ETV Bharat / international

Bidenଙ୍କ ଶପଥକୁ ବର୍ଷେ: ଆଫଗାନିସ୍ଥାନ ସ୍ଥିତି ଆଣିଥିଲା ବଡ ଆହ୍ବାନ, ଚୀନ ପାଇଁ ପ୍ଲାନ୍ ପ୍ରସ୍ତୁତ - ରାଷ୍ଟ୍ରପତି ଭାବେ ବାଇଡେନଙ୍କୁ ବର୍ଷେ ପୁରିବା ଖବର

ପୃଥିବୀର ସର୍ବ ପୁରାତନ, ସର୍ବ ଶକ୍ତିଶାଳୀ ଏବଂ ବିକଶିତ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ଦାୟିତ୍ବ ଗ୍ରହଣକୁ ପୁରିଛି ବର୍ଷେ । ଅଧିକ ପଢନ୍ତୁ

ବାଇଡେନଙ୍କ ଶପଥକୁ ବର୍ଷେ: ପୂର୍ବ ଆଉ ପରର ଆମେରିକା

author img

By

Published : Jan 20, 2022, 7:00 AM IST

ୱାଶିଂଟନ: ପୃଥିବୀର ସର୍ବ ପୁରାତନ, ସର୍ବ ଶକ୍ତିଶାଳୀ ଏବଂ ବିକଶିତ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ଦାୟିତ୍ବ ଗ୍ରହଣକୁ ପୁରିଛି ବର୍ଷେ । ଆମେରିକାକୁ ମହାମାରୀ କୋରୋନା କବଳିତ କରି ରଖିଥିବା ସମୟରେ ଦାୟିତ୍ବ ଗ୍ରହଣ କରିଥିଲେ ବାଇଡେନ । କେବଳ ଯେ କୋରୋନା କାହିଁକି ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ଆମେରିକାର ଶିରୋମଣି ହେବା ବାଇଡେନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା ।

ଗୋଟିଏ ବର୍ଷ ତଳେ ଆମେରିକା ରାଷ୍ଟ୍ରପତି ନିର୍ବାଚନ, ଟ୍ରମ୍ପଙ୍କ ଗାଦିଚ୍ୟୁତ ଏବଂ ଡେମୋକ୍ରାଟିକ ପାର୍ଟିର ବାଇଡେନଙ୍କ ଗ୍ରାଣ୍ଡ ଏଣ୍ଟ୍ରି ବିଶ୍ବରେ ଚହଳ ସୃଷ୍ଟି କରିଥିଲା । ତେବେ ଏହାରି ମଧ୍ୟରେ ହ୍ବାଇଟ ହାଉସରେ ୩୬୫ ଦିନ ବିତାଇ ସାରିଲେଣି ଜୋ ବାଇଡେନ । ଏସବୁ ସମୟ ଆମେରିକା, ବାଇଡେନ ଏବଂ ବିଶ୍ବ କ୍ଷେତ୍ରରେ କି କି ପରିବର୍ତ୍ତନ ଆଣିଛି ସେ ଉପରେ ନଜର ପକାନ୍ତୁ...

କୋଭିଡ୍ -19 ମହାମାରୀ:-

ମହାମାରୀ ସମୟରେ ବାଇଡେନ ଟୀକାକରଣ ସହ ଏକ ଦୃଢ ଆରମ୍ଭ କରିଥିଲେ, ଯାହା ଟ୍ରମ୍ପଙ୍କ ଦ୍ୱନ୍ଦ୍ୱପୂର୍ଣ୍ଣ ନୀତିକୁ କଡା ସମାଲୋଚନା କରିଥିଲା । ଟ୍ରମ୍ପ ଟୀକା ତିଆରି ପାଇଁ ବିଭିନ୍ନ ପନ୍ଥା ଆପଣାଇ ଥିଲେ ସତ, ମାତ୍ର କୋଭିଡ ସମୟରେ କଟକଣାକୁ ନେଇ ତାଙ୍କ ଅବହେଳାକୁ ଭୁଲ୍ ପ୍ରମାଣିତ କରିଥିଲେ ବାଇଡେନ ।

ଏପଟେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋରୋନା ମହାମାରୀର ନୂଆ ଭାରିଏଣ୍ଟ, ମୁଦ୍ରାସ୍ଫୀତିର କ୍ରମାଗତ ବୃଦ୍ଧି ଏବଂ ରାଷ୍ଟ୍ରପତିଙ୍କ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବାରେ ବିଫଳତା ବାଇଡେନଙ୍କ ଲୋକପ୍ରିୟତା ହ୍ରାସ କରିଛି । ଜନମତ ସର୍ବେକ୍ଷଣ ଅନୁସାରେ ବର୍ତ୍ତମାନ ବାଇଡେନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଥିବା ଲୋକଙ୍କ ସଂଖ୍ୟା ଖୁବ୍ କମ୍, ଯାହା କୋଚିତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର ବର୍ଷେ ମଧ୍ୟରେ ଦେଖା ଦେଇଥାଏ ।

ଆର୍ଥିକ ଅଭିବୃଦ୍ଧି:-

ଆମେରିକାକୁ ସମସ୍ତ କ୍ଷେତ୍ରରେ ଖୋଲା ଚ୍ୟାଲେଞ୍ଜ ଦେଉଛି ଚୀନ । ବିଶେଷ କରି ଆର୍ଥିକ କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ବିଶ୍ବ ବଜାରରେ ଦୁଇ ଦେଶ ପ୍ରଭାବ ବିସ୍ତାର କରିବାକୁ ଶତ ଚେଷ୍ଟା ଜାରି ରିଖିଛନ୍ତି । ତଥାପି ଆମେରିକା ଦିନକୁ ଦିନ ଆର୍ଥିକ ଝଟକା ଗୋଟିଏ ପରେ ଗୋଟିଏ ଖାଉଛି । ଆଉ ଯେଉଁଥି ପାଇଁ ଦେଶର ଆର୍ଥିକ ସଂସ୍କାର ପାଇଁ କାହିଁ କେତେ ପଦକ୍ଷେପ ନେଇଛନ୍ତି ରାଷ୍ଟ୍ରପତି ବାଇଡେନ୍ ।

ବାଇଡେନ ପ୍ରଶାସନ ଅର୍ଥବ୍ୟବସ୍ଥାକୁ ଅବନ୍ନୋତିରୁ ବଞ୍ଚାଇବା ସହ ବେକାରି ସମସ୍ୟା କେତେକାଂଶରେ ଦୂର କରିଛି । ପୋଲ, ସଡକ, ଇଣ୍ଟରନେଟ୍ ସଂଯୋଗ ଏବଂ ଅନ୍ୟାନ୍ୟ ଭିତ୍ତିପ୍ରସ୍ଥର ନିର୍ମାଣ ପାଇଁ ବାଇଡେନ 1.2 ଟ୍ରିଲିୟନ ଡଲାର ଭିତ୍ତିଭୂମି ପ୍ୟାକେଜରେ ମଧ୍ୟ ସ୍ବାକ୍ଷର କରିଛନ୍ତି ।

ଜଳବାୟୁ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ୧.୭ ଟ୍ରିଲିୟନ ଡଲାର ପ୍ୟାକେଜ୍ ମଞ୍ଜୁର କରିଛନ୍ତି । ମାତ୍ର ଏସବୁ ଯୋଜନାକୁ ଆମେରିକା ସିନେଟରେ ବିଲ୍ ପାସ୍ କରାଇ ପାରିନାହାନ୍ତି ବାଇଡେନ । ସେହିପରି ୨୦୨୧ ରେ ନିଯୁକ୍ତି କ୍ଷେତ୍ରରେ ନିମ୍ନଗାମୀ ହୋଇଛି ବାଇଡେନଙ୍କ ସରକାର । ଏହି ବର୍ଷରେ ଦେଶରେ ୩.୯ ପ୍ରତିଶତ ବେକାରୀ ବୃଦ୍ଧି ପାଇଛି । ଆଗକୁ ବାଇଡେନଙ୍କ ପାଇଁ ଏସବୁ ଚ୍ୟାଲେଞ୍ଜ ରହିଛି । ଏହାସହିତ ଦେଶରେ ଦିନକୁ ଦିନ ଦର ବୃଦ୍ଧି ମଧ୍ୟ ବାଇଡେନ ସରକାରଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି । ଆମେରିକାବାସୀ ବର୍ତ୍ତମାନ ସମୟରେ ଆର୍ଥିକ ସମସ୍ୟାରେ ଜୁଝୁଛନ୍ତି । ଏପରିକି ଷ୍ଟକ ମାର୍କେଟରେ ମଧ୍ୟ ଦିନକୁ ଦିନ ହ୍ରାସ ଘଟୁଥିବା ପରିଲକ୍ଷିତ ହେଉଛି ।

