ନ୍ୟୁୟର୍କ: ଭାରତର ପ୍ରାର୍ଥୀ ତଥା ଭାରତୀୟ କୂଟନୈତିଜ୍ଞ ବିଦିଶା ମୈତ୍ରା ଜାତିସଂଘର ଆଡଭାଇଜରି କମିଟି ଅନ ଆଡମିନିଷ୍ଟ୍ରେଟିଭ୍ ଆଣ୍ଡ ବଜେଟାରୀ କୋଶ୍ଚିନ୍ସ(ଏସିଏବିକ୍ୟୁ)କୁ ନିର୍ବାଚିତ ହୋଇଛନ୍ତି । ଜାତିସଂଘ ସଦସ୍ୟଙ୍କ ସମର୍ଥନରେ ସେ ନିର୍ବାଚିତ ହୋଇଥିବା ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତ୍ରିମୂର୍ତ୍ତୀ ଶୁକ୍ରବାର ଜଣାଇଛନ୍ତି ।
-
India’s candidate Ms Vidisha Maitra elected to UN body - ACABQ, with strong support of @UN Member States.
— India at UN, NY (@IndiaUNNewYork) November 6, 2020 " class="align-text-top noRightClick twitterSection" data="
Watch video message of PR to UN Ambassador T. S. Tirumurti @ambtstirumurti ⤵️ pic.twitter.com/aIgFHbmIkJ
">India’s candidate Ms Vidisha Maitra elected to UN body - ACABQ, with strong support of @UN Member States.
— India at UN, NY (@IndiaUNNewYork) November 6, 2020
Watch video message of PR to UN Ambassador T. S. Tirumurti @ambtstirumurti ⤵️ pic.twitter.com/aIgFHbmIkJIndia’s candidate Ms Vidisha Maitra elected to UN body - ACABQ, with strong support of @UN Member States.
— India at UN, NY (@IndiaUNNewYork) November 6, 2020
Watch video message of PR to UN Ambassador T. S. Tirumurti @ambtstirumurti ⤵️ pic.twitter.com/aIgFHbmIkJ
ଏହି ଅବସରରେ ତ୍ରିମୂର୍ତ୍ତୀ କହିଛନ୍ତି,‘ମୁଁ ଏହା ଘୋଷଣା କରି ଖୁସି ଯେ, ଭାରତର ପ୍ରାର୍ଥୀ ବିଦିଶା ମୈତ୍ରା ଜାତିସଂଘର ଏସିଏବିକ୍ୟୁକୁ ବିପୁଳ ସମର୍ଥନରେ ନିର୍ବାଚିତ ହୋଇଛନ୍ତି । ମୁଁ ଏହି ଅବସରରେ ସମସ୍ତ ସଦସ୍ୟଙ୍କୁ ସେମାନଙ୍କର ସମର୍ଥନ ତଥା ଆମ ପ୍ରାର୍ଥୀ ପ୍ରତି ବିଶ୍ବାସ ରଖିଥିବାରୁ କୃତଜ୍ଞତା ଜଣାଉଛି ।’
ଏହାସହ ଭାରତ ଜାତିସଂଘର ପ୍ରଶାସନିକ ସ୍ତରରେ ଅନେକ କାର୍ଯ୍ୟ କରି ନିଜର ଦକ୍ଷତା ଦେଖାଇଛି । ଏବେ ଏହାକୁ ମଧ୍ୟ ସୂଚାରୁ ରୂପେ କରିବାର ବିଶ୍ବାସ ରଖିଥିବା ସେ କହିଛନ୍ତି । ସେହିପରି ବିଦିଶା ମୈତ୍ରା ସ୍ବାଧୀନ ଭାବେ ନିଜ କାର୍ଯ୍ୟ ସୂଚାରୁରୂପେ କରିବେ ବୋଲି ସେ ଆଶା ରଖିଥିବା ଜଣାଇଛନ୍ତି ।
ଇଣ୍ଡିଆ ଆଟ ୟୁଏନ ଟ୍ବିଟର ହ୍ୟାଣ୍ଡେଲରୁ ଏନେଇ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଏହାସହ ତ୍ରିମୂର୍ତ୍ତୀ ଦେଇଥିବା ମନ୍ତବ୍ୟ ମଧ୍ୟ ପୋଷ୍ଟ କରାଯାଇଛି । ତେବେ ବିଶ୍ବର ଏହି ଘଡିସନ୍ଧି ମୁହୂର୍ତ୍ତରେ ଜାତିସଂଘର ଏସିଏବିକ୍ୟୁର ସଦସ୍ୟ ହେବା ଭାରତ ପାଇଁ ଅନେକ ମହତ୍ତ୍ବ ରଖୁଛି ବୋଲି କୁହାଯାଉଛି ।
ଏସିଏବିକ୍ୟୁ କଣ ?
ଏସିଏବିକ୍ୟୁ ତଥା ଆଡଭାଇଜରି କମିଟି ଅନ ଆଡମିନିଷ୍ଟ୍ରେଟିଭ୍ ଆଣ୍ଡ ବଜେଟାରୀ କୋଶ୍ଚିନ୍ସ ହେଉଛି ଜାତିସଂଘ ସାଧାରଣ ସଭାର ଏକ ସହାୟକ ଅଙ୍ଗ । ଯେଉଁଥିରେ 16 ଜଣ ସଦସ୍ୟ ଥାନ୍ତି । ଏମାନଙ୍କୁ ସାଧାରଣ ସଭା ସେମାନଙ୍କୁ କାର୍ଯ୍ୟଦକ୍ଷତାକୁ ଦେଖି ନିର୍ବାଚିତ କରିଥାନ୍ତି ।
ଏସିଏବିକ୍ୟୁ କାମ କଣ ?
ଜାତିସଂଘରେ ଏହାର ଅନେକ କାମ ରହିଛି । ତେବେ ମୁଖ୍ୟତଃ ଚାରିଟି କାର୍ଯ୍ୟ ଉପରେ ଏହା ଅଧିକ ଧ୍ୟାନ ଦେଇଥାଏ ।
1-ଜାତିସଂଘ ସାଧାରଣ ସଭାରେ ସେକ୍ରେଟାରୀ ଜେନେରାଲ ଉପସ୍ଥାପନ କରିଥିବା ବଜେଟ୍କୁ ପରୀକ୍ଷା କରିବା ଓ ରିପୋର୍ଟ ଦେବା ।
2-ସାଧାରଣ ସଭାକୁ ଅର୍ଥନୈତିକ ମାମଲା ତଥା ପ୍ରଶାସନିକ ମାମଲାରେ ପରାମର୍ଶ ଦେବା ।
3- ବିଶେଷ ଏଜେନ୍ସି ଗୁଡିକର ପ୍ରଶାସନିକ ବଜେଟ ଉପରେ ତର୍ଜମା କରିବା ଓ ଏମାନଙ୍କ ସହିତ ଆର୍ଥିକ କାରବାର ପାଇଁ ପ୍ରସ୍ତାବ ଦେବା ।
4-ମିଳିତ ଜାତିସଂଘ ଏବଂ ବିଶେଷ ଏଜେନ୍ସିଗୁଡିକର ଆକାଉଣ୍ଟରେ ଅଡିଟରଙ୍କ ରିପୋର୍ଟକୁ ସାଧାରଣ ସଭାରେ ରଖିବା ଓ ବିଚାର କରିବାକୁ ପରାମର୍ଶ ଦେବା ।
@ANI