ETV Bharat / international

ଆମେରିକାରେ କୋରୋନା ନେଲାଣି 1 ଲକ୍ଷ 55 ହଜାର ମୁଣ୍ଡ, ଟ୍ରମ୍ପ କହିଲେ ସ୍ଥିତି ନିୟନ୍ତ୍ରଣାଧିନ - ଆମେରିକାରେ କୋରୋନା ନେଲାଣି 1,55,000 ମୁଣ୍ଡ

ବୁଧବାର ସୁଦ୍ଧା ବିଶ୍ୱରେ କୋରୋନା ମୃତ୍ୟୁ ସଂଖ୍ୟା 700,000 ଅତିକ୍ରମ କରିଛି । କେବଳ ଆମେରିକାରେ ଏବେ ସୁଦ୍ଧା 155,000 ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ହେଲେ ଏତିକି ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ କୋରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ।

ଆମେରିକାରେ କୋରୋନା ନେଲାଣି 1,55,000 ମୁଣ୍ଡ, ଟ୍ରମ୍ପ କହିଲେ ସ୍ଥିତି ନିୟନ୍ତ୍ରଣାଧିନ

author img

By

Published : Aug 5, 2020, 6:42 PM IST

ୱାଶିଂଟନ: ବୁଧବାର ସୁଦ୍ଧା ବିଶ୍ୱରେ କୋରୋନା ମୃତ୍ୟୁ ସଂଖ୍ୟା 7 ଲକ୍ଷ ଅତିକ୍ରମ କରିଛି । ଆମେରିକା, ବ୍ରାଜିଲ, ଭାରତ ଏବଂ ମେକ୍ସିକୋରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । କେବଳ ଆମେରିକାରେ ଏବେ ସୁଦ୍ଧା 1,55,000 ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ହେଲେ ଏତିକି ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ କୋରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ।

ଗତ ଦୁଇ ସପ୍ତାହର ତଥ୍ୟ ଉପରେ ଆଧାର କରି ଗଣନା ଅନୁଯାୟୀ ହାରାହାରି କୋଭିଡ-19 ରେ ପ୍ରତି 24 ଘଣ୍ଟାରେ ପ୍ରାୟ 5,900 ଲୋକ ପ୍ରାଣ ହାରୁଛନ୍ତି । ଏହା ଘଣ୍ଟା ପ୍ରତି 247 ଜଣ, କିମ୍ବା ପ୍ରତି 15 ସେକେଣ୍ଡରେ ଜଣେ ।

ଏକ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ କୋରୋନାରେ ଲୋକ ପ୍ରାଣ ହରାଉଛନ୍ତି ସତ । ଯାହା ହେଉଛି ସମସ୍ତେ ଜାଣିଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଯାହା କରିପାରିବୁ ତାହା କରୁ ନାହୁଁ । ଆପଣ ଏହାକୁ ନିୟନ୍ତ୍ରଣ କରି ପାରିବେ । ଏହା ଏକ ଭୟଙ୍କର ମହାମାରୀ ।

ସେପଟେ ଅଷ୍ଟ୍ରେଲିଆ, ଜାପାନ, ହଂକଂ, ବଲିଭିଆ, ସୁଦାନ, ଇଥିଓପିଆ, ବୁଲଗେରିଆ, ବେଲଜିୟମ, ଉଜବେକିସ୍ତାନ ଏବଂ ଇସ୍ରାଏଲରେ କୋରୋନା ମୃତ୍ୟୁ ହାରରେ ବୃଦ୍ଧି ଘଟିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.