ଗଣତନ୍ତ୍ର ଏବଂ ସାମାଜିକ ପରିବର୍ତ୍ତନ:-

ବାଇଡେନଙ୍କୁ ବାମପନ୍ଥୀ ବା ପ୍ରମୁଖ ଭୋଟ୍ ଗୋଷ୍ଠୀ, ଆଫ୍ରିକୀୟ ଆମେରିକୀୟମାନେ ଅଧିକ ସମର୍ଥନ କରିଥିଲେ । ମାତ୍ର ସେମାନଙ୍କ ଉନ୍ନତି କିମ୍ବା ପ୍ରଗତି କ୍ଷେତ୍ରରେ ଆଖି ଦୃଶିଆ ପଦକ୍ଷେପ ନେଇପାରିନାହାନ୍ତି ।

କେବଳ ଦୁଇଜଣ ଡେମୋକ୍ରାଟଙ୍କ ବିରୋଧ କାରଣରୁ ସିନେଟରେ କୃଷ୍ଣକାୟଙ୍କ ପ୍ରତି ଭେଦଭାବ ବିରୋଧରେ ବାଇଡେନ ପ୍ରଶାସନ ଆଣିଥିବା ବିଲ କାଟ ଖାଇଯାଇଛି । ସେହିପରି ଦେଶର ରାଜନୈତିକ ବିଭାଜନକୁ ରକ୍ଷା କରିବା କ୍ଷେତ୍ରରେ ବାଇଡେନ କମ୍ ନମ୍ବର ପାଇଛନ୍ତି ।

ତେବେ ବର୍ତ୍ତମାନ ବାଇଡେନଙ୍କ ଆଗରେ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଆମେରିକା America is back ପ୍ରସଙ୍ଗ ମୁଣ୍ଡ ଟିକେଛି । କାରଣ ଟ୍ରମ୍ପଙ୍କ America First କାର୍ଡକୁ ଟକ୍କର ଦେବାକୁ ବାଇଡେନ୍ America is back କାର୍ଡ ଖେଳିଥିଲେ । ଏହା ମଧ୍ୟମରେ ସେ ଆମେରିକାବାସୀଙ୍କୁ ନିଯୁକ୍ତି, ସୁରକ୍ଷା, ଆର୍ଥିକ ଅନୁମୋଦନ ସହିତ ବିଶ୍ବରେ ପୁଣି ଆମେରିକା ରାଜ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହାସହିତ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା, ପ୍ୟାରିସ ଜଳବାୟୁ ଚୁକ୍ତିରୁ ଓହରିବା ନେଇ ମଧ୍ୟ ଦାର୍ଘସ୍ଥାୟୀ ନିଷ୍ପତ୍ତି ନେବାକୁ ପଡିଥିଲା ବାଇଡେନଙ୍କୁ । ଏପରିକି ଆଫଗାନିସ୍ଥାନରୁ ମଧ୍ୟ ସୈନ୍ୟ ପ୍ରତ୍ୟାହର ନେଇ ବଡ ଆହ୍ବାନର ସମ୍ମୁଖୀନ ହୋଇଥିଲେ ବାଇଡେନ । ତେବେ ବର୍ଷକର କାର୍ଯ୍ୟକାଳ ମଧ୍ୟରେ ବାଇଡେନ ଆମେରିକାକୁ ପୂର୍ବ ପରି ବିଶ୍ବ ଦରବାରରେ ପୁନଃ ବାଦଶାହ କରିପାରିଛନ୍ତି ବୋଲି ବିଶେଷଜ୍ଞ ମତ ରଖନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.