମୋରିଆଲ୍ଆ ୟୋଜନ ପାଇଁ ଯୋଜନା କରିଛି । ଏଥିପାଇଁ ପ୍ରତି ସହର ଓ ନଗରର ବାସିନ୍ଦାଙ୍କୁ କୋଭିଡରେ ପ୍ରାଣ ହରାଇଥିବା ୩ ଲକ୍ଷ ୮୫ ହଜାର ନାଗରିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଲୋକ ଜାଳିବା ପାଇଁ ଆହ୍ୱାନ ଦିଆଯାଇଛି । ସେମାନଙ୍କୁ ମନେ ପକାଇବା ସହ ଜାତୀୟ ଏକତାର ନିଦର୍ଶନ ସ୍ୱରୂପ ଚର୍ଚ୍ଚ ଘଂଟି ବଜାଇବା ପାଇଁ ବି ପ୍ରେସିଡେନସିଆଲ ଇନଇଗ୍ୟୁରେଲ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଛି । ଆମେରିକାରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣକୁ ଇନଇଗ୍ୟୁରେସନ ଡେ’ କୁହାଯାଏ ।

ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବ
ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବ

ପ୍ରକୃତରେ ଇନଇଗ୍ୟୁରେସନ ଡେ’ କ’ଣ ?

ଗତବର୍ଷ ନଭେମ୍ବରରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ ବିଜୟୀ ହୋଇଥିଲେ ମଧ୍ୟ ସେହି ଦିନ ହିଁ ସେ ସରକାରୀ ଭାବେ ଦେଶର ରାଷ୍ଟ୍ରପତି ହେବେ ନାହିଁ । ଆମେରିକା ସମ୍ବିଧାନର ବିଂଶତମ ସମ୍ବିଧାନ ସଂଶୋଧନ ଅନୁସାରେ ବିଦାୟୀ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ( ଏଥର ଡୋନାଲଡ୍ ଟ୍ରମ୍ପ ଓ ମାଇକ ପେନ୍ସ )ଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦ ପୂର୍ବାହ୍ନରେ ହିଁ ଶେଷ ହେବ । ପୂର୍ବରୁ ନୂଆ ରାଷ୍ଟ୍ରପତିଙ୍କ ଉଦଘାଟନ ( ଇନଇଗ୍ୟୁରେସନ ) ମାର୍ଚ୍ଚ ୪ ତାରିଖରେ ହେଉଥଲା । କିନ୍ତୁ ୧୯୩୩ରେ ସମ୍ବିଧାନ ସଂଶୋଧନ ପରେ ନିର୍ବାଚନ ଓ ଉଦଘାଟନ ମଧ୍ୟରେ ଦୁଇମାସ ବ୍ୟବଧାନ ରଖାଗଲା । ବିଦାୟୀ ରାଷ୍ଟ୍ରପତିଙ୍କୁ ବାକିଥିବା ପ୍ରାଶାସନିକ କାର୍ଯ୍ୟ ପୂରଣ କରିବା ପାଇଁ ଦୁଇମାସ ସମୟ ଦିଆଯାଏ । ତେଣୁ ନଭେମ୍ବରରେ ନିର୍ବାଚନ ହେଲେ ମଧ୍ୟ ନୂଆ ରାଷ୍ଟ୍ରପତି ଜାନୁଆରୀ ୨୦ରେ ଶପଥ ଗ୍ରହଣ କରନ୍ତି, ଯାହା କି ଇନଇଗ୍ୟୁରେଲ୍ ଡେ’ ଭାବେ ଜଣାଶୁଣା

କେବେ, କେଉଁଠି ଓ କେତେବେଳେ ?

ସବୁ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ହେବା ପୂର୍ବରୁ ପ୍ରଥମେ ଇନଏଗ୍ୟୁରାଲ ଓଥ୍ ବା ଉଦଘାଟନୀ ଶପଥ ନେବାକୁ ପଡିଥାଏ । ଏହି ପରମ୍ପରାକୁ ବଜା ରଖି ଜୋ ବାଇଡେନ୍ ସାମାନ୍ୟ ନିରାଡମ୍ବର ଉତ୍ସବରେ ୟୁଏସ କ୍ୟାପିଟଲ ଗ୍ରାଉଣ୍ଡରେ ସ୍ଥାନୀୟ ସମୟ ଦିନ ୧୧ଟା ( ସଂଧ୍ୟା ୪,ଜିଏମଟି ) ବେଳେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବେ । ଆମେରିକା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଜନ୍ ଜି. ରବର୍ଟସ ବାଇଡେନଙ୍କୁ ଆମେରିକା କ୍ୟାପିଟଲ ବିଲଡିଂର ପାହାଚରେ ଶପଥ ପାଠ କରାଇବେ । ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଲା ହ୍ୟାରିସଙ୍କୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସୋନିଆ ସୋତୋମୋୟର ଶପଥ ପାଠ କରାଇବେ । କମଲା ହ୍ୟାରିସ ଆମେରିକାର ପ୍ରଥମ କୃଷ୍ଣକାୟ, ଦକ୍ଷିଣ ଏସୀୟ ଓ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଆମେରିକା ପାଇଁ ଏହା ହେବ ଏକ ଐତିହାସିକ କ୍ଷଣ । ନିଜର ଶପଥ ପାଠ ପାଇଁ ସୋନିଆ ସୋତୋମୋୟରଙ୍କୁ ନିଜେ କମଲା ହ୍ୟାରିସ ବାଛିଥିଲେ ବୋଲି ଜଣାପଡିଛି । ଏହାଛଡା କମଲା ହ୍ୟାରିସ ଶପଥ ପାଠ ବେଳେ ଦୁଇଟି ବାଇବେଲ ବ୍ୟବହାର କରିବେ । ଏଥିମଧ୍ୟରୁ ଗୋଟିଏ ହେଉଛି ଥ୍ରୁଗୁଡ୍ ମାର୍ଶାଲଙ୍କ ବାଇବେଲ, ଯିଏ କି ଆମେରିକା ସୁପ୍ରିମକୋର୍ଟର ପ୍ରଥମ କୃଷ୍ଣକାୟ ବିଚାରପତି ଥିଲେ । ସ୍ଥାନୀୟ ସମୟ ଦିନ ୨ଟା ( ସଂଧ୍ୟା ୭,ଜିଏମଟି ) ପରେ ଇନଇଗ୍ୟୁରେଲ ପ୍ୟାରେଡ ଆରମ୍ଭ ହେବ । ବିଦାୟୀ ରାଷ୍ଟ୍ରପତି ଏହି ଇନଇଗ୍ୟୁରେସନରେ ସାମିଲଲ ହେବା ପରମ୍ପରା ରହିଆସିଛି । କିନ୍ତୁ ଏହା ତାଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ।

ବାଇଡେନଙ୍କ ଶପଥ ପାଠ ଉତ୍ସବରେ ସମ୍ବିଧାନ ପ୍ରତି ନିଷ୍ଠା ରଖିବା ପାଇଁ ଶପଥ ନେଲା ପରେ ପପ୍ ଷ୍ଟାର ଲେଡି ଗାଗା ଆମେରିକାର ଜାତୀୟ ସଂଗୀତ ଗାନ କରିବେ । ଏହା ପରେ କବିତା ପାଠ ହେବ । ପରେ ଗ୍ରାମି ବିଜେତା ଗାୟିକା ଜେନିଫର ଲୋପେଜ ସଂଗୀତ ପରିବେଷଣ କରିବେ । ବାଇଡେନଙ୍କ ୩୦ ବର୍ଷର ପାରିବାରିକ ବନ୍ଧୁ ବେଥେଲ ଆଫ୍ରିକାନ ମେଥଡିଷ୍ଟ ଏପିସ୍କୋପାଲ ଚର୍ଚ୍ଚର ରେଭରେଣ୍ଡ୍ ଡକ୍ଟର ସିଲଭଷ୍ଟର ବିମ୍ୟାନ ଆଶୀର୍ବାଦ ପ୍ରଦାନ କରିବେ । ଏହା ପରେ ନୂଆ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ସ୍ୱାକ୍ଷର ଉତ୍ସବରେ ସାମିଲ ହେବେ । ପରେ ଉତ୍ସବକୁ ଆସିଥିବା ଅତିଥିମାନଙ୍କୁ ଭୋଜନରେ ଆପ୍ୟାୟିତ କରାଯିବ । ଏହି ପରମ୍ପରା ୧୮୯୭ରୁ ଚଳିଆସିଛି । ଏହାପରେ ବାଇଡେନ ଓ ହ୍ୟାରିସ କ୍ୟାପିଟଲ ବିଲଡିଂର ଇଷ୍ଟ ଫ୍ରଂଟ ଷ୍ଟେପସରେ ସେରିମନିଆଲ ମିଲିଟାରୀ ପରେଡ ଅବଲୋକନ କରିବେ । ଏହି ପରେଡରେ ମିଲିଟାରୀ ରେଜିମେଂଟ ସମେତ ସିଟିଜେନ ଗ୍ରୁପ୍‌, ମାର୍ଚ୍ଚିଂ ବ୍ୟାଣ୍ଡ୍ ଓ ଫ୍ଲୋଟ ଭାଗ ନେବେ । ପରେଡକୁ ପେନସିଲଭାନିଆ ଏଭେନ୍ୟୁରୁ ହ୍ୱାଇଟ ହାଉସ ଯାଏଁ ଯିବ । ଅଭିନେତା ଟମ ହ୍ୟାଙ୍କସ ଓ ସଂଗୀତଜ୍ଞ ଜନ ବନ ଜୋଭି, ପପ୍‌ଷ୍ଟାର ଡେମି ଲୋଭାଟୋ ,ପପ୍ ଷ୍ଟାର ଜଷ୍ଟିମ ଟିମ୍ବରଲେକ୍ ବାଇଡେନଙ୍କ ପ୍ରେସିଡେନସିର ‘ଭଚ୍‌ୁର୍ଆଲ୍ ବଲ୍‌’ ଉତ୍ସବର ଶୁଭାରମ୍ଭ କରିବେ । ଏହା ଅନଲାଇନରେ ଷ୍ଟ୍ରିଂମି ହେବ । ଶପଥ ଗ୍ରହଣ ଉତ୍ସବର ସବୁ ଇଭେଂଟ୍ ଲାଇଭଷ୍ଟ୍ରିମ କରାଯିବ ।

ଏଥର କ’ଣ ଅଲଗା ରହିବ ?

ସାଧାରଣତଃ ବିଦାୟୀ ରାଷ୍ଟ୍ରପତି ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରର ଉଦାହରଣ ଦେଇଥାନ୍ତି । କିନ୍ତୁ ଡୋନାଲଡ ଟ୍ରମ୍ପ ଏଥର ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରି ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ । ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ଟ୍ରମ୍ପ ୱାଂସିଟନ ଛାଡିବେ । ସେ ଫ୍ଲୋରିଡାରେ ବସବାସ କରିବେ । ଜନଗହଳିପୂର୍ଣ୍ଣ ପରେଡ୍ କଥା ଛାଡନ୍ତୁ, ବାଇଡେନ, ହ୍ୟାରିସ ଓ ସେମାନଙ୍କ ପତ୍ନୀ, ପତିଙ୍କ ପାଇଁ ପାରମ୍ପରିକ ‘ଇନଇଗ୍ୟୁରାଲ ବଲ୍‌’ ମଧ୍ୟ ଏଥର ହେବ ନାହିଁ ।

ଟ୍ରମ୍ପ ସିନା ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ, କିନ୍ତୁ ବିଦାୟୀ ଉପରାଷ୍ଟ୍ରପତି ମାଇକ ପେନ୍ସ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ । ଏଥର ଶପଥ ଗ୍ରହଣ ସମାରୋହରେ କୋଭିଡ କଟକଣା ସହ ପୂର୍ବରୁ ଚଳି ଆସୁଥିବା କିଛି ପରମ୍ପରା ବଜାୟ ରଖିବାକୁ ପ୍ରଥମେ ସ୍ଥିର କରାଯାଇଥିଲା । ହେଲେ ଜାନୁଆରୀ ୬ ର କ୍ୟାପିଟଲ ହିଲ୍ ହିଂସା ସବୁ ଓଲଟପାଲଟ କରିଦେଇଛି । ତେଣୁ ଏଥର ପୂର୍ବର ସ୍ୱାଭାବିକତା ଦେଖିବାକୁ ମିଳି ନ ପାରେ ।

ଡାଉନଟାଉନ ୱାଂସିଟନ ଡିିସି ଏକ ସେନା ଛାଉଣିରେ ପରିଣତ ହୋଇଛି । ନ୍ୟାସନାଲ ମଲ୍ ସିଲ୍ କରିଦିଆଯାଇଛି । ୱାଂସିଟନ ମନ୍ୟୁମେଂଟକୁ ବନ୍ଦ କରିଦିଆଯାଇଛି । ଜାନୁଆରୀ ୨୦ରେ ୨୧ ହଜାର ନ୍ୟାସନାଲ ଗାର୍ଡ ଟ୍ରୁପ୍ ସୁରକ୍ଷା ଦାୟିତ୍ୱରେ ରହିବେ । ଏଥିସହ ପୋଲିସ ଓ ଫେଡେରାଲ ଲ୍ ଏନଫୋର୍ସମେଂଟ ଏଜେନସୀ ମଧ୍ୟ ସୁରକ୍ଷା ଉପରେ ନଜର ରଖିବେ ।

କ’ଣ ସବୁ ଅପରିବର୍ତ୍ତିତ ରହିବ ?

ସେମାନଙ୍କ ପୂର୍ବସୂରୀଙ୍କ ଭଳି ବାଇଡେନ ଓ ହ୍ୟାରିସ କ୍ୟାପିଟଲ ହିଲ୍‌ ବିଲଡିଂ ବାହାରେ ଶପଥ ନେବେ । ଏହାପରେ ବାଇଡେନ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ମହାମାରୀକୁ ହରାଇବା ଓ ଆମେରିକାକୁ ଏକତ୍ର ରଖିବା ଭଳି ପ୍ରସଙ୍ଗ ବାଇଡେନଙ୍କ ଭାଷଣରେ ସ୍ଥାନ ପାଇବ ।

ବାଇଡେନ ଓ ହ୍ୟାରିସ ପାରମ୍ପରିକ ଭାବେ ପାସ୍ ଇନ ରିଭ୍ୟୁ ଇନସପେକସନ ଶେଷ କରିବେ । ଜଣେ ନୂଆ କମାଣ୍ଡର ଇନ୍ ଚିଫଙ୍କୁ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରର ଏହା ଏକ ସଂକେତ ।

ପରେ ବାଇଡେନ, ପ୍ରଥମ ମହିଳା ଜିଲ୍ ବାଇଡେନ, ଉପରାଷ୍ଟ୍ରପତି କମଲା ହ୍ୟାରିସ, ତାଙ୍କ ପତି ଡଗଲାସ ଏମହଫ ଆର୍ଲିଂଗଟନ ନ୍ୟାସନାଲ ସିମେଟ୍ରି ଯାଇ ଅଜଣା ସୈନ୍ୟଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ ।

ରାଜଧାନୀ ୱାଂସିଟନ ଡି.ସି ଓ ସବୁ ରାଜ୍ୟ ରାଜଧାନୀରେ ସଶସ୍ତ୍ର ପ୍ରତିବାଦ ହୋଇପାରେ ବୋଲି ଏଫବିଆଇର ଚେତାବନୀ ଓ ଟ୍ରମ୍ପ ସମର୍ଥକଙ୍କ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାକୁ ଦେଖି ୟୁୁଏସ କ୍ୟାପିଟଲ ବାହାରେ ରେଜର ୱାୟର ବାଡ କରାଯାଇଛି ।

ଜାନୁଆରୀ ୨୧ ତାରିଖ ଯାଏଁ ୱାଂସିଟନ ଡି.ସିର ମେୟର ମୁରିଏଲ ବାଉଜର ପବ୍ଲିକ ଇମର୍ଜେନସୀ ଜାରି କରିଛନ୍ତି । ସବୁବେଳେ ଚଳଚଂଚଳ ରହୁଥିବା ନ୍ୟାସନାଲ ମଲ୍‌, ଶପଥ ଗ୍ରହଣ ଉତ୍ସବ ସରିଲା ଯାଏଁ ବନ୍ଦ ରହିବ । ୧୫ ହଜାର ନ୍ୟାସନାଲ ଗାର୍ଡ ସୁରକ୍ଷାକର୍ମୀ ରାଜଧାନୀରେ ପଇଁତରା ମାରୁଛନ୍ତି । ଜାନୁଆରୀ ୨୦ ପରେ ପରେ ମଧ୍ୟ ଉତ୍ତେଜନା ରହିବା ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.